3 ଅଗଷ୍ଟ 2020 ରାଶିଫଳ – ଆଜି ରାକ୍ଷା ପୁର୍ଣିମାରେ ବଦଳିଯ଼ିବ ଏହି ସବୁ ରାଶିଙ୍କ ଭାଗ୍ୟ

rasi-phala

ମେଷ: ଉଚ୍ଚ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ପିଲାମାନଙ୍କର ସ୍ୱାସ୍ଥ୍ୟର ଅବନତି ନେଇ ଚିନ୍ତିତ ରହିବେ। ଯୁବକ ଯୁବତୀମାନଙ୍କର ପରୀକ୍ଷା ପ୍ରତିଯୋଗିରେ ସଫଳତା ମିଳିବ। ସାଙ୍ଗ ସାଥୀମାନେ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ମହିଲାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ। ପ୍ରତି କଥାକୁ ଗୁରୁତ୍ଵଦେଇ କାର୍ଯ୍ୟଠିକ୍ ଭାବେ ସଂପୂର୍ଣ୍ଣ କରିବେ। ଥାନା, ଫାଣ୍ଡି କୋର୍ଟ କଚେରୀ ମାମଲାର ଶୁଣାଣି ସପକ୍ଷରେ ଯିବ। ଆୟ ବୃଦ୍ଧି ହେବ କିନ୍ତୁ ଅଯଥା ବ୍ୟୟ ମଧ୍ୟ କରିବେ। ବ୍ୟବସାୟରେ ଆକସ୍ମିକଭାବରେ ଆଳସ୍ୟଭାବ ବୃଦ୍ଧିପାଇବ। ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବୃଷ: ଅଫିସରେ ଟେନସନ ଦୂର ହେବ। ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ। ଯେତେ ସମସ୍ୟା ଥିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ।ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ୱାସ୍ଥ୍ୟହାନିର କାରଣ ହେବ। ପରୋକ୍ଷ ଶତୃତା କାରଣରୁ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ ନାହିଁ। ମାଲିମୋକଦ୍ଦମାରେ ନିଜ ଲୋକମାନେ ବିଶ୍ୱାସ ଘାତକତା କରିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ମେଣ୍ଟିଯିବ। କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ପ୍ରତିକାର-ଘରୁ ବହାରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

କର୍କଟ : ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣ ହେବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ଯୁବକ ଯୁବତୀମାନଙ୍କର ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ । ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ନିଜଲୋକମାନେ ଶତ୍ରୁତା ଆଚରଣ କରିବେ। କୂଟନୀତି ପ୍ରୟୋଗକରି କାମ ହାସଲ କରିପାରିବେ । ବିବାଦୀୟ ଘଟଣା ଶରୀର ଓ ମନକୁ ପ୍ରଭାବିତ କରିବା ଫଳରେ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ନତୁବା ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ସିଂହ – ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ବୁଧଙ୍କ ପ୍ରଭାବରେ ବନ୍ଧୁଙ୍କ ମାଧ୍ୟମରେ ଅର୍ଥର ଆବଶ୍ୟକତା ପୂରଣ ହୋଇଯିବ । ଅଫିସରେ କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିବେ । କାମ ହାସଲ ସକାଶେ ଅନୁକୁଳ ବାତାବରଣ ସୃଷ୍ଟି ହେବ ଫଳରେ ମନୋବଳ ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ । ପରିବାରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ଅନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହେବେ । ପରିସ୍ଥିତି ସହ ଖାପାଖୁଆଇ ଚାଲିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା – ଆରୋଧ୍ୟ ଦେବବାଦୀଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ କାଟିବ । ଷଷ୍ଠରେ ତୃତୀୟଭାବଧିପ ଅବସ୍ଥାନ କରୁଥିବାରୁ ନିଜର ଆତ୍ମୀୟମାନେ ବିରୋଧଭାବ ପୋଷଣ କରିପାରନ୍ତି । ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଆର୍ଥିକ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ । ଆର୍ଥିକ ଅନଟନ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ କହିବା ପାଇଁ ଅନୁକୂଳ ସମୟ ଅଟେ । ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ମିଳିବ, ଯାହାଫଳରେ ମନୋବଳ ବୃଦ୍ଧି ପାଇବା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା – ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କେତୁଙ୍କ ଅବସ୍ଥାନ ଜନିତ ସକାଳୁ ସକାଳୁ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ । ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତତା ରହିବେ । ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀର ପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ବିଛା – ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବଳବାନ୍‌ ରାଶ୍ୟାଧିପ ଚତୁର୍ଥକେନ୍ଦ୍ରରେ ଅବସ୍ଥାନ କରୁଥିବାରୁ ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ । କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି । ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନର ଉତ୍ତର ବୁଝିବାର ସାହାଯ୍ୟ ମିଳିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସଂଯମତା ରଖନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ଧନୁ – ଇଷ୍ଟ ଦେବୀଙ୍କ କୃପାରୁ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କାହାରିକୁ ସହଜରେ ବିଶ୍ଵାସ କରନ୍ତୁ ନାହିଁ । କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିବ । ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ପଡୋଶୀ ସାହାଯ୍ୟ କରିବେ । ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ନାରାୟଣୀ ।

ମକର – ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟପୂର୍ଣ୍ଣ ରହିବ । କାର୍ଯ୍ୟଦକ୍ଷତାଜନିତ ଅଭିଳାଷ ପୂରଣ କରି ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଆସିବ । କାର୍ଯ୍ୟ ହାସଲ କରିବା ପରିପ୍ରେକ୍ଷୀରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ପରିବାରରେ ଦ୍ୱନ୍ଦ୍ୱ ଦୂର ହେବ କିନ୍ତୁ ଦୁଃଖକଷ୍ଟ ସହ୍ୟ କରିବାକୁ ପଡିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଆକାଶିନୀଳ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ – ଆପଣଙ୍କ ସ୍ନେହର ଆଭାସ ଅନ୍ୟକୁ ପ୍ରଭାବିତ କରିବ । କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ମିଳିବ । ପ୍ରିୟଜନଙ୍କ ପ୍ରେରଣାରେ ଉଦ୍‌ବୁଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବାର ସୂଚନା ରହିଛି । ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କିଚକେଶ୍ବରୀ ।

ମୀନ – ଆପଣଙ୍କ ଆଖପାଖରେ ସୁଖ ଓ ଆନନ୍ଦଦାୟକ ପରିସ୍ଥିତି ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ମାନସିକ ଚାପର ସମ୍ମୁଖୀନ ହୋଇ ଅଶାନ୍ତ ରହିପାରନ୍ତି । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ମନୋଭାବ ତ୍ୟାଗ କରନ୍ତୁ । ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଃଶ୍ଚିନ୍ତାର କାରଣ ହୋଇପାରେ । କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଲେଖାପଢା,ଗବେଷଣା, କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବାରୁ ବ୍ୟସ୍ତ ବୃଦ୍ଧି ପାଇବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *