07 ଜୁଲାଇ 2020 ମଙ୍ଗଳବାର ରାଶିଫଳ – ଏହି ସବୁ ରାଶିଙ୍କ ଉପରେ ଆଜି ହନୁମାନ ହେଲେ ପ୍ରସନ୍ନ

rasi-phala

ମେଷ ରାଶି :ଆଜି, ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ବଢିପାରେ | ହଠାତ୍ କିଛି ଅଜ୍ଞାତ ସମସ୍ୟା ଦ୍ୱାରା ଘେରି ରହିପାରେ | ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ଚିନ୍ତା ରହିବ | ତୁମେ ଅନ୍ୟମାନଙ୍କର ଆବଶ୍ୟକତା ପୂରଣ ଉପରେ ଧ୍ୟାନ ଦେବାକୁ ପଡିବ | ଶ୍ରୀ ଗଣେଶ ନାମ: 21 ଥର ମନ୍ତ୍ର ଜପ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ | ଆପଣଙ୍କ ସାଥୀଙ୍କ ସାହାଯ୍ୟରେ ଆପଣ କାର୍ଯ୍ୟରେ ସଫଳତା ପାଇବେ | ଲୋକମାନେ ଅନେକ କ୍ଷେତ୍ରରେ ଆପଣଙ୍କ ସହିତ ପରାମର୍ଶ କରିପାରିବେ | ଆପଣ ମଧ୍ୟ ନୂତନ ଜିନିଷ ଶିଖିପାରିବେ |

ବୃଷ ରାଶି : ଜଣେ ଆଧ୍ୟାତ୍ମିକ ଶିକ୍ଷକ ଆପଣଙ୍କୁ ସାହାଯ୍ୟ କରିପାରିବେ | ଆପଣ ସମସ୍ତଙ୍କ ଆଖିରେ ଭଲ ରହିପାରିବେ | ଏପରି କିଛି ଜିନିଷ କିମ୍ବା ଜିନିଷ ଥାଇପାରେ ଯାହା ଆପଣଙ୍କୁ ଆଗାମୀ ଦିନରେ ଏକ ବଡ଼ ଲାଭ ଦେବ | ସେୟାର ମାର୍କେଟ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ଅନୁକୂଳ ଲାଭ ଦେବ | ବିରୋଧୀମାନେ ସକ୍ରିୟ ରହିବେ | ଆପଣ ଏକ ଯୋଜନାବଦ୍ଧ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ଯାହା ଯଥେଷ୍ଟ ହେବ | ଆଜି ଆପଣ ଟିକିଏ ଅଧିକ ସମ୍ବେଦନଶୀଳ ହୋଇପାରନ୍ତି |

ମିଥୁନ ରାଶି : ମିଥୁନ ଚିହ୍ନର ଜୀବନରେ ଆଜି ନୂଆ ପରିବର୍ତ୍ତନ ଦେଖାଯିବ | ନୂତନ ଆୟର ଉତ୍ସ ବିକାଶ ହେବ | ବ୍ୟବସାୟରେ ନୂତନ ବିନିଯୋଗ ପାଇଁ ଏକ ଯୋଜନା ହେବ | ଆପଣଙ୍କର ପରାମର୍ଶ ଯେ କୌଣସି ଅଭାବୀ ବ୍ୟକ୍ତିଙ୍କ ପାଇଁ ପ୍ରଭାବଶାଳୀ ହୋଇପାରେ | ସମ୍ପର୍କ ପ୍ରସଙ୍ଗରେ ତୁମର ଆତ୍ମବିଶ୍ୱାସ ବୃଦ୍ଧି ପାଇବ | ବିବାହିତ ଲୋକମାନେ ସାଥୀଙ୍କଠାରୁ ସାହାଯ୍ୟ ପାଇପାରିବେ | ଅର୍ଥ ଦୃଷ୍ଟିରୁ ସତର୍କତା ବ୍ୟବହାର କରନ୍ତୁ | ତୁମର ବୁଦ୍ଧି ବ୍ୟବହାର କର | ତୁମେ ତୁମର ଶତ୍ରୁମାନଙ୍କ ଉପରେ ପ୍ରାଧାନ୍ୟ ଦେବ।

କର୍କଟ ରାଶି : ଆଜି ଆପଣ ନୂତନ କାର୍ଯ୍ୟ କରିବାକୁ ସୁଯୋଗ ପାଇପାରିବେ | ତୁମେ ତୁମର ଭାଇ ଓ ଭଉଣୀମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବ | ଘରର ପରିବେଶ ସୁଖଦ ହେବ | ପୂର୍ବରୁ ଆରମ୍ଭ ହୋଇଥିବା ଅଧିକାଂଶ କାର୍ଯ୍ୟ ଆଜି ଶେଷ ହେବ | ତୁମର ସାଥୀ ମଧ୍ୟରେ ଭୁଲ ବୁଝାମଣା ଏବଂ ତୁମେ ଅଲଗା ହୋଇପାରେ | ଆପଣଙ୍କ ମନରେ ଏକ ପ୍ରକାର ଭୟ ରହିବ ଏବଂ ଆପଣ ଅସ୍ଥିର ରହିବେ | ତୁମର ନିୟମିତ ସୁବିଧାରେ ସମସ୍ୟା ଦେଖାଦେବ | ତୁମର ସ୍ୱାସ୍ଥ୍ୟର ଯତ୍ନ ନିଅ |

ସିଂହ – ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ବୁଧଙ୍କ ପ୍ରଭାବରେ ବନ୍ଧୁଙ୍କ ମାଧ୍ୟମରେ ଅର୍ଥର ଆବଶ୍ୟକତା ପୂରଣ ହୋଇଯିବ । ଅଫିସରେ କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିବେ । କାମ ହାସଲ ସକାଶେ ଅନୁକୁଳ ବାତାବରଣ ସୃଷ୍ଟି ହେବ ଫଳରେ ମନୋବଳ ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ । ପରିବାରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ଅନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହେବେ । ପରିସ୍ଥିତି ସହ ଖାପାଖୁଆଇ ଚାଲିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା – ଆରୋଧ୍ୟ ଦେବବାଦୀଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ କାଟିବ । ଷଷ୍ଠରେ ତୃତୀୟଭାବଧିପ ଅବସ୍ଥାନ କରୁଥିବାରୁ ନିଜର ଆତ୍ମୀୟମାନେ ବିରୋଧଭାବ ପୋଷଣ କରିପାରନ୍ତି । ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଆର୍ଥିକ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ । ଆର୍ଥିକ ଅନଟନ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ କହିବା ପାଇଁ ଅନୁକୂଳ ସମୟ ଅଟେ । ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ମିଳିବ, ଯାହାଫଳରେ ମନୋବଳ ବୃଦ୍ଧି ପାଇବା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା – ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କେତୁଙ୍କ ଅବସ୍ଥାନ ଜନିତ ସକାଳୁ ସକାଳୁ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ । ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତତା ରହିବେ । ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀର ପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ବିଛା – ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବଳବାନ୍‌ ରାଶ୍ୟାଧିପ ଚତୁର୍ଥକେନ୍ଦ୍ରରେ ଅବସ୍ଥାନ କରୁଥିବାରୁ ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ । କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି । ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନର ଉତ୍ତର ବୁଝିବାର ସାହାଯ୍ୟ ମିଳିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସଂଯମତା ରଖନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ଧନୁ – ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା । ଦଶମ ସ୍ଥାନ ପାପଦୃଷ୍ଟି ବିବର୍ଜିତ ହେତୁ କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ବୃଦ୍ଧି କରିବାକୁ ଚେଷ୍ଟା କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ କିନ୍ତୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ସଭାସମିତିରେ ସଫଳତା ହାସଲ କରିବେ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ବାରମ୍ବାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ

ମକର – ପାରିବାରିକ ମାମଲାକୁ ନେଇ ଆପଣଙ୍କର ବ୍ୟସ୍ତତା ବଢ଼ିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଆର୍ଥିକ ଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ସାମାଜିକ କ୍ଷେତ୍ର କିମ୍ବା ସଭା ସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ନିଜ ଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ଶରୀର ଭଲ ରହିବ ନାହିଁ । ଆୟଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ – ଆରାଧ୍ୟ ଦେବାଦେବୀଙ୍କ ଦର୍ଶନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଏକାଦଶସ୍ଥ ସ୍ଥାନରେ ଏକାଧିକ ଗ୍ରହ ଥିବା ଯୋଗୁଁ ସମସ୍ୟା ବହୁଳ ମଧ୍ୟରେ ଦିନଟି ଅତିବାହିତ କରିବାକୁ ପଡିପାରେ । ହିତାକାଂକ୍ଷୀଙ୍କ ପରାମର୍ଶରେ ସମସ୍ୟା କିଛି ମାତ୍ରାରେ ସୁଧାରି ଆସିପାରେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ ବକୃତା କ୍ଷେତ୍ରରୁ ସୁଫଳ ମିଳିବ ଓ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଶ୍ରେୟସ୍କାର ଅନ୍ୟକୁ ମିଳିବ । ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୂରନ୍ତୁ ନାହିଁ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ମୀନ – ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବଳବାନ ରାହୁ ଓ କର୍ମସ୍ଥ ଗ୍ରହପ୍ରଭାବରେ ପ୍ରତ୍ୟେକ ବିଷମ ପରିସ୍ଥିତିରେ ମଧ୍ୟ ସାହସିକତାର ପରିଚୟ ଦେଇ ପ୍ରଶଂସିତ ହେବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ସାମାଜିକ ସ୍ତରରେ ବହୁଲୋକ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ସହ ଚାକିରିରେ ପଦନ୍ନୋତିର ସମ୍ଭାବନା ରହିଛି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । କୋର୍ଟ କଚେରୀ, ମାଲିମୋକଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ଅପରାହ୍ନେ କୌଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *