ଆଜିକାଲି ଦୁନିଆରେ ଠକ, ଭଣ୍ଡ ବାବାଙ୍କ ର ଅଭାବ ନାହିଁ।ଦୁନିଆରେ ଏମିତି କିଛି ଏହିଭଳି ଅନେକ ଛଦ୍ମବେଶୀ ବାବା ରହିଛନ୍ତି ଯେଉଁ ମାନେ ଧର୍ମ ନାଆଁ ରେ ନିରୀହ ଲୋକ ମାନଙ୍କୁ ଠକି ଥାଆନ୍ତି। ପୋଲିସ ଏମାନଙ୍କ ଉପରେ ଅନେକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିଲେ ମଧ୍ୟ ଏମାନଙ୍କର ସଂଖ୍ୟାରେ କମି ହେଉନାହିଁ। ପ୍ରତିଦିନ କେଉଁଠୁ ନା କେଉଁଠୁ ଏହିଭଳି ଭଣ୍ଡ ବାବା ମାନଙ୍କର ଖବର ଲୋକଙ୍କ ଦୃଷ୍ଟି ଗୋଚର ହେବାରେ ଲାଗିଛି। ସେହିଭଳି ଏବେ ଏକ ଭଣ୍ଡ ବାବା କୁ ଗିରଫ କରିଛି ପୋଲିସ।
ଏହିଭଳି ଘଟଣା ଘଟିଛି ମଧ୍ୟପ୍ରେଦେଶ ର ନରସିଂହପୁର ରେ। ତାଙ୍କ ବିରୋଧରେ ଆସିଛି ଜଘନ୍ୟ ଅପରାଧ ର ଅଭିଯୋଗ। ସେକ୍ସ୍ ସ୍କାଣ୍ଡାଲ ଭଳି ଜଘନ୍ୟ କାଣ୍ଡ ରେ ଜଡିତ ଏହି ବାବା ଙ୍କୁ ଗିରଫ କରିଛି ପୋଲିସ୍।ଏହି ରୋମାଣ୍ଟିକ ବାବା ଙ୍କ ନାମ ହେଉଛି ଧର୍ମଦେବ ଓରଫ ଧର୍ମେନ୍ଦ୍ର ଦୁବେ।ସେ ଜଣେ ହନୁମାନ ଙ୍କ ଅବତାର ବୋଲି ନିଜେ ନିଜେ କହୁଥିଲେ।ଏହି ନିକଟରେ ସେ ଗିରଫ ହୋଇଥିଲେ ଗଞ୍ଜେଇ ଚାଲାଣ ଅଭିଯୋଗ ରେ। ଏଥିପାଇଁ ଯେତେବେଳେ ପୋଲିସ ତାଙ୍କୁ ପଚରା ଉଚରା କଲା ଓ ତଦନ୍ତ କଲା ସେତେବେଳେ ତାଙ୍କର ଅନ୍ୟ ମୁଖା ମଧ୍ୟ ସାମ୍ନା କୁ ଆସିଲା ଯାହା ପୋଲିସ କୁ ଆଶ୍ଚର୍ଯ୍ୟ କରିଥିଲା।
ଯେତେବେଳେ ପୋଲିସ ବାବାଙ୍କୁ ପଚରା ଉଚରା କରିବା ପାଇଁ ପୋଲିସ ବାବାଙ୍କୁ କଷ୍ଟଡୀକୁ ନେଇଥିଲା , ସେତେବେଳେ ବାବାଙ୍କ ଅସଲ ମଉକାର ପର୍ଦାଫାସ ହୋଇଥିଲା , ପୋଲିସ ଯେତେବେଳେ ବାବାଙ୍କ ମୋବାଇଲ କୁ ଚେକ କଲା , ତେବେ ପୋଲିସ ଅଫିସରଙ୍କର ହୋସ ଉଡିଗଲା , ବାବା ସେହି ମୋବାଇଲେ ରେ ଅନେକ ଜୁବତୀଙ୍କର ଅଶ୍ଳୀଳ ଭିଡିଓ ରେକଡ କରି ରଖିଥିଲା , ଯେଉଁ ଭିଡିଓକୁ ନେଇ ସେ ମହିଳା ମାନଙ୍କୁ ବ୍ଲାକ ମେଲ କରିବା ସହିତ ଅନେକ ପଇସା ମଧ୍ୟ ଡିମାଣ୍ଡ କରୁଥିଲା ,
ବିଭିନ୍ନ ପ୍ରକାରର ଉପାୟରେ ଗୁଣି ଗାରେଡ଼ି କରି ସେ ସ୍ତ୍ରୀ ମାନଙ୍କୁ ବସି କରଣ କରିବା ପାଇଁ ତାଙ୍କର ସ୍ବାମୀ ମାନଙ୍କୁ ତାବିଯ ଦେଉଥିଲେ ଏହି ଭଣ୍ଡ ବାବା। ପରିବାର ଓ ନିଜ ବୈବାହିକ ଜୀବନରେ ଅଶାନ୍ତିରେ ଥିବା ମହିଳା ମାନଙ୍କୁ ପ୍ରତି ମଙ୍ଗଳବାର ଧର୍ମେନ୍ଦ୍ର ତାଙ୍କ ଆଶ୍ରମକୁ ଯିବାକୁ କହୁଥିଲେ ଏବଂ ଏହି ଦିନ ମହିଳାଙ୍କୁ ଏକ ପ୍ରକାର ପ୍ରସାଦ ପ୍ରଦାନ କରୁଥିଲେ।ଏହାପରେ ସେ ମହିଳାଙ୍କୁ ସମ୍ମୋହନ କରି ନିଜେ ଶାରୀରିକ ସମ୍ପର୍କ ରଖିବା ସହ ମୋବାଇଲରେ ଭିଡିଓ ରେକର୍ଡ ମଧ୍ୟ କରୁଥିଲେ।ଏହି ରୋମାଣ୍ଟିକ ବାବା ଟି ସାର୍ଟ ଓ ଜିନ୍ସ ପିନ୍ଧି ରାସଲୀଳା କରୁଥିଲେ ବୋଲି ପୋଲିସ କହିଛି ଏବଂ ତାଙ୍କୁ ଜେଲକୁ ପଠାଇଛି।
ତେବେ ଏହି ଭଳି ଖବର ସବୁବେଳେ ପଢିବା ପାଇଁ ଏବେ ହିଁ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରି , ଆମ ପେଜକୁ ଲାଇକ କରି ଦିଅନ୍ତୁ