ମେଷ:– ଦୂରଯାତ୍ରାରେ ସଫଳତା ମିଳିବ। ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ନିଜର ଯୋଜନାମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ପ୍ରତିକାର:-ହଳଦୀ ଚନ୍ଦନ ମଥାରେ ଲଗାନ୍ତୁ।
ବୃଷ:– ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ। ସବୁ ଭଲ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହେବେ। ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ବିଦ୍ୟାକ୍ଷେତ୍ରରେ ପ୍ରତିଭାର ବିକାଶ ହେବ। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ଦାମ୍ପତ୍ୟ କଳହ ଯୋଗେ ଅନେକ କ୍ଷେତ୍ରରେ ଲଜ୍ଜା ଅପମାନ ସହ୍ୟ କରିବାକୁ ପଡ଼ିବ। ଶାରିରୀକ ଅସୁସ୍ଥତା ସହ ମାନସିକ ଅଶାନ୍ତି ଦେଖାଦେବ। ବରିଷ୍ଠବ୍ୟକ୍ତି, ପଦାଧିକାରୀଙ୍କ ରୋଷରପାତ୍ର ହେବେ। ପ୍ରତିକାର:-ଷଣ୍ଢ ଓ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।
ମିଥୁନ:– ଧାର୍ମିକକାର୍ଯ୍ୟରେ ରୁଚି ବଢ଼ିବ। ସମୟ ଆନନ୍ଦମୟ ହେବ। ହୋଟେଲ, କଳାକାର, ଶିଳ୍ପକାରୀ, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଂ, ତେଲବ୍ୟବସାୟୀ, ପନିପରିବା ଚାଷୀମାନେ ବିଶେଷ ଲାଭାନ୍ୱିତ ହେବେ। ଆର୍ଥିକ ସାହାଯ୍ୟ ମିଳିବ । କର୍ମକ୍ଷେତ୍ରରେ ଶୁଭଖବର ପାଇ ଖୁସି ହେବେ। ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ। ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ଅର୍ଜନ କରିବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ମଧ୍ୟ ଲାଭହେବ। ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।
କର୍କଟ:– ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ । ବନ୍ଧୁ ମିଳନରେ ମହିଳାମାନଙ୍କ ମନ ପ୍ରଫୁ୍ଲ୍ଲ ରହିବ। ପରିବା ଚାଷି ଓ ବ୍ୟବସାୟୀମାନେ ଆଶାତୀତ ଲାଭପାଇବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଶିକ୍ଷା କ୍ଷେତ୍ରରେ ଆଦୌ ମନଯୋଗ ଦେବେ ନାହିଁ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଇଚ୍ଛାକରି ସ୍ଥାନାନ୍ତରିତ ହେବାକୁ ଚେଷ୍ଟା କରିବେ। ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।
ସିଂହ- ବ୍ୟବସାୟ କ୍ଷେତ୍ରରେ ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା କରିବେ। ଆର୍ଥିକସ୍ଥିତି ସୁଧୁରିବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ। ମହିଳାମାନେ ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ୍ଣା ଓ ପତିପ୍ରିୟା ହେବେ। ରାଜନୀତି କ୍ଷେତ୍ରରେ ଏକବୁଝା ପ୍ରକୃତି ନିମନ୍ତେ ଆପଣା ଲୋକଙ୍କୁ ଉପେକ୍ଷା କରି ନିଜେ ଅବାଞ୍ଛିତ ହୋଇ ପଡିବେ। କର୍ମ ବ୍ୟସ୍ତତାକୁ ନେଇ ଭ୍ରମଣ କରିବାକୁ ପଡିବ। ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।
କନ୍ୟା:- ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ରାଜନୈତିକ ଜୀବନରେ ଶତୃମାନେ ପରାଜିତ ହେବେ। ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:- ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ପ୍ରତିକାର: ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।
ବିଛା:- ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ପ୍ରତିକାର- ବୃଦ୍ଧ, ବୃଦ୍ଧାଙ୍କୁ ଭୋଜନ ଦିଅନ୍ତୁ।
ଧନୁ ରାଶି : ଆଜି ଘରର ପରିବେଶ କିଛି ଅଲଗା ହେବ | ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କୁ ଅପମାନିତ କିମ୍ବା ଅବମାନନା କରିପାରେ | ପରିବାର ସଦସ୍ୟଙ୍କ ସହିତ ବିଚ୍ଛିନ୍ନତାର ଭାବନା ମନରେ ଦୁଃଖ ବଢାଇବ | ପତି-ପତ୍ନୀଙ୍କ ସ୍ୱାସ୍ଥ୍ୟଗତ ଅସୁବିଧା ହୋଇପାରେ | କାହାକୁ ଅନ୍ଧ ଭାବରେ ବିଶ୍ୱାସ କର ନାହିଁ, ତୁମର କାର୍ଯ୍ୟ କ୍ଷେତ୍ର ସହିତ ଜଡିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କାହା ସହିତ ପରାମର୍ଶ କର | ପରିବାର ସଦସ୍ୟଙ୍କ ମତାମତ ଶୁଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ |
ମକର ରାଶି : ଆଜି, ସୂର୍ଯ୍ୟ ଭଗବାନଙ୍କ ଆଶୀର୍ବାଦରୁ ଉପକୃତ ହେବାର ଲାଭ ଆପଣଙ୍କ ପାଇଁ କରାଯାଉଛି | ଆପଣ ସକାଳରୁ ସତେଜତା ଏବଂ ସୁଖ ଅନୁଭବ କରିବେ | ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ମିଶି ଏକ ଭଲ ଭୋଜନ ଉପଭୋଗ କରିବେ | ଆଜି ବିବାହିତ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଏ | ଆଜି, ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଜୀବନକୁ ସୁସଂଗଠିତ କରିବାରେ କିଛି ଅସୁବିଧା ହୋଇପାରେ | ଆଜି ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ଏକ ନୂତନ ଆରମ୍ଭର ସୂଚନା ମଧ୍ୟ ପାଇପାରନ୍ତି |
କୁମ୍ଭ ରାଶି : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ | ଲେଖକ, କାରିଗର, କଳାକାରମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ | ଅର୍ଥନୈତିକ ପ୍ରସଙ୍ଗର ବିପଦକୁ ନିଆଯାଇଥିଲା | ଭାଗଦୁରଙ୍କ ଅବସ୍ଥା ରହିବ। ଏକ ନମ୍ର ଆଚରଣ ରଖନ୍ତୁ, ଆପଣ ଅହଂକାରର ଭାବନା ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି | ମଧ୍ୟାହ୍ନ ପରେ ରୋମାଣ୍ଟିକ୍ ଏବଂ ଆନନ୍ଦଦାୟକ ଆଶ୍ଚର୍ଯ୍ୟଜନକ ପରିପୂର୍ଣ୍ଣ ହେବ | ସାଙ୍ଗମାନଙ୍କଠାରୁ ସମର୍ଥନ ପାଇ ଆପଣ ଖୁସି ହେବେ |
ମୀନ ରାଶି – ସରକାରୀ କାର୍ଯ୍ୟରେ ସୁସଙ୍ଗତତା ରହିବ | ନୂତନ କାର୍ଯ୍ୟକୁ ପ୍ରେରଣା ଦେବା ପାଇଁ ଏକ ସ୍ୱଳ୍ପ ରହଣି ରହିବ | ବୌଦ୍ଧିକ ଏବଂ ଲେଖା କାର୍ଯ୍ୟ ପାଇଁ ଶୁଭ ଦିନ | ଯେ କୌଣସି ପୁରୁଣା ସାଙ୍ଗମାନେ ସାକ୍ଷାତ କରିପାରିବେ ଏବଂ ତୁମେ ସେହି ପୁରୁଣା ସାଙ୍ଗମାନଙ୍କ ସହିତ ବହୁତ ଖୁସି ହେବ | ନିଜ ପାଇଁ କିଛି ସମୟ ନିଅ ଏବଂ ତୁମର ଜୀବନର ପଥ ଏବଂ ଲକ୍ଷ୍ୟ ସ୍ଥିର କର | ଟଙ୍କା ପ୍ରସଙ୍ଗରେ ତୁମର ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ଚେଷ୍ଟା କର ନାହିଁ |