18 ଅଗଷ୍ଟ 2020 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

rasi-phala

ମେଷ:– ଆଜିର ଦିନଟି ଆପଣଙ୍କ ପାଇଁ ଏତେ ବି ଶୁଭ ନୁହେଁ, ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। ଅଯଥା ଧଁ। ଦୌଡ଼ ଲାଗିରହିବା ଯୋଗେ କ୍ଳାନ୍ତ-ଶ୍ରାନ୍ତ ହେବେ। ମାଲିମୋକଦ୍ଦମାରେ ପଶିଲେ ଅପଦସ୍ତ ହେବା ସାର ହେବ। ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କ କମିଯିବ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ। ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ। ଧବଳ ବର୍ସ୍ତ ପରିଧାନ କରନ୍ତୁ ,ସମସ୍ୟ ଦୁର ହେବ

ବୃଷ:– ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭଦାୟକ, କର୍ମକ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ଆସିବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ। ଶିବଲିଙ୍ଗ ଉପରେ କ୍ଷୀର ଢାଳନ୍ତୁ

ମିଥୁନ:– ଆଜିର ଦିନରେ ଅନେକ କାର୍ଯ୍ୟ ସିଦ୍ଧୀ କରିପାରିବେ, କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ବନ୍ଧୁମାନଙ୍କଠୁ ସମ୍ମାନ ପାଇବେ, ସ୍ଥଗିତଥିବା କର୍ମଟି ପୂରଣ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଚେଷ୍ଟା କଲେ କର୍ମ ନିଯୁକ୍ତିରେ ସଫଳ ହେବେ। ପ୍ରତିକାର– ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ। ଏବଂ ହନୁମାନଙ୍କୁ ପୂଜା କରନ୍ତୁ

କର୍କଟ:– କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ। ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି. ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ସିଂହ- ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ । କୌଟୁମ୍ବିକ କ୍ଲେଶ ଆପଣଙ୍କ ମନକୁ ବ୍ୟଥିତ କରିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଚିନ୍ତା ସୃଷ୍ଟି ହୋଇପାରେ। ସାର୍ବଜନିକ ଜୀବନରେ ଅପଯଶ କିମ୍ବା ଅପକୀର୍ତ୍ତି ଆପଣଙ୍କ ମାନ-ପ୍ରତିଷ୍ଠାକୁ ହାନି ପହଁଚାଇପାରେ। ପର୍ଯ୍ୟାପ୍ତ ଆରାମ ଏବଂ ନିଦ ନ ମିଳିବାରରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କନ୍ୟା : ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ନକାରାତ୍ମକ ବିଚାରରେ ମନ ଚିନ୍ତିତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ, ପାଠପଢ଼ାରେ ମନ ଲାଗିବ। ଯାତ୍ରାର ସମ୍ଭାବନା ଅଛି। କିଣାକିଣିରେ ସଫଳତା ମିଳିବ।।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା : ଆଜି ଆପଣ ନିଜ ଉପରେ କାର୍ଯ୍ୟ ବୋଧ ବଢ଼ି ଯାଇଛି ବୋଲି ଅନୁଭବ କରିବେ । ଏହି ଚ଼ିନ୍ତା ଘର ଏବଂ କାର୍ଯ୍ୟ ସହ ସମ୍ବନ୍ଧିତ ହୋଇଥାଇପାରେ । ଆଜି ଆପଣ ଶାନ୍ତ ରହି ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ । ବର୍ତ୍ତମାନ ସମୟରେ ଆପଣ ଭଲ ଭାବରେ ଆର୍ଥିକ ଯୋଜନା ସମ୍ପୂର୍ଣ୍ଣ କରି ପାରିବେ। ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତି ଶ୍ରେଷ୍ଠତମ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଫୂର୍ତ୍ତି ରହିବ। ଦୃଢ଼ ବିଚାର ଏବଂ ଆତ୍ମବିଶ୍ଵାସରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଭାଗିଦାରୀ ସହିତ ମେଳ-ମିଳାପ ରହିବ।।ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ

ବିଚ୍ଛା : ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି । ମିତ୍ରମାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି, ଲାଭ ହେବ। ଆମୋଦ-ପ୍ରମୋଦରେ ଅର୍ଥ ଖର୍ଚ୍ଚ ହୋଇପାରେ। ଦାମ୍ପତ୍ୟଜୀବନ ଭଲ ରହିବ। କୋର୍ଟ-କଚେରୀ ମାମଲାରେ ସମ୍ଭାଳିକରି କାର୍ଯ୍ୟ କରିବାକୁ ଉଚିତ ରହିବ। ଅଫିସ୍ ରେ ମହିଳାବର୍ଗଙ୍କଠାରୁ ଲାଭ ମିଳିବ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ

ଧନୁ:- ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ପଦୋନ୍ନତି ମଧ୍ୟ ପାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବର ସଂକେତ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ। ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ।

ମକର:- ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ଶରିର ସୁସ୍ଥ ରହିବ। ସରକାରୀ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ପ୍ରତିକାର: ଅସହାୟ ଓ ବୃଦ୍ଧାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

କୁମ୍ଭ:- ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ। କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ। ପୁରାତନ ରୋଗର ପ୍ରକୋପ ହ୍ରାସ ହେବ। ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ସ୍ତ୍ରୀମାନଙ୍କର ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ବିଶେଷ ଲାଭ କରିପାରିବେ। ପ୍ରତିକାର : ଅଶ୍ୱତ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।

ମୀନ:- ବ୍ୟବସାୟରେ ଉତ୍ତମ ରୋଜଗାର ହେବ । ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଜାଗା, ଜମି, ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ହର୍ସୋଲ୍ଲାସ ବାତାବରଣ ପରିବାରରେ ଖେଳିଯିବ। ଅଟକି ଥିବା କାର୍ଯ୍ୟ ଚାଲୁ ହେବ, ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ହେବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ। ପ୍ରତିକାର : ଗାଈକୁ ପରିବା ଘାସ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *