ବର୍ଷାରେ ଭାସିବ ପୁରା ଓଡିଶା – କାଲିଠୁ ଏହି ସବୁ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା

rainaa

ଉତ୍ତର ଛତିଶଗଡ଼ ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଉପରେ ଅବସ୍ଥିତ ରହିଛି। ଏଥିସହ ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୨ ତାରଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

raine

ଆଜିଠୁ ରାଜ୍ୟରେ କେତକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁ ଚାପ ପ୍ରଭାବରୁ ଦୁଇରୁ ତିନି ଦୀନ ପ୍ରବଳ ବର୍ଷା ହେବ । ଉପ କୂଳ ଓ ଆଭେତ୍ରଣ ଓଡିଶାରେ ଅଧିକ ବର୍ଷା ହୋଇ ପାରେ ବୋଲି ପୃବ ଅନୁମାନ କରିଛି ଆଞ୍ଚଳିକ ପାଣି ପାଗ କେନ୍ଦ୍ର । ଉତର ପୃବ ବଙ୍ଗୋପ ସାଗରରେ ଲଘୁଚାପ ଶୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ୟ ସ୍ଥାନରେ ବର୍ଷା ରହିଛି । ସେ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କୋରାପୁଟ , କେନ୍ଦ୍ରା ପଡା , ଜାଜ ପୁରୁ , ଭଦ୍ରକ , ଅନୁଗୁଳୁ ଓ ସମ୍ବଲପୁରୁ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇ ପାରେ ।

ସେହି ପରି ଆସନ୍ତା କାଲି ପୁରୀ , କନ୍ଧ ମାଳ , ଜଗତ୍ ସିଂ ପୁରୁ , ଢେଙ୍କା ନାଳ , ଅନୁଗୁଳୁ , ଜାଜ ପୁରୁ , କେନ୍ଦ୍ରା ପଡା , ବାଲେଶ୍ୱର , ଭଦ୍ରକ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି 21 ତାରିଖରେ ବର୍ଷାର ପରିମାଣ ବଢିବ ସମ୍ବଲ ପୁରୁ , ସୋନପୁର , ଦେବ୍ ଗଡ , ସୁନ୍ଦର ଗଡ , କେଉଂଝର , ବଲାଙ୍ଗୀରି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ ଘଡିର ସମ୍ଭାବନା ରହିଛି ।

rain

  • ୧୯ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।
  • ୨୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲା ସମେତ ଓଡିଶାର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି।
  • ୨୧ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା, ଉତ୍ତର ଉପକୂଳ ଓଡିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଜିଲ୍ଲା ତଥା ଦକ୍ଷିଣ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି।
  • ୨୨ ତାରଖରେ ଉତ୍ତର ଉପକୂଳ ଓଡିଶାର ଜିଲ୍ଲା ସମେତ ଓଡିଶାର ବାକି ଜିଲ୍ଲାମାନଙ୍କର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ଥିବା ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ତେବେ ଓଡିଶା ସମ୍ୱନ୍ଧୀୟ ପ୍ରତିଟି ଖବର ସର୍ବ ପ୍ରଥମେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହାକୁ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ

Leave a Reply

Your email address will not be published. Required fields are marked *