ଚା , ଏହି ନା ସହିତ ପ୍ରତିଟି ଓଡିଆ ବିଶେଷ ଭାବେ ପରିଚିତ । ଆମେ ସମସ୍ତଙ୍କୁ ଚା ପିଇବା ବିଶେଷ ଭାବେ ବହୁତ ପସନ୍ଦ ଆସିଥାଏ । ସାକଳ ଚା ହେଉ ବା ସଂନ୍ଧ୍ୟା ଚା , ଆମ ସମସ୍ତଙ୍କୁ ଏହି ପିଇବାକୁ ପସନ୍ଦ ଆସିଥାଏ । ହେଲେ କଣ ଆପଣ କେବେ ଏହି କଥା ଭାବିଛନ୍ତି କି , ବେଳେ ବେଳେ ଚା ପିଇବା ଆମ ପାଇଁ ବିପଦର କାରଣ ହୋଇପାରେ । ତେବ ଆସନ୍ତୁ ଜାଣିବା ସଂମ୍ପୁର୍ଣ୍ଣ ତଥ୍ୟ ।
ଅନେକ ଲୋକ କାଗଜ କପରେ ଚା ଓ କଫି ପିଇବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ପେପର କପରେ ଚା’ ପିଉଛନ୍ତି, ତେବେ ବେଳ ଥାଉ ଥାଉ ସତର୍କ ହୋଇଯାଆନ୍ତୁ। କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହାକୁ ନେଇ ବୈଜ୍ଞାନିକମାନେ ଏକ ବଡ ଖୁଲାସା କରିଛନ୍ତି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୩ଥର ପେପର୍ କପରେ ଚା’ ପିଉଛନ୍ତି ତାହେଲେ ସେ ୭୫ ହଜାର ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଗିଳୁଛନ୍ତି। ପ୍ଲାଷ୍ଟିକ୍ କପ୍ ହାନିକାରକ ଜାଣିବା ପରେ ସମସ୍ତେ ପେପର କପରେ ଚା’ ପିଇବା ଆରମ୍ଭ କରିଥିଲେ। କିନ୍ତୁ ପେପର କପରେ ଚା’ ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ।
ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ କପ୍ ଭିତର ସ୍ଥରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଓ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ ଏବଂ ସେଥିରେ ଗରମ ପଦାର୍ଥ ସେବନ କଲେ ସେହି ପାନୀୟରେ ଦୂଷିତ କଣିକା ମିଶିଯାଇଥାଏ। ଏହି ପେପର କପ୍ ଭିତରେ ହାଇଡ୍ରୋଫୋବିକ ଫିଲ୍ମ ଭଳି ଏକ ପତଳା ସ୍ଥର ଥାଏ ଯାହା ସାଧାରଣତଃ ପ୍ଲାଷ୍ଟିକ ବା ପଲିମରରେ ତିଆରି ହୋଇଥାଏ।
ତେବେ ଆମକୁ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ ଆପଣ କେମିତି ଓ କେଉଁଥିରେ ସାଧାରଣତଃ ଚା ପିଇ ଥାନ୍ତି । ଏହି ପୋଷ୍ଟଟିକୁ ଆଧିକରୁ ଅଧିକ ସେୟାର କରି ନିଜ ସାଙ୍ଗ ମାନଙ୍କୁ ଏ ବିଷୟରେ ଜଣାଇବା ସହ ସର୍ତକ କରାନ୍ତୁ । ଏହି ଭଳି କିଛି ଜାଣିବା ଖବର ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରିଦିଅନ୍ତୁ ଗୋଟିଏ ।