24 ଜୁନ 2020 ରାଶିଫଳ – ଏହି ସବୁ ରାଶିଙ୍କର ଆଜିଠୁ ବଦଳିଯିବ ଭାଗ୍ୟ

rasi-phala

ମେଷ :ଆଜି ସମ୍ମୁଖୀନ ହେଉଥିବା ସୁଯୋଗ ଉପରେ ନଜର ରଖନ୍ତୁ | ଏହା ଆପଣଙ୍କ ଟଙ୍କା ପରିସ୍ଥିତିରେ ଉନ୍ନତି ଆଣିପାରେ | ଆପଣ ଏକରୁ ଅଧିକ କାର୍ଯ୍ୟରେ ଜଡିତ ହେବେ ଏବଂ ସମୟର ଅଭାବ ମଧ୍ୟ ଅନୁଭବ କରିପାରନ୍ତି | ଆପଣ ବ୍ୟବସାୟରେ ସଫଳତା ପାଇବେ | ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ସ୍ଥିର ହୋଇଛି ଏବଂ ଆପଣ ଏକ ଅତିରିକ୍ତ ଆୟର ଉତ୍ସ ମଧ୍ୟ ପାଇପାରନ୍ତି | ନିକଟସ୍ଥ କିଛି ସକରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନରେ ଉନ୍ନତି ଆଣିପାରେ | ତୁମ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ୍ |

ବୃଷ ରାଶି :ପାରିବାରିକ ସମସ୍ୟା ଅସୁବିଧାଜନକ ହୋଇପାରେ | ତୁମର ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ ନିଜକୁ ଅସୁବିଧାରେ ପଡ଼ିପାରନ୍ତି | ତୁମର ଘନିଷ୍ଠ ସହଯୋଗୀମାନଙ୍କ ସହିତ ବିବାଦର ସମ୍ଭାବନା ଆପଣଙ୍କୁ ଚିନ୍ତିତ କରିପାରେ | ଜଣେ ବନ୍ଧୁଙ୍କ ସାହାଯ୍ୟରେ ଜଣେ ଚାକିରିର ସୁଯୋଗ ପାଇପାରିବ | ଆପଣ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ | ପରିବାର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ ପାଇବେ | ଆଜି ତୁମର ସ୍ୱାସ୍ଥ୍ୟ ଅସ୍ଥିର ରହିବ |

ମିଥୁନ ରାଶି : ଆଜି ଆପଣଙ୍କର ବ୍ୟବସାୟ ପ୍ରୟାସ ସଫଳ ହେବ | ଶକ୍ତି ପ୍ରତି ସୁଖ ରହିବ | ତୁମର କ୍ୟାରିୟରର ଆଶା ବଢେଇବା ପାଇଁ ତୁମକୁ ନୂତନ ସମ୍ପର୍କ ଏବଂ ବନ୍ଧୁ କରିବାକୁ ପଡିବ | ନୂତନ ବ୍ୟବସାୟ ସୁଯୋଗ ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇପାରେ | ଆର୍ଥିକ ଦିଗ ଦୃଢ ହେବ। ପୋଷାକ ପ୍ରତି ଧାରା ବଢିପାରେ | ଆପଣ କିଛି ଲୋକଙ୍କୁ ଭେଟିବେ ଯେଉଁମାନେ ଆପଣଙ୍କ ହୃଦୟର ଅତି ନିକଟ ଅଟନ୍ତି | ସମ୍ପର୍କ ପାଇଁ ବହୁତ ଭଲ ହେବ |

କର୍କଟ – ମନରେ ନୂଆ ନୂଆ ବିଚାର ଆସିବ । କେତୁଙ୍କ କୁପ୍ରଭାବ ଜନିତ ଆପଣଙ୍କ ନିକଟରୁ ସବୁ ସମୟରେ ସୁବିଧା ପାଉଥିବା ଲୋକଟି ପରକଥାରେ ପଡ଼ି ଆପଣଙ୍କୁ, କିଏ ତୁ କହିପାରେ । ସାମୟିକ ସମସ୍ୟା ଜନିତ କାର୍ଯ୍ୟ ହାତକୁ ନେଇଥିବା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ବେଳ ହୁଁ ସାବଧାନତା ଅବଲମ୍ବନ କରିବା ଭଲ ହେବ । ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି କିଛି ଅଯଥା ଖର୍ଚ୍ଚ ହେବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ସିଂହ – ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ କାଟିବ । ଗ୍ରହସ୍ଥିତି କାରଣରୁ ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସାହାଯ୍ୟ, ସହଯୋଗ ପାଇ ପାରିବେ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ । ଅଫିସରେ ଅଯଥା ବିରକ୍ତି ପ୍ରକାଶ କରିବା କିମ୍ବା ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଓ ବ୍ୟବହାରରେ ଉଗ୍ରତା ରହିବ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ରହିବ । ଚତୁର୍ଥଭାବସ୍ଥ କେତୁଯୁକ୍ତ ଚନ୍ଦ୍ର ହେତୁ ଅନ୍ୟମାନଙ୍କ ସମସ୍ୟାମୂଳକ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯିବ । ଜୀବନରେ ବିଲୁପ୍ତ ସ୍ନେହ, ଶ୍ରଦ୍ଧା ଓ ଆଦରର ସଦ୍‌ଭାବ ଆକସ୍ମିକ ଅନୁଭବ କରିବେ । କର୍ମକ୍ଷେତ୍ରରେ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିମଳା ।

ତୁଳା – ଆଜି ଆପଣଙ୍କ ମନରେ ଆତ୍ମବିଶ୍ଵାସ ଭାରି ରହିବ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ । ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ମନୋବଳ ଦୃଢ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଅଫିସ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନରେ କାର୍ଯ୍ୟଗୁଡିକ ସହଜ ଓ ସରଳ ହୋଇଯିବ । ସାଧାରଣ କଥାକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ୟକ ମନୋମାଳିନ୍ୟ ଘଟିପାରେ । ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ସ୍ଵାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା – ଦିନଟି ଆପଣଙ୍କ ପାଇଁ ସମ୍ୟକ କଷ୍ଟଦାୟକ ରହିବ । ଶନିଙ୍କ ପ୍ରଭାବରେ ଅତୀତ ଘଟଣା କିମ୍ବା ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । କିଛି ଅତ୍ୟାବଶ୍ୟକ ଜରୁରୀ ଦ୍ରବ୍ୟ କ୍ରୟ କରିବା ପାଇଁ ବନ୍ଧୁଙ୍କ ଠାରୁ ଧାରା କରିବାକୁ ବାଧ୍ୟ ହେବେ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିଦ୍ଵେଷ ମନୋଭାବ ଉତ୍ପନ ହେବ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ଧନୁ – ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା । ଦଶମ ସ୍ଥାନ ପାପଦୃଷ୍ଟି ବିବର୍ଜିତ ହେତୁ କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ବୃଦ୍ଧି କରିବାକୁ ଚେଷ୍ଟା କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ କିନ୍ତୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ସଭାସମିତିରେ ସଫଳତା ହାସଲ କରିବେ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ବାରମ୍ବାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ

ମକର – ପାରିବାରିକ ମାମଲାକୁ ନେଇ ଆପଣଙ୍କର ବ୍ୟସ୍ତତା ବଢ଼ିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଆର୍ଥିକ ଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ସାମାଜିକ କ୍ଷେତ୍ର କିମ୍ବା ସଭା ସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ନିଜ ଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ଶରୀର ଭଲ ରହିବ ନାହିଁ । ଆୟଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ – ଆରାଧ୍ୟ ଦେବାଦେବୀଙ୍କ ଦର୍ଶନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଏକାଦଶସ୍ଥ ସ୍ଥାନରେ ଏକାଧିକ ଗ୍ରହ ଥିବା ଯୋଗୁଁ ସମସ୍ୟା ବହୁଳ ମଧ୍ୟରେ ଦିନଟି ଅତିବାହିତ କରିବାକୁ ପଡିପାରେ । ହିତାକାଂକ୍ଷୀଙ୍କ ପରାମର୍ଶରେ ସମସ୍ୟା କିଛି ମାତ୍ରାରେ ସୁଧାରି ଆସିପାରେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ ବକୃତା କ୍ଷେତ୍ରରୁ ସୁଫଳ ମିଳିବ ଓ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଶ୍ରେୟସ୍କାର ଅନ୍ୟକୁ ମିଳିବ । ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୂରନ୍ତୁ ନାହିଁ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ମୀନ – ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବଳବାନ ରାହୁ ଓ କର୍ମସ୍ଥ ଗ୍ରହପ୍ରଭାବରେ ପ୍ରତ୍ୟେକ ବିଷମ ପରିସ୍ଥିତିରେ ମଧ୍ୟ ସାହସିକତାର ପରିଚୟ ଦେଇ ପ୍ରଶଂସିତ ହେବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ସାମାଜିକ ସ୍ତରରେ ବହୁଲୋକ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ସହ ଚାକିରିରେ ପଦନ୍ନୋତିର ସମ୍ଭାବନା ରହିଛି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । କୋର୍ଟ କଚେରୀ, ମାଲିମୋକଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ଅପରାହ୍ନେ କୌଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *