26 ଜୁଲାଇ 2020 ରବିବାର ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ , କଣ ରହିଛି ଭାଗ୍ୟରେ

rasi-phala

ମେଷ : ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ । ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ। ଆଜିର ସମ୍ପୂର୍ଣ୍ଣ ଦିନ ଆନନ୍ଦର ସହିତ ବିତିବ। ଚାକିରିରେ ସହଯୋଗ ମିଳିବ। ମଧ୍ୟାହ୍ନ ପରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ ଏବଂ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ : ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ । ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ। କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ। ରୋକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ବୃଦ୍ଧିର ସଂଭାବନା ଅଛି। ଗୃହସ୍ଥ ଜୀବନରେ ମଧୁରତା ରହିବ। ମାନ-ସମ୍ମାନ ମିଳିବ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ

ମିଥୁନ : ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ। ବିଦେଶରେ ସ୍ଥିତ ସ୍ଵଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହେବ। ନୂଆ ଆୟୋଜନ ପାଇଁ ଅନୁକୂଳ ପରିସ୍ଥିତି ହେବ।ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ

କର୍କଟ : ଆଜି ସଂଦ୍ଧ୍ୟାରେ ହୋଇଥିବା ସମାରୋହ ଏକ ମହତ୍ତ୍ୱପୂର୍ଣ୍ଣ ପୂରା କରିବ । ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣ ଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନାକୁ ଶେଷ ରୂପେ ମିଳିପାରେ । ଆଜି ଲାଭଦାୟକ ଦିନ। ଆପଣଙ୍କ ବୈଚାରିକ ସମୃଦ୍ଧି ବଢ଼ିବ। ବାକଚାତୁରୀ ଏବଂ ମୀଠା ବାଣୀରେ ଆପଣ ଲାଭପ୍ରଦ ସମ୍ବନ୍ଧ ବିକସିତ କରି ପାରିବେ। ଉତ୍ତମ ଭୋଜନ, ଭେଟ ଉପହାର ଏବଂ ବସ୍ତ୍ର ପ୍ରାପ୍ତି ହେବ।  ମନର ଦୃଢ଼ତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରିବେ। ପରିବାରରେ ସୁଖ- ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। କ୍ରୋଧର କାରଣରୁ ଆପଣଙ୍କ ବ୍ୟବହାରରେ ଉଗ୍ରତା ନ ଆସୁ ଏହାର ଧ୍ୟାନ ରଖିବେ। ଚାକିରିରେ ଆପଣଙ୍କ ଯଶ ବୃଦ୍ଧି ହେବ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ସିଂହ : ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି । ଆଜି ଆରମ୍ଭ କରାଯାଇଥିବା ନୂଆ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ, କ୍ଷତି ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖପ୍ରଦ ରହିବ।

କନ୍ୟା : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ପରିଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ, ଅନ୍ୟଥା ଅସୁବିଧା ହୋଇପାରେ। ସ୍ଵାସ୍ଥ୍ୟ ଖରାପ ରହିବ, ଥଣ୍ଡା, କଫ, ଜ୍ୱରର ସମସ୍ୟା ହୋଇପାରେ। ନିରର୍ଥକ ଆର୍ଥିକ ଖର୍ଚ୍ଚରୁ ବଞ୍ଚନ୍ତୁ। ଯାତ୍ରା କିମ୍ବା ପର୍ଯ୍ୟଟନକୁ ଟାଳିବାକୁ ଚେଷ୍ଟାକଲେ ଭଲ ହେବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।ଏ

ତୁଳା : ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ଆପଣ ବିଜୟ ପ୍ରାପ୍ତ କରି ପାରିବେ। ମାନ-ସମ୍ମାନ ମିଳିବ। ମଧ୍ୟାହ୍ନ ପରେ ସ୍ଥିତି ଟିକେ ବଦଳିପାରେ। କାହା ସହିତ ଧନ ଦେଣ-ନେଣରେ ଦାୟିତ୍ୱହୀନତା କରନ୍ତୁ ନାହିଁ। ଛୋଟ ଯାତ୍ରା କରିପାରନ୍ତି।

ବିଚ୍ଛା :କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ ହୋଇପାରେ। ଅଯଥା ଧନର ବ୍ୟୟ ନ ହେଉ, ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଭେଟ ହେବ ଏହାଦ୍ୱାରା ଆପଣ ପ୍ରସନ୍ନ ହେବେ। ଆର୍ଥିକ ଲାଭ ହେବ। ଭାଇ-ବନ୍ଧୁମାନଙ୍କ ସହିତ ପ୍ରେମ ବଢ଼ିବ। ଭାଗ୍ୟବୃଦ୍ଧିର ପ୍ରସଙ୍ଗ ବନିବ।

ଧନୁ : ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ। ଚାକିରି ଏବଂ ବ୍ୟାପାରରେ ମଧ୍ୟ ଲାଭର ସଂକେତ ଅଛି। ମିତ୍ରମାନଙ୍କ ସାଥିରେ ଆନନ୍ଦପୂର୍ବକ ସମୟ ବିତାଇ ପାରନ୍ତି। ଅବିବାହିତ ଲୋକମାନଙ୍କର ପାଇଁ ବିବାହର ଯୋଗ ଅଛି। ଆୟର ସାଧନରେ ବୃଦ୍ଧି ହେବ। ଆକସ୍ମିକ ଧନ ମିଳିବ। ଯାତ୍ରା କରିପାରନ୍ତି।

ମକର : ଆଜି ଆପଣଙ୍କ ଜୀବନରେ ଭ୍ରମ ସୃଷ୍ଟି ହୋଇପାରେ, ସାବଧାନ ରୁହନ୍ତୁ । ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ ଯେଉଁ ଥିରେ କି ଆପଣ ଆପଣଙ୍କର ସାଙ୍ଗ ମାନଙ୍କୁ କିଛି ଭୂଲ କଥା ନ କୁହନ୍ତୁ । ଆପଣଙ୍କ କାର୍ଯ୍ୟକ୍ଷେତ୍ର ପାଇଁ ଆଜିର ଦିନ ବିଶେଷ ହୋଇପାରେ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଆପଣ ଆଜି ନିଜର କାର୍ଯ୍ୟ ଦୃଢ ମନୋବଳ ଏବଂ ପୂର୍ଣ୍ଣ ଆତ୍ମବିଶ୍ଵାସ ସହିତ ସଂପନ୍ନ କରିବେ। ପିତାଙ୍କ ସହିତ ସଂବନ୍ଧ ପ୍ରେମପୂର୍ଣ୍ଣ ରହିବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ହେବ। ଜମି, ବାହନ, ସଂପତ୍ତି ସଲଗ୍ନ କାର୍ଯ୍ୟ କରିବାକୁ ଆଜିର ଦିନ ଅନୁକୂଳ ଅଟେ।

କୁମ୍ଭ : ଆଜି ଆପଣ ନିଜ ମନ ଖୁସିରଖନ୍ତୁ, ଛୋଟ ବଡ଼ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ଯୁକ୍ତି କରିବା ମୁଡ଼ରେ ଲାଗୁଛନ୍ତି, ତଥାପି ଆପଣ ସବୁକିଛି ସମ୍ଭାଳି ନେବେ । ଆଜିର ଦିନ ଆପଣ ଅଳସୁଆ ରହିବା କାରଣରୁ ଅସ୍ଵସ୍ଥତା ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ସାଥୀ ଦେବ ନାହିଁ। ଉଚ୍ଚ ଅଧିକାରୀମାନେ ଆପଣଙ୍କର କାର୍ଯ୍ୟରେ ସନ୍ତୋଷ ହେବେ ନାହିଁ। ମନରେ ଦ୍ୱନ୍ଦ୍ୱ ରହିବା କାରଣରୁ ନିର୍ଣ୍ଣୟ ନେବାରେ ବାଧା ଆସିବ। ସନ୍ତାନମାନଙ୍କର ସ୍ଵାସ୍ଥ୍ୟ ବିଗିଡ଼ିପାରେ।

ମୀନ : ଆଜି ଯୁକ୍ତି କିମ୍ବା କଳି ହେବାର ସମ୍ଭାବନା ଅଛି । ଏଥିପାଇଁ ଆପଣ କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଲାଗେ କି ପରିସ୍ଥିତି ବିଗୁଡ଼ୁଛି ତେବେ ଆପଣ ନିଜକୁ ତା` ଠାରୁ ଦୂରରେ ରଖନ୍ତୁ । ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ଆଜିର ଦିନ ଶୁଭ ଅଟେ। ବିଚାରରେ ସ୍ଥିରତା ତଥା ମନରେ ଦୃଢ଼ତା ରହିବାରୁ ଆପଣ ନିଜର କାର୍ଯ୍ୟ ବହୁତ ଭଲ ଭାବରେ କରି ପାରିବେ। ମିତ୍ରମାନଙ୍କ ସାଥିରେ ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ କରିବେ। ଭାଇ-ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ।

Leave a Reply

Your email address will not be published. Required fields are marked *