2 ଅଗଷ୍ଟ 2020 ରବିବାର ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

rasi-phala

ମେଷ-  ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ଆଜିର ଦିନ ଶୁଭ ଅଟେ। ସୃଜନାତ୍ମକ ଶକ୍ତିରେ ବୃଦ୍ଧି ହେବ। ବିଚାରରେ ସ୍ଥିରତା ତଥା ମନରେ ଦୃଢ଼ତା ରହି ଆପଣ ନିଜର କାର୍ଯ୍ୟ ବହୁତ ଭଲ ଭାବରେ କରି ପାରିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ କରିବେ। ଠିକାଦାରୀ, ସଡକ, ଗୃହ ନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ । ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ମିଳିଯିବ ଓ ଭୂମିଲାଭ ଯୋଗ ମଧ୍ୟ ଘଟିବ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବୃଷ – ମାନସିକ ଅଶାନ୍ତି ଏବଂ ଅସୁବିଧା ଭରା ଦିନ ଅଟେ। ଜୋରରେ ପରିବର୍ତ୍ତନ ହେଉଥିବା ବିଚାର କାରଣରୁ ଅନିର୍ଣ୍ଣୟର ସ୍ଥିତି ରହିବ। ସେଥିପାଇଁ ଠୋସ ନିର୍ଣ୍ଣୟ ନେଇ ପାରିବେ ନାହିଁ। ସନ୍ତାନମାନଙ୍କର ପ୍ରଶ୍ନ ଅସୁବିଧାରେ ପକାଇବ। ପେଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି। କାର୍ଯ୍ୟ ନିଷ୍ଫଳତା ହତାଶା ସୃଷ୍ଟି କରିବ ଏବଂ ଆକସ୍ମିକ ଧନ ଖର୍ଚ୍ଚ ହେବ।  ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ମିଥୁନି  -ବ୍ୟାପାର-ଧନ୍ଦାର ବିକାସ ଏବଂ ଆର୍ଥିକ ଆୟୋଜନ ପାଇଁ ଆଜି ଅନୁକୂଳ ଦିନ ଅଟେ। ଅସୂଲୀ କିମ୍ବା ଟଙ୍କା ଦେବା-ନେବାରେ ସଫଳତା ମିଳିବ। ଆମଦାନୀ-ରପ୍ତାନୀରେ ବ୍ୟାପାରିମାନଙ୍କୁ ଲାଭ ହେବ। ଆର୍ଥିକ ଲାଭ ହେବ। ଆଇନ କାନୁନରୁ ଦୂରେଇ ରହିବା ସହିତ ସଚେତ ରୁହନ୍ତୁ। ବିରୋଧିମାନଙ୍କର ଚାଲ ନିଷ୍ଫଳ ରହିବ। ଆଜିର ଦିନ ଆନନ୍ଦର ଦିନ ଅଟେ। ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିବ। ପରିଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ରହିବ। ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ। ଛୋଟ ଯାତ୍ରା ଆନନ୍ଦଦାୟୀ ରହିବ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ – ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ମନର ଦ୍ୱନ୍ଦ୍ୱତାପୂର୍ଣ୍ଣ ସ୍ଥିତି ଯୋଗୁଁ ହାତକୁ ଆସିଥିବା ସୂଯୋଗ ହରାଇ ପାରନ୍ତି ଧ୍ୟାନ ରଖିବାକୁ ପଡ଼ିବ। ମହିଳା ମିତ୍ରମାନଙ୍କ ସହ ସାକ୍ଷାତକରିବେ ଏବଂ ଲାଭ ହେବ। ବୃଦ୍ଧଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରାର ଆୟୋଜନ ହେବ।  ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ ।ମିତ୍ର ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ସମାପ୍ତ ହେବ। କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ମଧ୍ୟ ହୋଇପାରେ। ବ୍ୟବସାୟୀ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ଅଟେ,ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ସିଂହ – ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ । ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲି ଯିବାର ଦିନ ଅଟେ। ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ମଜ୍ଜି ରହିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ, ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା – ଆପଣଙ୍କ ଯୋଜନାନୁଯାୟୀ ଇଛା କରୁଥିବା ସ୍ଥାନ ଭ୍ରମଣ କରିବାକୁ ଯିବେ । ଏ ଯାତ୍ରା ବହୁତ ଉପଭୋଗ୍ୟ ହେବ । ଭିନ୍ନ ଭିନ୍ନ କ୍ଷେତ୍ରରେ ସଫଳତା ପାଇବା ପାଇଁ ଏବଂ ଶିଘ୍ର ଫଳ ପାଇଁ ଏହି ଶୁଭ ସମୟ ଉପଯୋଗ କରନ୍ତୁ ।ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ। ସ୍ଵାସ୍ଥ୍ୟ ନରମ-ଗରମ ରହିବ। କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ। ସନ୍ତାନମାନଙ୍କ ବିଷୟରେ ଟିକେ ଚିନ୍ତା ହୋଇପାରେ।ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ତୁଳା – ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଭାଗ୍ୟବୃଦ୍ଧି ହେବ ,ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ବିଛା – ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ : ଆଜି ଏଭଳି ଏକ ଦିନ ଯେଉଁଦିନ କି ଆପଣଙ୍କୁ ବିଦେଶରୁ ସୁସମ୍ବାଦ ମିଳିପାରେ । ଯଦି ଆପଣ ପରିବାର ବା ବନ୍ଧୁ ବିଦେଶରେ ରହୁଥାନ୍ତି । ତେବେ ଏହି ସୁସମ୍ବାଦ ତାଙ୍କ ତରଫରୁ ଆସିପାରେ ।ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି । ଦୈନିକ କାର୍ଯ୍ୟଗୁଡ଼ିକରେ ଛୁଟିକରି ଆଜି ବାହର ବୁଲିବାକୁ ଏବଂ ମନୋରଞ୍ଜନ ପ୍ରବୃତ୍ତି ପାଇଁ ସମୟ ବାହାର କରିପାରନ୍ତି। ପରିବାରର ଲୋକ ଏବଂ ମିତ୍ରମାନଙ୍କର ସମାବେଶ କରିବେ, ଯାହା କି ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକରୂପରେ ଆପଣ ପୂରା ଦିନ ପ୍ରଫୁଲ୍ଲିତ ରହିବେ। ଆପଣଙ୍କ ମାନସମ୍ମାନରେ ମଧ୍ୟ ବୃଦ୍ଧି ହେବ।ପ୍ରତିକାର : କଳା କୁକୁରର ସେବା କରନ୍ତୁ ।

ମକର:- ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ଶରିର ସୁସ୍ଥ ରହିବ। ସରକାରୀ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ପ୍ରତିକାର: ଅସହାୟ ଓ ବୃଦ୍ଧାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

କୁମ୍ଭ:- ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ। କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ। ପୁରାତନ ରୋଗର ପ୍ରକୋପ ହ୍ରାସ ହେବ। ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ସ୍ତ୍ରୀମାନଙ୍କର ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ବିଶେଷ ଲାଭ କରିପାରିବେ। ପ୍ରତିକାର : ଅଶ୍ୱତ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।

ମୀନ:- ବ୍ୟବସାୟରେ ଉତ୍ତମ ରୋଜଗାର ହେବ । ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଜାଗା, ଜମି, ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ହର୍ସୋଲ୍ଲାସ ବାତାବରଣ ପରିବାରରେ ଖେଳିଯିବ। ଅଟକି ଥିବା କାର୍ଯ୍ୟ ଚାଲୁ ହେବ, ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ହେବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ। ପ୍ରତିକାର : ଗାଈକୁ ପରିବା ଘାସ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *