ବଡ ଖବର : 9 ରୁ ଆଉ ଏକ ଲଘୁଚାପ , ଏହି 10 ଟି ଜିଲ୍ଲା ବର୍ଷାରେ ଭାସିବ

rain3

ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି।ଏପର୍ଯ୍ୟନ୍ତ ମୌସୁମୀ ଲୁଚକାଳି ଖେଳଉଥିଲା ଯାହା ଫଳରେ ବର୍ଷା ନହେବା ଫଳରେ ଚାଷୀ ମାନଙ୍କ ମନରେ ଦୁଃଖ ଦେଖାଯାଉଥିଲା । ମାତ୍ର ଦୀର୍ଘ ସମୟ ପରେ ଚାଷୀ ମନରେ ଆଶା ସୃଷ୍ଟି ହୋଇଛି ଜମିରେ ପାଣିର ଅଭାବ କମିଛି । କାହିଁକିନା ଉତ୍ତର ବଙ୍ଗୋପସାଗରର ପଶ୍ଚିମ ବାଂଲାଦେଶ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଛି , ଯେଉଁଥିପାଇଁ ଉପକୂଳ ଓଡିଶା ଏବଂ ତାର ପାଖାପାଖି ଅଞ୍ଚଳରେ ବର୍ଷା ଲାଗି ରହିବ । ପାଣିପାଗ ପୂର୍ବାନୁମାନ କରିଚି କି ବୁଧବାର ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ରହିବ ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କଟକ, ଭୁବନେଶ୍ୱର, ପାରାଦୀପ, କେନ୍ଦୁଝର, ସମ୍ବଲପୁର, ଟିଟିଲାଗଡ଼, ଭବାନୀପାଟଣା, କୋରାପୁଟ, ବାଲେଶ୍ୱର ରେ ବର୍ଷା ଲାଗି ରହିବ । ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼ , କେନ୍ଦୁଝର, ଅନୁଗୁଳ, ନୂଆପଡ଼ା, ସୋନପୁର, ବଲାଙ୍ଗିରରେ ପ୍ରବଳ ବର୍ଷା ଥିବାରୁ ଏହି ସମସ୍ତ ଅଞ୍ଚଳରେ ୟଲୋ ୟାର୍ଣ୍ଣି ଜାରି କରାଯାଇଛି ।

୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ।ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ ବର୍ଷା ଜନିତ ସ୍ଥିତି ନେଇ ଜିଲ୍ଲାପାଳମାନଙ୍କୁ SRCଙ୍କୁ ସତର୍କ କରାଇଛନ୍ତି।

ଏହି ବର୍ଷାର ମାତ୍ରା ଗୁରୁବାର ଯାଏ ରହିବ , ଅର୍ଥାତ 7 ରେ କମିବ ପୁଣି 9 ରେ ବଢିବ । ଏହି ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲାପଳକୁ ସତର୍କ ସୂତନା ପ୍ରଦାନ କରାଯାଇଛି । କାରଣ ଲଗାଣ ବର୍ଷା ପାଇଁ ତଳିଆ ଅଞ୍ଚଳରେ ପାଣି ଜମିପାରେ ତେଣୁ ସ୍ଥିତିକୁ ଲକ୍ଷ୍ୟ କରିବା ପାଇଁ କୁହାଯାଇଛି । ଏହା ସହ ମତ୍ସ୍ୟଜୀବୀ ମାନଙ୍କତୁ ସମୁଦ୍ର ଭିତରକୁ 2 ଦିନ ଯିବା ପାଇଁ ବାରଣ କରାଯାଇଛି କାରଣ ଏହି ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ରହିପାରେ ଏହା ସହ ପବନର ବେଗ ବଢିପାରେ ।

RAINCARD

ତେବେ ଏହି ଭଳି ଖବର ସବୁଦିନ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ସାହାର୍ଯ୍ୟ କରାନ୍ତୁ

Leave a Reply

Your email address will not be published. Required fields are marked *