ବଡ ଖବର : ବନ୍ୟାରେ ଭାସିବ ଏହି ସବୁ ଜିଲ୍ଲା , ଆପଣଙ୍କ ଜିଲ୍ଲା ନାହିଁ ତ

banya

ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି।ଏପର୍ଯ୍ୟନ୍ତ ମୌସୁମୀ ଲୁଚକାଳି ଖେଳଉଥିଲା ଯାହା ଫଳରେ ବର୍ଷା ନହେବା ଫଳରେ ଚାଷୀ ମାନଙ୍କ ମନରେ ଦୁଃଖ ଦେଖାଯାଉଥିଲା । ମାତ୍ର ଦୀର୍ଘ ସମୟ ପରେ ଚାଷୀ ମନରେ ଆଶା ସୃଷ୍ଟି ହୋଇଛି ଜମିରେ ପାଣିର ଅଭାବ କମିଛି । କାହିଁକିନା ଉତ୍ତର ବଙ୍ଗୋପସାଗରର ପଶ୍ଚିମ ବାଂଲାଦେଶ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଛି , ଯେଉଁଥିପାଇଁ ଉପକୂଳ ଓଡିଶା ଏବଂ ତାର ପାଖାପାଖି ଅଞ୍ଚଳରେ ବର୍ଷା ଲାଗି ରହିବ । ପାଣିପାଗ ପୂର୍ବାନୁମାନ କରିଚି କି ବୁଧବାର ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ରହିବ ।

RAINCARD

ସମଗ୍ର ରାଜ୍ୟ ରେ ଏବେ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ର ଶକ୍ତି ରହି ଥିବା ବେଳେ ତମାମ୍ ରାଜ୍ୟ ମାନଙ୍କ ରେ ବର୍ଷା ଲାଗି ରହିଛି । ଅନ୍ୟ ପକ୍ଷ ର ଉତ୍ତର ପଶ୍ଚିମ ବୋଙ୍ଗପ ସାଗର ରେ 9 ତାରିଖ ମଧ୍ୟ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ କହିଛି । ଫଳ ରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ରେ ମଧ୍ୟମ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

RAIN

୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ।ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ ବର୍ଷା ଜନିତ ସ୍ଥିତି ନେଇ ଜିଲ୍ଲାପାଳମାନଙ୍କୁ SRCଙ୍କୁ ସତର୍କ କରାଇଛନ୍ତି।

ଏହି ବର୍ଷାର ମାତ୍ରା ଗୁରୁବାର ଯାଏ ରହିବ , ଅର୍ଥାତ 7 ରେ କମିବ ପୁଣି 9 ରେ ବଢିବ । ଏହି ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲାପଳକୁ ସତର୍କ ସୂତନା ପ୍ରଦାନ କରାଯାଇଛି । କାରଣ ଲଗାଣ ବର୍ଷା ପାଇଁ ତଳିଆ ଅଞ୍ଚଳରେ ପାଣି ଜମିପାରେ ତେଣୁ ସ୍ଥିତିକୁ ଲକ୍ଷ୍ୟ କରିବା ପାଇଁ କୁହାଯାଇଛି । ଏହା ସହ ମତ୍ସ୍ୟଜୀବୀ ମାନଙ୍କତୁ ସମୁଦ୍ର ଭିତରକୁ 2 ଦିନ ଯିବା ପାଇଁ ବାରଣ କରାଯାଇଛି କାରଣ ଏହି ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ରହିପାରେ ଏହା ସହ ପବନର ବେଗ ବଢିପାରେ ।

ପ୍ରତିଟି ଖବର ସର୍ବ ପ୍ରଥମେ ସବୁଠୁ ଆଗ ପଢିବା ପାଇଁ ଲାଇକ ଅଫସନରେ କ୍ଲିକ କରନ୍ତୁ , ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *