ମହାଭାରତ ଯୁଧ୍ୟ ସାରିଯାଇଛି।ଯୁଧିଷ୍ଠିର ରାଜ୍ୟର ରାଜା ହୋଇଛନ୍ତି।କ୍ରମେ କ୍ରମେ ଦ୍ୱାପର ଯୁଗ ସରି ସରି ଆସୁଛି।ଏବଂ ପରିବେଶରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖା ଦେଉଛି।କଳିଯୁଗର ଆରମ୍ଭ ହେଉଛି।ଏଥିପାଇଁ ରାଜା ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରିଛନ୍ତି କଳିଯୁଗରେ ମଣିଷର ପ୍ରକୃତି କିପରି ହେବ ଏବଂ ପ୍ରଥମ ପ୍ରଶ୍ନରେ ପଚାରିଛନ୍ତି କଳିଯୁଗରେ ମନୁଷ୍ୟର ହାଵ, ଭାବ,ଚାଲିଚଳନ,ଏବଂ ମନୁଷ୍ୟର ମୋକ୍ଷ ପ୍ରାପ୍ତି କିପରି ହେବ।ଏହାର ଉତ୍ତର ରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡଵ ମାନଙ୍କୁ ଅରଣ୍ୟ ଭିତରକୁ ଭ୍ରମଣ କରିବାକୁ ଉପଦେଶ ଦେଲେ ।ଏବଂ ଆଦେଶ ପାଇ ପାଣ୍ଡଵ ପାଞ୍ଚ ଭାଇ ଅରଣ୍ୟ ମଧ୍ୟକୁ ଗଲେ।ଅରଣ୍ୟ ଭ୍ରମଣ କରିସାରିଲା ପରେ ପାଣ୍ଡଵ ମାନେ ଫେରିଲେ।ରାଜା ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁଇଟି ଶୁଣ୍ଡ ଥିବା ହାତୀ ଦେଖିବା ବିଷୟରେ କହିଲେ।ଶ୍ରୀକୃଷ୍ଣ ରାଜା ଯୁଧିଷ୍ଠିରଙ୍କୁ ଦୁଇଟି ଶୁଣ୍ଢ ଥିବା ହାତୀ ଏହି ଅର୍ଥ ପ୍ରକାଶ କରୁଛି ଯେ କଳିଯୁଗରେ ଲୋକ ମାନେ ଏଭଳି ପ୍ରକୃତିର ହେବେ ,ଅର୍ଥାତ ଏହି ଲୋକମାନଙ୍କର ଆଗରେ ଗୋଟିଏ କଥା ଏବଂ ପଛରେ ଆଉଗୋଟିଏ କଥା ହେବ।
ଅନ୍ୟ ପ୍ରଶ୍ନରେ ଭୀମ ଭଗବାନ ଶ୍ରୀକୃଷ୍ଣଙ୍କୁ ଅରଣ୍ୟରୁ ଫେରିଥିବା ଆଉଏକ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ ଯାହାକି ଏକ ଗାଈ ତାର ସନ୍ତାନକୁ ଚାଟି ଚାଟି ରକ୍ତାକ୍ତ କରିଦେଉଛି।ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ଏହି ଘଟଣାକୁ ସୂଚଉଛି ଯେ କଳିଯୁଗରେ ସନ୍ତାନ ମାନେ ନିଜର ପିତା ଏବଂ ମତାଙ୍କର ଯତ୍ନ ନେବେ ନାହିଁ।ସେମାନେ ନିଜର ସ୍ତ୍ରୀ ପାଖରେ ରହିବେ।ଯାହାକି ଏକ ଲୋମମର୍ମକାରୀ ଦୁର୍ଶ୍ୟରେ ଗଣତି ହେବ।ଏହାପରେ ଅନ୍ୟ ପଟରେ ସଖା ଅର୍ଜୁନ ନିଜ ଅନୁଭୂତିରୁ ଗୋଟିଏ ଦୃଶ୍ୟ ଦେଖିଲେ ଯାହାକି ଏକ ଛନ୍ଚାଣଟିଏ ତାର ଡେଣା ମଧ୍ୟରେ ସର୍ବସ୍ବ ବେଦ ଲିଖିତ ହୋଇଅଛି ଏବଂ ସେ ଗୋଟିଏ ମୃତ ପ୍ରାଣୀକୁ ମଧ୍ୟ ଭକ୍ଷଣ କରୁଛି।ଏହାର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି କଳିଯୁଗରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରଣୀ ହେବ। କିନ୍ତୁ ମନୁଷ୍ୟ ସବୁ ଜାଣିକିରି ମଧ୍ୟ ଅବାଟରେ ଯିବ । କଳିଯୁଗରେ ମଣିଷ ସର୍ବଦା ଲୋଭ,ମୋହ,ଏବଂ ମାୟାର ବଶବର୍ତ୍ତୀ ହେଇ ରହିବ।ସେ ସଦା ସର୍ବଦା ଅସତ୍ୟ ଆଡକୁ ଅଗ୍ରସର ହେବ।
ଏହାପରେ ନକୁଳ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ଯେ ଅରଣ୍ୟରେ ଗୋଟିଏ ବିରାଟ ପଥର ଖଣ୍ଡଟିଏ ଉପରୁ ତଳକୁ ଗଡି ଆସୁଛି। ଆସିବା ସମୟରେ ତାର ବାଟରେ ଯାହାବି ବଧା ଆସୁଛି ସବୁ ଅତିକ୍ରମ କରୁଛି ପରନ୍ତୁ ଗୋଟିଏ କ୍ଷୁଦ୍ର ବୃକ୍ଷଟିଏ ଦ୍ୱାରା ସେ ଅଟକି ଯାଉଛି କଣ ପାଇଁ।ଏହାର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି କଳିଯୁଗରେ ସମସ୍ତଙ୍କର ମୃତ୍ୟୁ ହେବ ମାତ୍ର ଭଗବାନଙ୍କର କ୍ଷୁଦ୍ର ଡାକ ଦ୍ୱାରା ସବୁ ବାଧା ହରଣ ହେବ।
ଅନ୍ୟ ପକ୍ଷରେ ସହଦେବ ପଚାରୁଛନ୍ତି ଏଠାରେ ସମସ୍ତ କୂପ ଜଳପୁର୍ଣ ଥିବାବେଳେ ଅତ୍ୟନ୍ତ ଗଭୀର କୂପଟିଏ କଣ ପାଇଁ ଶୁଷ୍କ ରହିଛି।ଏହାର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି କଳିଯୁଗରେ ଯେଉଁମାନେ ମଦ ଏବଂ ମାଂସ ଠାରୁ ଯେତେ ଦୁରେଇ ରହିବେ ସେମାନେ ମୋକ୍ଷ ପ୍ରାପ୍ତିହେବେ।ଭଗବାନଙ୍କୁ ଡାକିବା ଅଥବା ଧର୍ମ ମାର୍ଗ ଦ୍ୱାରା ମୋକ୍ଷ ପ୍ରାପ୍ତି ହେବେ।ଏହି ଭଳି ଭାବରେ କ୍ରମେ କ୍ରମେ ହେବ କଳିଯୁଗର ଅନ୍ତ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ।