ବର୍ତ୍ତମାନର ବଡ ଖବର – ଲିଭିଗଲା ଦୀପାଙ୍କ ଜୀବନ ଦୀପ , ଶୋକର ଫିଲ୍ମ ଜଗତ

dipa334

ଗୋଟିଏ ସମୟରେ ଓଡିଆ ଆଲବମ ଜଗତରେ ଚହଳ ସୃଷ୍ଟି କରିଥିଲେ ଅଭିନେତ୍ରୀ ଦୀପା ସାହୁ। ତାଙ୍କ ଡ୍ୟାନ୍ସ ଏବଂ ଅଭିନୟର ଜାଦୁରେ ସମସ୍ତଙ୍କୁ ମତୁଆଲା କରୁଥିଲେ ଦୀପା। କିନ୍ତୁ ଆଜି ଅପରାହ୍ଣ ଲିଭି ଯାଇଛି ଦୀପାଙ୍କ ଜୀବନ ଦୀପ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୮୫ ମସିହାରେ ଢ଼େଙ୍କାନାଳରେ ଦୀପା ସାହୁ ଜନ୍ମ ହୋଇଥିଲେ। ମାତ୍ର ୩୫ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି।

dipa

ଏହି କିଛି ଦିନ ତଳେ ବିଜୟ ମହାନ୍ତି , ଆଉ ଏବେ ଦ୍ୱୀପା , ସତେ ଜେମିତି ଏହି 2020 ବର୍ଷରେ ପୃଥିବି ଉପରେ କାହାର ନଜର ଲାଗି ଜାଇଛି , ପ୍ରତିଦିନ ଗୋଟେ ଗୋଟେ ଦୁଃଖ ଖବର ଶୁଣିବାକୁ ମିଳୁଛି ,ଦୀର୍ଘ ୬ ବର୍ଷ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀପା ଓଭାରି କ୍ୟାନସରରେ ପୀଡିତ ଥିବା ବେଳେ ଅତ୍ୟଧିକ ରକ୍ତ ସ୍ରାବ ହେଉଥିଲା ବୋଲି ସୂଚନା ରହିଥିଲା। ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ପରେ ଓଲିଉଡ୍‌ ଜଗତର ଆଉ ଏକ କଳାକାରଙ୍କ ପରଲୋକ ହୋଇଛି।

ଦୀପା ତାଙ୍କ ଆଲବମ୍ ଓ ଅଭିନୟ ଜଗତରେ ତୋର କୃଷ୍ଣଚୂଡ଼ା ରଂଗର ନାଲି ଓଢ଼ଣୀ,‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା,ଏକରା ଏକରା ରା, ଭଳି ସୁପରହିଟ୍ ଆଲବମରେ ଦେଖିବାକୁ ମିଳିଥିଲା ଦୀପାଙ୍କ ଜଲଓ୍ୱା। ଆଲବମ୍ ବ୍ୟତୀତ ତାଙ୍କୁ କିଛି ଟେଲି ଧାରାବାହିକ ଓ ଓଡ଼ିଆ ସିନେମାରେ ବି ଦେଖିବାକୁ ମିଳିଥିଲା।

dipa2

ଦୀପାଙ୍କ ମୃତ୍ୟୁ ଖବର ସମ୍ପର୍କରେ ତାଙ୍କ ସ୍ୱାମୀ ସୂଚନା ଦେଇଥିବା ବେଳେ ତାଙ୍କ ଶେଷ ଦର୍ଶନ ପାଇଁ ଓଲିଉଡ୍‌ର ଅନେକ କଳାକାର ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ଦୀପାଙ୍କ ମା’ଙ୍କୁ ବି କ୍ୟାନସର ଥିଲା । ଦ୍ୱୀପାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଆମ ନ୍ୟୁଜ ଓଡିଶା ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ , ଏହି ଖବରକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *