ନିମ୍ବ ପତ୍ରର ଆୟୁର୍ବେଦିକ ଗୁଣ ଏବଂ ତାହାର ଚିକିତ୍ସା ।

nima

ନିମ୍ବ ଗଛ ସାଧାରଣତଃ ସବୁଆଡେ ଦେଖିବାକୁ ମିଳିଥାଏ । ଏହାକୁ ଡାକ୍ତରୀ ଭାଷା ରେ ମେଲିଓ ଆଯାଡ଼ିରେଲତା କୁହାଯାଏ ଏବଂ ଏହାକୁ ସଂସ୍କୃତ ଭାଷାରେ ତିକ୍ତକ ,ପଚୁ ମର୍ଦକ, ପାରି ଭଦ୍ରା, ପିଚୁମନ୍ଦ, ଅରିଷ୍ଟ,ହିଙ୍ଗୁ ପ୍ରଭୃତି କହିଥାନ୍ତି । ନିମ୍ବ ଭିତରେ କଣ ଆୟୁର୍ବେଦିକ ଗୁଣ ସବୁ ରହିଛି । ନିମ୍ବ ହେଉଛି ସାଇଟ୍ ବୀର୍ଯ୍ୟା ଧାରକ, ଲଘୁ ,କଟୁ ବିପାକ,ବାୟୁ ନାଶକ ,ଅଗ୍ନି ମାଦ୍ୟା କାରକ, ବ୍ରଣ ,ବାୟୁ , ଅର୍ସ, ବମନ୍,ଜ୍ବର , ତୃଷ୍ଣା ,ବିସାର୍ପ, କଷ୍ଟୁ ,କାଶ, କୂର୍ମୀ , ଦନ୍ଦ୍ର ,କଣ୍ଠୁ ପ୍ରଭୃତି ରୋଗ ସବୁ ଦୂର ହୋଇଯାଇଥାଏ ।nima

ଆସନ୍ତୁ ଜାଣିବା ନିମ୍ବର ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀ କଣ । ନିମ୍ବ ଗଛର ଛେଲି କୁ ବା ନିମ୍ବ ଗଛ ର ରସ କୁ ଜଳ ସହିତ ସିଝାଇ ଦିଅନ୍ତୁ । ସେହି ଜଳ ଯେତେବେଳେ ଲାଲ ରଙ୍ଗ ହୋଇଯିବ ସେତେବେଳେ ତାହାକୁ ଉହ୍ଲାଇ ଦିଅନ୍ତୁ । ସେହିଥିରେ ଯଦି ଆପଣ ଘା କୁ ଧୋଇଦେବେ କିମ୍ବା ତାହାକୁ ଘା ଉପରେ ଲଗାଇଲେ ବହୁତ୍ ଦିନରୁ ହୋଇଥିବା ଘା ଭଲ ହୋଇଯାଏ । ନିମ୍ବ ପତ୍ର କୁ ଖରା ରେ ଶୁଖାଇ କୁଟି ସେହି ଚୂର୍ଣ୍ଣ କୁ ଘା ମାନଙ୍କରେ ଦେଲେ ସବୁ ପ୍ରକାରର ଘା ବହୁତ୍ ଶୀଘ୍ର ଶୁଖିଯାଏ ।ନିମ୍ବ ଗଛର ଫୁଲ ,ଫଳ, ଛେଲି , କାଣ୍ଡ, ପତ୍ର ଏହି ପଞ୍ଚାଙ୍ଗ କୁ ଏକତ୍ର ଛେଚି ଏହାକୁ ଜଳ ସହିତ ମିଶାଇ ସବୁଦିନେ ସେବନ କଲେ ସର୍ଦ୍ଦି ,କାଶ , ଜ୍ବର , ଅଜୀର୍ଣ୍ଣ, କୁଣ୍ଠ ପ୍ରଭୃତି ରୋଗ ସବୁ ଦୂର ହୋଇଥାଏ ।nima patra

ନିମ୍ବ ଗଛର ଫୁଲ ,ଫଳ, ଛେଲି , କାଣ୍ଡ, ପତ୍ର ଏହି ପଞ୍ଚାଙ୍ଗ କୁ ଏକତ୍ର ଛେଚି ଏହାକୁ ଜଳ ସହିତ ମିଶାଇ ଏଥିରେ କିଛି ମହୁ ମିଶାଇ ସେବନ କଲେ ବହୁତ୍ ଦିନରୁ ହୋଇଥିବା ଜ୍ବର ଭଲ ହୋଇଥାଏ । ନିମ୍ବ ପତ୍ର କୁ ଘିଅରେ ଭାଜିବେ ଯେତେବେଳେ ସେହି ନିମ୍ବ ପତ୍ର ଭାଜୁ ଭାଯୁ କଳା ପଡ଼ିଯିବ ସେତେବେଳେ,ତାହାକୁ ଊହ୍ଲାଇ ଆଣି ସେହି ପୋଡ଼ା ନିମ୍ବ ପତ୍ର ସହିତ କିଛି ଝିଅ ମିଶାଇ ଏକ ମଲମ ପ୍ରସ୍ତୁତ କରି ରଖିବ ଯେତେବେଳେ ଘା ହେବ ସେହି ମଲମ କୁ ଦିନକୁ ଦୁଇ ରୁ ତିନି ଥର ଲଗାଇଲେ ଘା ଭଲ ହୋଇଯାଏ । ନିମ୍ବ ପତ୍ର କୁ ଘଣା ରେ ପକାଇ ସେଥିରୁ ତେଲ ବାହାର କରିବ ସେହି ତେଲକୁ ଦୁଇ ମାସ ପର୍ଯ୍ୟନ୍ତ ତାହାକୁ ଗ୍ରହଣ କରିବ ତାହେଲେ ବହୁତ୍ ପ୍ରକାରର ଚର୍ମ ସବୁ ରୋଗ ଭଲ ହୋଇଥାଏ । ଏଭଳି ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ପାଇଁ ଆମକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *