21 ଜୁଲାଇ 2020 ମଙ୍ଗଳବାର ରାଶିଫଳ – ଆଜି କେମିତି କଟିବ ଆପଣଙ୍କର ଦୀନ , କଣ ରହିଛି ଭାଗ୍ୟରେ

rasi-phala

ମେଷ – ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି ।  ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ ଯେ ଆପଣଙ୍କର ଘରୋଇ ଜୀବନଟି କେତେ ମହତ୍ତ୍ୱପୂର୍ଣ୍ଣ ।ଆଜି ଆପଣଙ୍କୁ ଜମି, ବାସଗୃହ ଆଦିର କାଗଜପତ୍ର ବିଷୟ ଉପରେ ସାବଧାନ ରହିବାକୁ ହେବ। ପରିଜନମାନଙ୍କ ସହିତ ବିନା କାରଣରେ ଚିନ୍ତା ବଢ଼ିପାରେ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ,ପ୍ରତିକାର:- କଳା ପିମ୍ପୁଡ଼ି ଓ ଜନ୍ଦା ଗାତ ପାଖରେ ଗୁଡ଼ ରଖନ୍ତୁ।

ବୃଷ – ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି । ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।ଆଜି ଆକସ୍ମିକ ଖର୍ଚ୍ଚ ହେବାର ଆଶଂକା ଅଛି। ଭବିଷ୍ୟତର ଯୋଜନାକୁ ନେଇକରି ମନ କିଛି ଚିନ୍ତା ରହିପାରେ, କିନ୍ତୁ ମଧ୍ୟାହ୍ନ ପରେ ଘରେ ସୁଖ-ଶାନ୍ତିର ବାତାବରଣ ବନିବ,ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

ମିଥୁନି – ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ । ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ ।ଆଜି ଆପଣଙ୍କ ଦିନ ଲାଭକାରୀ ହେବ। ବ୍ୟବସାୟରେ ଲାଭ ହେବ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳ ହେବେ। ଯଶ-କୀର୍ତ୍ତି ପ୍ରାପ୍ତ ହେବ। ଆପଣଙ୍କ ଆୟ ଏବଂ ବ୍ୟାପାରରେ ବୃଦ୍ଧି ହେବ,ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ – ଆଜି ଆପଣ ସବୁ ଚ଼ିନ୍ତା ପରିତ୍ୟାଗ କରି କିଛି ସମୟ ପରିବାର ଲୋକଙ୍କ ସହିତ କଟାଇବାକୁ ଚ଼ାହିଁବେ ।ଏହି ସମୟ ଆପଣ ଆପଣଙ୍କ ଲୋକଙ୍କ ସହିତ ସ୍ନେହ ବାଣ୍ଟିବାର ସମୟ ଅଟେ ।ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ।  ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।ଣୟ-ପ୍ରସଂଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ।ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

ସିଂହ : ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ ।କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାକୁ ଶିକ୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶାନ୍ତି ରହିବା ସହିତ ସେମନଙ୍କୁ ରୋକିବାକୁ ଚ଼େଷ୍ଟା କରିବାକୁ ହେବ ।  ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଶରୀର ଏବଂ ମନ ଅସୁସ୍ଥ ରହିଲେ ମଧ୍ୟ ଆପଣ ନିଜର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରିପାରିବେ। ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରିପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କର ସହଯୋଗ ଆପଣଙ୍କୁ ମିଳିବ। ପରିଜନ ଏବଂ ମିତ୍ରମାନଙ୍କର ଘନିଷ୍ଠତାରେ ବୃଦ୍ଧି ହେବ। ଦାମ୍ପତ୍ୟଜୀବନ ଆନନ୍ଦଦାୟୀ ରହିବ। ସାମାଜିକ ରୂପରେ ସଫଳତା ମିଳିବ। ବ୍ୟାପାରୀଗଣ ବ୍ୟାପାରରେ ବୃଦ୍ଧି କରିପାରିବେ।ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

କନ୍ୟା : ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।  ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଦିନର ପ୍ରାରମ୍ଭରେ କିଛି ମାନସିକ ଦ୍ୱନ୍ଦ୍ୱ ହୋଇପାରେ। କିନ୍ତୁ ଆପଣ ସମାଧାନକାରୀ ବ୍ୟବହାର ଆପଣାଇକରି ଅସୁବିଧାକୁ ଠିକ କରିନେବେ। ଆଜି ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ଏହା ମନ ପ୍ରଫୁଲ୍ଲିତ ରହିବ।ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ତୁଳା : ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ । ଆପଣଙ୍କପାଇଁ ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ। ଆପଣଙ୍କୁ ଶାରୀରିକ ତଥା ମାନସିକରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ। ଆପଣଙ୍କ କଳାତ୍ମକ ଶକ୍ତିରେ ବୃଦ୍ଧି ହୋଇପାରେ। କାର୍ଯ୍ୟ ଉତ୍ସାହରସହ କରିବେ। କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମାନସିକ ରୂପରେ କିଛି ଚିନ୍ତିତ ହୋଇପାରନ୍ତି। ଆବଶ୍ୟକ ନିର୍ଣ୍ଣୟ ଏହି ସମୟରେ ନ ନେବାପାଇଁ ଉପଦେଶ।ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା : ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ଅଟେ। ସ୍ଵାସ୍ଥ୍ୟକୁ ନେଇ ସତର୍କତା ଅବଲମ୍ବନ କରନ୍ତୁ। କୌଣସି ଭାବରେ ଯୁକ୍ତି କିମ୍ବା ଝଗଡ଼ାରୁ ଦୂରରେ ରୁହନ୍ତୁ। ମଧ୍ୟାହ୍ନ ପରେ ଉତ୍ସାହ ଅନୁଭବ ହେବ। ପରିବାରରେ ମଧ୍ୟ ପ୍ରେମପୂର୍ଣ୍ଣ ମାହୌଲ ରହିବ। ଆର୍ଥିକ ଲାଭର ସମ୍ଭାବନା ଅଛି। ଅସୁବିଧା ବାଧାବିଘ୍ନ ଆସିବ, ଘବରାନ୍ତୁ ନାହିଁ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ଧନୁ: ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା । ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ । ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତ ରହିବେ। ମିତ୍ର ତଥା ସମ୍ବନ୍ଧିମାନଙ୍କ ସହିତ ବୁଲିବାକୁ ଯିବାକୁ ଯୋଜନା ବନାଇବେ ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ। ମଧ୍ୟାହ୍ନ ପରେ ଆପଣ ମାନସିକ ରୂପରେ ଆଳସ୍ୟ ଅନୁଭବ କରିବେ। ପାରିବାରିକ ବାଦ-ବିବାଦରୁ ବଞ୍ଚିବା ପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

ମକର : ଆଜି ସେହିଦିନ ଅଛି ଯେଉଁଦିନ ଆପଣଙ୍କର ଅଟକିଥିବା କାର୍ଯ୍ୟ ଗୁଡ଼ିକ ପୁରଣ କରାଯାଇପାରିବ । ଖାସ କରି ସେହି କାର୍ଯ୍ୟଗୁଡ଼ିକ ଯାହାକୁ ପୁରଣ କରିବା ପାଇଁ ଉଚ୍ଚ ଅଧିକାରୀ ମାନଙ୍କର ସ୍ୱୀକୃତୀ ଦରକାର ଥିଲା । କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି । ଧନର ଦେବା-ନେବା, ଅସୁଲି କିମ୍ବା ନିବେଶ କରବା ସମୟରେ ସାବଧାନ ରୁହନ୍ତୁ। କୋର୍ଟ-କଚେରୀର କଥାଗୁଡ଼ିକରେ ସମ୍ଭାଳିକରି ଚାଲିବେ। ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ହେବ। ବିଶେଷକରି ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପ୍ରତି ଆପଣଙ୍କ ମନ ଲାଗି ରହିବ। ମିତ୍ରମାନଙ୍କ ତରଫରୁ ଉପହାର ପ୍ରାପ୍ତି ହେବ। ପାରିବାରିକ ବାତାବରଣରେ ଆନନ୍ଦ ରହିବ।ପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ।

କୁମ୍ଭ : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ  ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଛୋଟ ଯାତ୍ରାର ଯୋଗ ଅଛି। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ। ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ କରିବେ। ସୌନ୍ଧର୍ଯ୍ୟ-ପ୍ରସାଧନ, ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।ପ୍ରତିକାର: ଈଶ୍ୱର ପ୍ରାର୍ଥନା ଓ ଧ୍ୟାନ ଦ୍ୱାରା ଶାନ୍ତି ମିଳିବ ।

ମୀନ : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ । ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ଆଜ ଦିନ ଭଲ ଅଛି, ଆପଣ କାହା ସହିତ ଅଧିକ ବାଦ-ବିବାଦ କରନ୍ତୁ ନାହିଁ, ତାହାହିଁ ଆପଣଙ୍କ ପାଇଁ ହିତକର ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ନହେଉ ସେଥିପାଇଁ ବାଣୀକୁ ନିୟନ୍ତ୍ରିତ ରଖିବେ। ମଧ୍ୟାହ୍ନ ପରେ ପ୍ରସନ୍ନତା ଅନୁଭବ କରିବେ। ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ଭାଗ୍ୟ ବୃଦ୍ଧିର ଯୋଗ ଅଛି। ପ୍ରିୟଜନମାନଙ୍କ ସହିତ ମେଳ-ମିଳାପ ମନକୁ ଆନନ୍ଦିତ କରିବ।ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

Leave a Reply

Your email address will not be published. Required fields are marked *