ଗୁଳୁଚିର ଆୟୁର୍ବେଦିକ ଗୁଣ ଏବଂ ଏହାର ବ୍ୟବହାର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

gudichi

ଗୁଳୁଚିକୁ ଡାକ୍ତରୀ ଭାଷାରେ କର୍ଡିଫଳିଆ କୁହାଯାଏ ଏବଂ ସଂସ୍କୃତ ରେ ଗୁଡ଼ଚି, ବସା ଦନି, ଅମୃତ , ସମାବଳି, କୁଣ୍ଡଳୀ, ଅମୃତ ବଳୀ , ଛନ୍ଦ୍ରହଂଶା , ଜିବନ୍ତାଆ, ରସାୟ ବଳୀ ପ୍ରଭୃତି କୁହା ଯାଇଥାଏ । ଗୁଲୁଚି ଗଛ୍ର ସବୁ ସ୍ଥାନରେ ପତ୍ର ନଥାଏ ଏବଂ ନୂତନ ଗଛରେ ଅକାନ ବିନ୍ଧି ପତ୍ର ଦେଖାଯାଏ ଏବଂ ପୁରାତନ ଗଛ ରେ କେତେକ ଗଛ ଉପରେ ମାଡିଥାଏ । ଏହି ଲତାର ଲମ୍ବା ଲମ୍ବା ହୋଇ ଓହଳ ସୂତା ବାହାରି ବାହାରି ଥିଲେ ତାହାକୁ କୋଇଲି ସୂତା ବୋଲି କୁହାଯାଏ । ଏହି ଲତାକୁ ସମସ୍ତେ ସବୁ ଦେଶ ରେ ବେଶ୍ ଉତ୍ତମ ଭାବରେ ଜାଣିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଗୁଳଚି ର ଆୟୁର୍ବେଦିକ ଗୁଣ ବିଷୟରେ ।guduchi

ଗୁଳଚି କଟାୟ ରସ , ଜଲଘ୍ନ , କଟୁ ତିକ୍ତ, ରସାୟନ , ଉଷ୍ଣବୀର୍ଯୟ, ଲଘୁବାୟ ,ଅଗ୍ନିଦୀପକ ,କାମ ,ଜ୍ବର , ଦାହ, ପ୍ରମେହ, କମଳ , କାଶ , ବାତ୍ ରକ୍ତ ,ଶ୍ୱାସ , କୁର୍ମୀ,ବାୟୁ ,ହୃଦରୋଗ ନାଶକ ଏହା ସବୁ ହେଉଛି ତାହାର ଆୟୁର୍ବେଦିକ ଗୁଣ । କିନ୍ତୁ ଏହି ଆୟର୍ବେଦିକ ଚିକିତ୍ସା ପ୍ରଣାଳୀ କଣ ଆସନ୍ତୁ ଜାଣିବା ।ଗୁଳଚି ଗଛ ର କିଛି ରସ ସଂଗ୍ରହ କରି ସେହି ରସ ରେ ଟିକେ ମହୁ ମିଶାଇ ସାତ ଦିନ ପର୍ଯ୍ୟନ୍ତ ଦିନକୁ ଦୁଇ ଥର ସେବନ କଲେ ଯାବତୀୟ ପ୍ରକାରର ଜ୍ବର ଦୂର ହୋଇଯାଇଥାଏ । ଗୁଳଚି ରସ ରେ କିଛି ମିଶ୍ରି ଏବଂ ହଳଦୀ ଗୁଣ୍ଡ ପକାଇ ଶିଶୁ ମାନଙ୍କୁ ସେବନ କରାଇଲେ ସେମାନଙ୍କ ଯାବତୀୟ ପ୍ରକାରର ଜ୍ବର ଦୂର ହୋଇଯିବ, ଦାନ୍ତ ବିନ୍ଧା ଭଲ ହୋଇ ଯାଇଥାଏ ।guduche

ଗୁଳଚି ରସ ସହିତ ସମ ପରିମାଣରେ ମହୁ ମିଶାଇ ତାହାକୁ ସେବନ କଲେ ମେହ ପ୍ରାମେହ ସମସ୍ତ ପ୍ରକାରର ଧାତୁ ରୋଗ ଭଲ ହୋଇଥାଏ । ଗୁଳଚି ରସ କୁ ଦୁଇରୁ ତିନି ବୁନ୍ଦା ନାକ ରେ ପକାଇଲେ ଅଧକପାଳି ବିନ୍ଧା , ମୁଣ୍ଡ ବୁଲାଇବା ପ୍ରଭୃତି ଶିର ରୋଗ ଶୀଘ୍ର ଭଲ ହୋଇଯାଏ । ଗୁଳଚି ରସ କୁ ସର୍ପ କମୁଡ଼ିଥିବା ବ୍ୟକ୍ତି କୁ ପିଆଇଦେବ ଏବଂ ଦଂଶନ କରିଥିବା ସ୍ଥାନରେ ଏହି ରସ କୁ ଲଗାଇ ଦେବ ଏହାର କିଛି ସମୟ ପରେ ସେହି ବ୍ୟକ୍ତି ଦେହରୁ ବିଷ ଚାଲିଯିବ ।ଶନିବାର ଦିନ ଗୁଳାଚି ଚେର କୁ ଆଣି ମୁଦି କରି ଆଙ୍ଗୁଠି ରେ ପିନ୍ଧିଲେ ଏକୋଇ ଜ୍ବର ଛାଡିଯାଏ । ଶନିବାର କିମ୍ବା ରବିବାର ଦିନ ବଡ଼ି ଭୋରୁ ଗୁଳଚୀ ଗଛ ର ଚେର ଅଧୁଆ ମୁହଁରେ ଆଣି ଏକୋଇଶି ଖିଅ ସୂତା ଦ୍ଵାରା ଜ୍ବର ରୋଗୀର ହାତ କିମ୍ବା ବେକ ରେ ବାନ୍ଧିଲେ ସମସ୍ତ ପ୍ରକାରର ଜ୍ବର ଏବଂ ପାଳି ଜ୍ବର ଭଲ ହୋଇଥାଏ । ଏଭଳି ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ପାଇଁ ଆମକୁ ଲାଇକ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *