17 ଅଗଷ୍ଟ 2020 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦିନ , କଣ ରହିଛି ଭାଗ୍ୟରେ

rasi-phala

ମେଷ:- ସନ୍ତାନଙ୍କ ବ୍ୟବହାର ପାଇଁ ମନରେ ଅଶାନ୍ତି ଅସନ୍ତୋଷ ଦେଖାଦେବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ମାନ ମନାନ୍ତର ଦୂର ହେବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ବ୍ୟବସାୟୀକ ସଫଳତା ଆତ୍ମସନ୍ତୋଷ ବଢେଇବ। ଯୁବକ ଯୁବତୀମାନଙ୍କର ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ। ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦାମ୍ପତ୍ୟ କଳହର ଅବସାନ ଘଟିବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:- ମହିଳାମାନେ ସାମାଜିକ କାର୍ଯ୍ୟରେ ଯୋଗଦେଇ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ବଜାୟ ରଖିବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ସମସ୍ତକର୍ମ ବହୁତ କଷ୍ଟରେ ହିଁ ସମ୍ପନ୍ନହେବ। ଅତି ଭଲସମ୍ପର୍କ ଥିବା ବନ୍ଧୁଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବେ। ଦୀର୍ଘ ପଥଭ୍ରମଣ ଯୋଗୁ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରି କିଛି ଦାନ ଦିଅନ୍ତୁ।

ମିଥୁନ:- ସରକାରୀ କାମରେ ସଫଳତା ପାଇବେ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ସାମାଜିକ ପତିଆରା ଅମଳିନ ରହିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିପଦରେ ପକାଇବ। ପରିବାରର କେତେକ ଅକୁହାକଥା ଚିନ୍ତା କରିବେ। ପ୍ରତିକାର- ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କର୍କଟ:- ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ। କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ ତେଣୁ ସତର୍କ ରହିବା ଆବଶ୍ୟକ। ପରିବାରରେ ନିଜ ଲୋକମାନେ ପରଭଳି ବ୍ୟବହାର କରିବେ ଓ ପତିପତ୍ନୀଙ୍କ ମଧ୍ୟରେ ମତ ଭେଦ ହୋଇପାରେ। ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ସିଂହ : ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ । ଆଜିର ଦିନ ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସାରେ ସମ୍ଭାଳିକରି ଚାଲିବେ। ଆନନ୍ଦ-ପ୍ରମୋଦ ପଛରେ ଆପଣ ଅଧିକ ଖର୍ଚ୍ଚ କରିବେ। ସ୍ଵଭାବରେ କିଛି ଉଗ୍ରତା ରହିବ। ବନ୍ଧୁମାନଙ୍କ ସହିତ ମଧ୍ୟ ଅରୁଚିକର ଘଟଣାଏଁ ବନିବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରସନ୍ନତା ଏବଂ ସୁସ୍ଥତା ମଧ୍ୟ ପ୍ରାପ୍ତ କରି ପାରିବେ। ମିତ୍ର, ସ୍ଵଜନମାନଙ୍କଠାରୁ ଉପହାର ମିଳିବ, ଦିନ ଆନନ୍ଦଦାୟୀ ରହିବ। ପରିବାରର ବାତାବରଣ ପ୍ରସନ୍ନତା ରହିବ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

କନ୍ୟା : ଆଜି ଆପଣ ଶାନ୍ତି ପୂର୍ବକ ଘରେ କୌଣସି କଳିକୁ ସମାଧାନ କରିବାକୁ ଚେଷ୍ଟାକରିବେ । ଯଦି ଆପଣ ଏବଂ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ କଳି ହୋଇଯାଏ, ତେବେ ଆପଣ ନିଜକୁ ସେମାନଙ୍କ ମଧ୍ୟରେ ଫସିଯାଇଥିବାର ପାଇବେ । ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ ପାଇଁ ହିତକର ଅଟେ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟବସାୟ ସ୍ଥଳ ଉପରେ ସମ୍ଭାଳିକରି ଚାଲିବେ। ସହକର୍ମଚାରୀମାନଙ୍କର ସହକାର ଆପଣଙ୍କୁ ମିଳିବ। ସନ୍ତାନମାନଙ୍କର ବିଷୟରେ ଦ୍ୱନ୍ଦ୍ୱରେ ରହିବେ।ପ୍ରତିକାର– ଭୋକିଲା ଲୋକକୁ ନିରାଶ କରିବେ ନାହିଁ।

ତୁଳା : ଯଦି ଆପଣ ଭାବୁଛନ୍ତି ଆପଣ ଯେଉଁଠି ଅଛନ୍ତି ଠିକ୍ ଅଛନ୍ତି ତାହାଲେ ଆଉଥରେ ଭାବିନିଅନ୍ତୁ । ବୋଧହୁଏ ଆଜି ଆପଣ ଘର ବଦଳାଇ ପାରନ୍ତି । ବୋଧହୁଏ ଆପଣ ନିଜେ ଘର ବଦଳାଇବାକୁ ଚ଼ାହିଁବେ । ବୌଦ୍ଧିକ ତଥା ସେଥିରେ ସମ୍ବନ୍ଧିତ ଲେଖନ କାର୍ଯ୍ୟରେ ଆଜି ଆପଣ ସକ୍ରିୟ ରହିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଲମ୍ବା ଯାତ୍ରା ତଥା ଧାର୍ମିକ ଯାତ୍ରାର ଯୋଗ ଅଛି, ଯେଉଁଥିରେ କୌଣସି ବଡ ପ୍ରତିଷ୍ଠାନର ଭେଟ ଆପଣ ନେବେ। ବିଦେଶରୁ ମିତ୍ର ତଥା ସ୍ନେହୀଜନମାନଙ୍କ ସହ ମିଳାମିଶା ରହିବ। ଶରୀରରେ ଉଲ୍ଲାସ ଏବଂ ଆଳସ୍ୟ ଉଭୟ ଅନୁଭବ ହେବ। ବିନା କୌଣସି ବିଘ୍ନରେ ଆପଣଙ୍କ କାର୍ଯ୍ୟ ସଂପନ୍ନ ହେବ। ଧନଲାଭର ଯୋଗ ଅଛି। ମିତ୍ରମାନଙ୍କଠାରୁ ଲାଭ ହେବ।ପ୍ରତିକାର– ଗାଈକୁ ଖାଇବାକୁ ଦେବେ।

ବିଚ୍ଛା : ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନୂଆ ପରିଚ଼ୟ ମିଳିପାରେ । ଏଥିପାଇଁ ବୋଧହୁଏ ତାଙ୍କୁ ବହୁତ ପ୍ରଶଂସା ମିଳିପାରେ । ଆଜି ନିଜ ପରିବାରର କିଛି ସଦସ୍ୟଙ୍କର ଦେଖାଶୁଣା କରିବାକୁ ପଡ଼ିପାରେ । ସମୟ କାଢ଼ି ନିଜ ଲୋକଙ୍କୁ ସ୍ନେହ ଦିଅନ୍ତୁ । ଆଜି ଆପଣଙ୍କ ଦିନ ମନୋରଞ୍ଜନ ପ୍ରଦ ଏବଂ ଆନନ୍ଦ ପ୍ରଦ ହେବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ଯିବାର ଆୟୋଜନ ହେବ। ସୁରୁଚିପୂର୍ଣ୍ଣ ଭୋଜନ କରିବାର ସୁଯୋଗ ମିଳିବ।ପ୍ରତିକାର–ହନୁମାନ ମନ୍ଦିରରେ ଭୋଗକରି ବାଣ୍ଟନ୍ତୁ।

ଧନୁ : କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ । ଆଜି ଆପଣଙ୍କୁ ଅତ୍ୟଧିକ ସମ୍ବେଦନଶୀଳତାର କାରଣରୁ ଏବଂ ଘରର ମାମଲାକୁ ନେଇକରି ମାନସିକ ଚିନ୍ତା ଆସିବାର ସମ୍ଭାବନା ଅଛି। ମନରେ ଉଠୁଥିବା ଦ୍ୱନ୍ଦ୍ୱରେ ଆପଣ ମାନସିକ ଯନ୍ତ୍ରଣା ଅନୁଭବ କରିବେ। ମାତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଧ୍ୟାନ ରଖିବାକୁ ପଡ଼ିବ। ଅନିଦ୍ରା ଆପଣଙ୍କୁ ଚିନ୍ତାଗ୍ରସ୍ତ କରିବ। ଜଳାଶୟରୁ ଦୂରରେ ରହିବା ହିତକର।ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ।

ମକର : ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବେ । ଆଜି ଆପଣ ଏବଂ ଆପଣଙ୍କ ଘରଲୋକେ ମଉଜ ମଜଲିସରେ ମଜ୍ଜି ରହିବେ । ବିଦେଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଜି ଆପଣ ରଣନୀତିରେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ ପାଇଁ ପ୍ରସ୍ତୁତ ରୁହନ୍ତୁ, ସଫଳତା ମିଳିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ହୃଦୟ ଏବଂ ମନରେ ସୁସ୍ଥ ରହିକରି କରିବେ। ବ୍ୟାପାର ଧନ୍ଦାରେ ଲାଭ ହେବ। ଶେୟାରରେ ଲଗାଇଥିବା ଟଙ୍କା ଲାଭପ୍ରଦ ହେବ। ମିତ୍ର ତଥା ସ୍ଵଜନ ଏବଂ ଭାଇ-ଭଉଣୀମାନଙ୍କ ସହିତ ମିଳାମିଶା ରହିବ। ମନର ଦ୍ୱନ୍ଦ୍ୱ ଦୂର ହେବ। ବିଦ୍ୟାର୍ଥିମାନଙ୍କପାଇଁ ଜ୍ଵଳନ୍ତ ସିଦ୍ଧି ହାସଲ ହେବ।ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କୁମ୍ଭ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି । ମନରେ ଦ୍ୱନ୍ଦ୍ୱ ହେବାରୁ ଆପଣ କୌଣସି ଠୋସ୍ ନିର୍ଣ୍ଣୟ ନେଇପାରିବେ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଅର୍ଥ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ମଧ୍ୟମ ଧରଣର ସମୟ ଅଟେ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମୀନ : ଆଜି ଆପଣ ନମ୍ରତାର ସହିତ ବ୍ୟବହାର କରନ୍ତୁ ଏବଂ ନିଜ ପ୍ରିୟଜନ ମାନଙ୍କ ସହିତ ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତୁ ସେମାନେ ଆପଣଙ୍କୁ ଆପଣଙ୍କର ବ୍ୟବହାର ପାଇଁ ଧନ୍ୟବାଦ ଦେବେ ଆଜି ଆପଣ ଅନୁଭବ କରିବେ । ଆନନ୍ଦ-ଉତ୍ସାହ ଏବଂ ହୃଦୟ ଏବଂ ମନର ପ୍ରସନ୍ନତା ଆପଣଙ୍କକୁ ଚେତନା ଏବଂ ଫୂର୍ତ୍ତିର ସଂଚାର କରିବ। ନୂଆ କାର୍ଯ୍ୟ ହାତକୁ ନେବେ। ସେଥିରେ ସଫଳତା ମିଳିବ। ଧାର୍ମିକ ମାଙ୍ଗଳିକ ପ୍ରସଙ୍ଗରେ ଯାଇପାରନ୍ତି। ମନରେ କୌଣସି ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ପରିବାର ସହିତ ମିଷ୍ଟାନ୍ନ ଭୋଜନର ଆନନ୍ଦ ନେବେ। ଦାମ୍ପତ୍ୟଜୀବନ ଆନନ୍ଦମୟ ରହିବ।ପ୍ରତିକାର: ଗାଈକୁ କିଛି ଖୁଆନ୍ତୁ।

Leave a Reply

Your email address will not be published. Required fields are marked *