ହିରୋ ଜୋତିଙ୍କ ପ୍ରେମରେ ପଡିଗଲେ ଭୁମିକା – କରିଦେଲେ ଏମିତି କିଛି ।

jyy

ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଭୂମିକା ଦାସଙ୍କୁତ ନିହାତି ଭାବରେ ଜାଣିଥିବେ।ଆଉ ଯାହାଙ୍କର ବୟସ ଏବେ ମାତ୍ର ୧୭ ବର୍ଷରେ ପହଁଞ୍ଚିଛି। ତଥାପି ଭୂମିକା ଦାସ ଏତେ କମ ବୟସର ହୋଇ ମଧ୍ୟ ସଫଳତାର ଏତେ ଗୁଡିଏ ସିଡ଼ି ଚଢି ସାରିଲେଣି। ଆଉ ଯାହାକୁ ସବୁ ଦର୍ଶକ ଓ ଅଭିନେତା,ଅଭିନେତ୍ରୀ ମାନେ ଦେଖି ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ।ତାହେଲେ ଆଜି ଏଠାରେ ଆମେ ଆପଣ ମାନଙ୍କ ପାଇଁ ଭୂମିକା ଦାସଙ୍କ ବିଷୟରେ କିଛି ତଥ୍ୟ ନେଇ ଆସି ଅଛୁ

bhumi

ନୂଆ ନାୟକଙ୍କ ସହ ଓଲିଉଡର ଚୁଲବୁଲି ନାୟିକା ଭୂମିକା ଦାସ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ଫିଲ୍ମ। ‘ତୁ ମୋ ଲଭଷ୍ଟୋରି’, ‘ତୁ ମୋ ଲଭ୍‌ ଷ୍ଟୋରି ୨’ ପରେ ଭୂମିକା ‘ଆଉ ଗୋଟେ ଲଭ୍‌ ଷ୍ଟୋରି’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ହିରୋ ଜ୍ୟୋତି ରଞ୍ଜନ ନାୟକଙ୍କୁ ଦେଖିବାକୁ ମିଳିବ। ଜ୍ୟୋତିଙ୍କ ସହ ଭୂମିକାଙ୍କର ହେଉଛି ଏହା ପ୍ରଥମ ଫିଲ୍ମ।

bhumika

ଆର ଆର୍‌ ଇଭେଣ୍ଟ୍‌ସର ଏହି ଫିଲ୍ମ ହେଉଛି ତୃତୀୟ ଅବଦାନ। ଏଥିରେ ସଞ୍ଜୟ ନାୟକ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରମେଶ ବାରିକ। ନିକଟରେ ଫିଲ୍ମର ମହୁରତ ଶେଷ ହୋଇଛି। ଏବେ ଛତିଶଗଡ଼ର ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫିଲ୍ମର ସୁଟିଂ ଚାଲିଥିବା ଜଣାପଡ଼ିଛି। ଖୁବଶୀଘ୍ର ସୁଟିଂ ସାରି ୨୦୨୧ରେ ଫିଲ୍ମଟିକୁ ରିଲିଜ କରିବାକୁ ନିର୍ମାତାମାନେ ଯୋଜନା ରଖିଛନ୍ତି। ଫିଲ୍ମକୁ ନେଇ ଭୂମିକା ବେଶ ଉତ୍ସାହିତ ଥିଲା ବେଳେ ଏହି ନୂଆ ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିବେ ନିର୍ମାତା ଆଶାବାଦୀ ଅଛନ୍ତି।

jyotti

ଭୂମିକା ଦାସ ଭୁବନେଶ୍ୱର ଠାରେ ୨୦୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ ପ୍ରଥମେ ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପାଦ ସ୍ଥାପନ କରିଥିଲେ।ଆଉ ସେ ଯେତେବେଳେ ନିଜର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର କରିଥିଲେ ତାଙ୍କୁ ପ୍ରାୟ ୧୧ ବର୍ଷ ହୋଇଥିଲା।ଆଉ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାମ ଥିଲା ରୁମକୁ ଝୁମାନା।ଭୂମିକା ଦାସ ନିଜର ପ୍ରଥମ ଚଳଚ୍ଚିତ୍ର ପାଇଁ ବେଷ୍ଟ ଶିଶୁ କଳାକାର ଭାବରେ ଓଡିଶା ଷ୍ଟେଜ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।ସେ ଗପ ହେଲେବି ସତ ଓ ରୁମକୁ ଝୁମାନା ଏହି ଦୁଇଟି ଚଳଚ୍ଚିତ୍ରରେ କାମ କରିଥିଲେ।ଭୂମିକା ଦାସ ୨୦୧୭ ମସିହାରେ ମୁଖ୍ୟ ଅଭିନେତ୍ରୀ ଭାବରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର କରିଥିଲେ ଆଉ ଯାହାର ନାମ ହେଲା ତୁମୋ ଲଭ ଷ୍ଟୋରି।

Leave a Reply

Your email address will not be published. Required fields are marked *