ଏହି ଖାଦ୍ୟ ଆପଣ ନିୟମିତ ଖାଇଲେ ଆପଣ ସୁନ୍ଦର ଏବଂ ଗୋରା ହୋଇଯିବେ।

apost

ଆଜିକାଲି ସମାଜର ପିଲା ମାନେ ନିଜର ଭବିଷ୍ୟତକୁ ନେଇ ଯେତିକି ଚିନ୍ତା କରନ୍ତି ନାହିଁ ।ତା ତୁଳନାରେ ନିଜର ଚେହେରାକୁ ଚମକେଇବାକୁ ବହୁତ ଚେଷ୍ଟା କରନ୍ତି ନିଜର ମୁହଁ ପାଇଁ ସମସ୍ତେ ଚିନ୍ତା କରିଥାନ୍ତି।ଏପରିକି ଏମାନେ ନିଜର ମୁହଁକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଲଗାଇଥାନ୍ତି।ତେବେ ଆମେ ମାନେ ନିଜର ମୁହଁକୁ କିପରି ଗୋରା କରିବା ପାଇଁ ବହୁତ ପ୍ରକାରର ଔଷଧ ବ୍ୟବହାର କରିବା ସହିତ କିଛି ନା କିଛି କରିଥାଉ।ନିଜର ସୁନ୍ଦର ମୁହଁ ପାଇଁ ବଜାରରେ ମିଳୁଥିବା ଦାମିକିଆ କ୍ରିମ ବ୍ୟବହାର କରିଥାଉ।ଏହା ଦ୍ୱାରା ଆପଣଙ୍କ ତ୍ୱଚା ଅଧିକ ଖରାପ ହୋଇଥାଏ।ଯଦି ଆପଣ ୟାଡୁ ସିଆଡୁ ଜିନିଷକୁ ଲଗାଇବା ଛାଡି ନିଜର ଉତ୍ତମ ଖାଦ୍ୟ ପ୍ରତି ଦୃଷ୍ଟି ଦେବେ ତେବେ ଆପଣ ଶୀଘ୍ର ନିଜର ଗୋରା ଚେହେରାକୁ ଦେଖିପାରିବେ।

tamato

ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ପର୍କରେ ଏବଂ ଏହି ଖାଦ୍ୟକୁ ଆପଣ ମାନେ କାହିଁକି ଖାଇବେ ମଧ୍ୟ ଜାଣିବା।ପ୍ରଥମେ ହେଉଛି ଟମାଟୋ ଏବଂ ପେସ୍ତା ବାଦାମ। ନିୟମିତ ଭାବରେ ସକାଳୁ ଟମାଟୋ ଖାଇବା ଦ୍ୱାରା ଏହା ଆମକୁ ସୂର୍ଯ୍ୟ କିରଣରୁ ରକ୍ଷା କରିଥାଏ।ଏହା ସହିତ ଆମ ତ୍ୱଚାର ଚମକ ମଧ୍ୟ ଆଣିଥାଏ।ପେସ୍ତା ବାଦାମରେ ଅଧିକ ଫ୍ୟାଟି ଏସିଡ ଏବଂ ଭିଟାମିନ ଥିବାରୁ ଏହା ଆମକୁ ସୂର୍ଯ୍ୟଙ୍କର ଅତିବାଇଗଣି ରଶ୍ମି ପ୍ରଭାବରୁ ଆମକୁ ରକ୍ଷା କରିଥାଏ।ଏହା ପରେ ଜାଣିବା ଅଣ୍ଡା ଏବଂ ମାଛ।ଅଣ୍ଡାରେ ଅଧିକ ପରିମାଣରେ ବାୟୋଟିନ ରହୁଛି।ଅଣ୍ଡାରେ ଥିବା ଭିଟାମିନ ବୟସ ବୃଦ୍ଧି କାରଣରୁ ତ୍ୱଚାରେ ପଡୁଥିବା ରଙ୍ଗ ଉପରେ ପ୍ରଭାବ ପକାଇଥାଏ।ସାଧାରଣତଃ ମାଛରେ ଅଧିକ ପରିମାଣରେ ପ୍ରୋଟିନ ରହିବା ସହିତ ଫ୍ୟାଟି ଏସିଡ ମଧ୍ୟ ରହିଛି।ଯାହାକି ଆମର ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ।

egg-fish

ଏହାପରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ପାଣି।ପ୍ରତିଦିନ ୪-୫ ଲିଟର ପାଣି ପିଇବା ଉଚିତ।ଏହା ଦ୍ବାରା ତ୍ଵଚାରେ ଆସୁଥିବା ଅନେକ ବ୍ରଣ ସମସ୍ୟା ଦୂର ହୋଇଥାଏ।ଏହାପରେ ହେଉଛି କ୍ଷୀର ଏବଂ କ୍ଷୀରରେ ତିଆରି ସାମଗ୍ରୀ।କ୍ଷୀର ଏବଂ କ୍ଷୀରରେ ତିଆରି ଖାଦ୍ୟରେ ଭିଟାମିନ ଏ ରହିଥାଏ।ଯଦି ଆମେ କ୍ଷୀର ଏବଂ କ୍ଷୀରରେ ତିଆରି ଯେକୋୖଣସିବି ଖାଦ୍ୟ ଖାଇଥାଉ ତାହା ଦ୍ୱାର ଆମର ଶରୀରରେ କ୍ୟାଲସିମର ପରିମାଣ ବୃଦ୍ଧି ପାଇଥାଏ।ଯାହା ଆମର ତ୍ୱଚା ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ।ଏହା ପରେ ହେଉଛି ଗାଜର।ଗାଜରରେ ଭିଟାମିନ ଏ ରହିଥାଏ।ଯାହା ଆମର ତ୍ୱଚାର ଟିସୁକୁ ମରାମତି କରିବାର କାର୍ଯ୍ୟ କରିଥାଏ।ଏହା ସହିତ ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ।ଏହାପରେ ହେଉଛି ଷ୍ଟ୍ରବେରି ।ଏଥିରେ ଭିଟାମିନ ସି ଅଧିକ ପରିମାଣରେ ରହୁଛି।ଏହା ଆମର ତ୍ୱଚାକୁ ସୂର୍ଯ୍ୟଙ୍କର କିରଣରୁ ରକ୍ଷା କରିଥାଏ।

milkk

ଏଥିରେ ଥିବା ଭିଟାମିନ ସି ମଧ୍ୟ ଆମକୁ ଟିସୁକୁ ନଷ୍ଟ ହେବାରୁ ରକ୍ଷା କରିଥାଏ।ଏହିସବୁ ଖାଦ୍ୟକୁ ଆପଣ ନିୟମିତ ଭାବରେ ବ୍ୟବହାର କଲେ ବା ଖାଇଲେ ଆପଣଙ୍କୁ କୌଣସି ପ୍ରକାରର କ୍ରିମ ଲଗେଇବାକୁ ପଡିବ ନାହିଁ।ଆପଣଙ୍କ ମୁହଁ ବହୁତ ସୁନ୍ଦର ଦେଖାଯିବ।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *