20 ଅଗଷ୍ଟ 2020 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

rasi-phala

ମେଷ-  ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ଆଜିର ଦିନ ଶୁଭ ଅଟେ। ସୃଜନାତ୍ମକ ଶକ୍ତିରେ ବୃଦ୍ଧି ହେବ। ବିଚାରରେ ସ୍ଥିରତା ତଥା ମନରେ ଦୃଢ଼ତା ରହି ଆପଣ ନିଜର କାର୍ଯ୍ୟ ବହୁତ ଭଲ ଭାବରେ କରି ପାରିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ କରିବେ। ଠିକାଦାରୀ, ସଡକ, ଗୃହ ନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ । ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ମିଳିଯିବ ଓ ଭୂମିଲାଭ ଯୋଗ ମଧ୍ୟ ଘଟିବ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବୃଷ – ମାନସିକ ଅଶାନ୍ତି ଏବଂ ଅସୁବିଧା ଭରା ଦିନ ଅଟେ। ଜୋରରେ ପରିବର୍ତ୍ତନ ହେଉଥିବା ବିଚାର କାରଣରୁ ଅନିର୍ଣ୍ଣୟର ସ୍ଥିତି ରହିବ। ସେଥିପାଇଁ ଠୋସ ନିର୍ଣ୍ଣୟ ନେଇ ପାରିବେ ନାହିଁ। ସନ୍ତାନମାନଙ୍କର ପ୍ରଶ୍ନ ଅସୁବିଧାରେ ପକାଇବ। ପେଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି। କାର୍ଯ୍ୟ ନିଷ୍ଫଳତା ହତାଶା ସୃଷ୍ଟି କରିବ ଏବଂ ଆକସ୍ମିକ ଧନ ଖର୍ଚ୍ଚ ହେବ।  ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ମିଥୁନି  -ବ୍ୟାପାର-ଧନ୍ଦାର ବିକାସ ଏବଂ ଆର୍ଥିକ ଆୟୋଜନ ପାଇଁ ଆଜି ଅନୁକୂଳ ଦିନ ଅଟେ। ଅସୂଲୀ କିମ୍ବା ଟଙ୍କା ଦେବା-ନେବାରେ ସଫଳତା ମିଳିବ। ଆମଦାନୀ-ରପ୍ତାନୀରେ ବ୍ୟାପାରିମାନଙ୍କୁ ଲାଭ ହେବ। ଆର୍ଥିକ ଲାଭ ହେବ। ଆଇନ କାନୁନରୁ ଦୂରେଇ ରହିବା ସହିତ ସଚେତ ରୁହନ୍ତୁ। ବିରୋଧିମାନଙ୍କର ଚାଲ ନିଷ୍ଫଳ ରହିବ। ଆଜିର ଦିନ ଆନନ୍ଦର ଦିନ ଅଟେ। ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିବ। ପରିଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ରହିବ। ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ। ଛୋଟ ଯାତ୍ରା ଆନନ୍ଦଦାୟୀ ରହିବ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ – ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ମନର ଦ୍ୱନ୍ଦ୍ୱତାପୂର୍ଣ୍ଣ ସ୍ଥିତି ଯୋଗୁଁ ହାତକୁ ଆସିଥିବା ସୂଯୋଗ ହରାଇ ପାରନ୍ତି ଧ୍ୟାନ ରଖିବାକୁ ପଡ଼ିବ। ମହିଳା ମିତ୍ରମାନଙ୍କ ସହ ସାକ୍ଷାତକରିବେ ଏବଂ ଲାଭ ହେବ। ବୃଦ୍ଧଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରାର ଆୟୋଜନ ହେବ।  ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ ।ମିତ୍ର ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ସମାପ୍ତ ହେବ। କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ମଧ୍ୟ ହୋଇପାରେ। ବ୍ୟବସାୟୀ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ଅଟେ,ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ସିଂହ- ବ୍ୟବସାୟ କ୍ଷେତ୍ରରେ ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା କରିବେ। ଆର୍ଥିକସ୍ଥିତି ସୁଧୁରିବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ। ମହିଳାମାନେ ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ୍ଣା ଓ ପତିପ୍ରିୟା ହେବେ। ରାଜନୀତି କ୍ଷେତ୍ରରେ ଏକବୁଝା ପ୍ରକୃତି ନିମନ୍ତେ ଆପଣା ଲୋକଙ୍କୁ ଉପେକ୍ଷା କରି ନିଜେ ଅବାଞ୍ଛିତ ହୋଇ ପଡିବେ। କର୍ମ ବ୍ୟସ୍ତତାକୁ ନେଇ ଭ୍ରମଣ କରିବାକୁ ପଡିବ। ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କନ୍ୟା:- ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ରାଜନୈତିକ ଜୀବନରେ ଶତୃମାନେ ପରାଜିତ ହେବେ। ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:- ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ପ୍ରତିକାର: ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

ବିଛା:- ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ପ୍ରତିକାର- ବୃଦ୍ଧ, ବୃଦ୍ଧାଙ୍କୁ ଭୋଜନ ଦିଅନ୍ତୁ।

ଧନୁ : ଆଜି ଏଭଳି ଏକ ଦିନ ଯେଉଁଦିନ କି ଆପଣଙ୍କୁ ବିଦେଶରୁ ସୁସମ୍ବାଦ ମିଳିପାରେ । ଯଦି ଆପଣ ପରିବାର ବା ବନ୍ଧୁ ବିଦେଶରେ ରହୁଥାନ୍ତି । ତେବେ ଏହି ସୁସମ୍ବାଦ ତାଙ୍କ ତରଫରୁ ଆସିପାରେ ।ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି । ଦୈନିକ କାର୍ଯ୍ୟଗୁଡ଼ିକରେ ଛୁଟିକରି ଆଜି ବାହର ବୁଲିବାକୁ ଏବଂ ମନୋରଞ୍ଜନ ପ୍ରବୃତ୍ତି ପାଇଁ ସମୟ ବାହାର କରିପାରନ୍ତି। ପରିବାରର ଲୋକ ଏବଂ ମିତ୍ରମାନଙ୍କର ସମାବେଶ କରିବେ, ଯାହା କି ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକରୂପରେ ଆପଣ ପୂରା ଦିନ ପ୍ରଫୁଲ୍ଲିତ ରହିବେ। ଆପଣଙ୍କ ମାନସମ୍ମାନରେ ମଧ୍ୟ ବୃଦ୍ଧି ହେବ।ପ୍ରତିକାର : କଳା କୁକୁରର ସେବା କରନ୍ତୁ ।

ମକର:- ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ଶରିର ସୁସ୍ଥ ରହିବ। ସରକାରୀ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ପ୍ରତିକାର: ଅସହାୟ ଓ ବୃଦ୍ଧାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

କୁମ୍ଭ:- ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ। କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ। ପୁରାତନ ରୋଗର ପ୍ରକୋପ ହ୍ରାସ ହେବ। ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ସ୍ତ୍ରୀମାନଙ୍କର ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ବିଶେଷ ଲାଭ କରିପାରିବେ। ପ୍ରତିକାର : ଅଶ୍ୱତ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।

ମୀନ:- ବ୍ୟବସାୟରେ ଉତ୍ତମ ରୋଜଗାର ହେବ । ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଜାଗା, ଜମି, ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ହର୍ସୋଲ୍ଲାସ ବାତାବରଣ ପରିବାରରେ ଖେଳିଯିବ। ଅଟକି ଥିବା କାର୍ଯ୍ୟ ଚାଲୁ ହେବ, ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ହେବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ। ପ୍ରତିକାର : ଗାଈକୁ ପରିବା ଘାସ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *