ଆସନ୍ତା ୨୧ ତାରିଖରେ ବଳୟ ସୂର୍ଯ୍ୟୋପରାଗ। ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇଯିବ। ଭାରତର ରାଜସ୍ଥାନ, ହରିୟାନା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ୍ ଧରି ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ଚଳିତ ଥର ଅନ୍ୟ ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେବ। ତେଣୁ ଓଡ଼ିଶାରେ ଆଂଶିକ ପରାଗ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
21 ଜୁନ ରବିବାର ବିଜୟ ଅମାବାସ୍ୟା ଦିନ ବର୍ଷର ସବୁଠାରୁ ଭୟଙ୍କର ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଏହା ସଂମ୍ପର୍ଣ୍ଣ ରୂପେ ରାହୁ ଗ୍ରସ୍ତ ଗ୍ରାସ ଆଂଶିକ ଚୁଡାମଣୀ ସୂର୍ଯ୍ୟ ପରାଗ ହେବ । ତେବେ ଜ୍ୟତିଷ ମାନଙ୍କ ଅନୁସାରେ ସୂର୍ଯ୍ୟ ପରାଗ ର ପ୍ରଭାବ ସଂମ୍ପର୍ଣ୍ଣ ଓଡ଼ିଶା ରେ ଦୃଶ୍ୟ ମାନ ହେବ । ଏବଂ ଏହା ସଂମ୍ପର୍ଣ୍ଣ 2 ଘଣ୍ଟା 44 ମିନିଟ୍ ଯାଏ ଦେଖା ଦେବ । ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ର ସଠିକ ସମୟ ସୀମା ।
ତା ୨୧.୦୬.୨୦୨୦ ଆଷାଢ କୃଷ୍ଣ ଅମାବାସ୍ୟା ତିଥୌ ମୃଗଶିରା ନକ୍ଷତ୍ରେ ମିଥୁନ ଚନ୍ଦ୍ରେ ଦିବା ୧୦ଟା ୩୮ମି ଠାରୁ ଦିବା ୨ଟା ୯ମି ପର୍ଯ୍ଯନ୍ତ ଦିର୍ଘ ୩ଘଣ୍ଟା ୩୧ମି. ଧରି “ସୂର୍ଯ୍ୟ ପରାଗ” ସଂଗଠିତ ହେବ ,
ଆସନ୍ତୁ ଜାଣିବା ସବିଶେଷ ବିବରଣି
- ପରାଗ ସ୍ପର୍ଷ(ଆରମ୍ଭ) – ଦିବା ୧୦ଟା ୩୮ମି ରେ
- ପରାଗ ମଧ୍ୟ – ୧୨ଟ ୨୬ମି ରେ
- ପରାଗ ସର୍ବମୋକ୍ଷ – ଦିବା ୨ଟା ୯ମି ରେ ଉପରାନ୍ତ ସ୍ନାନ ପୂର୍ବକ ଦେବନିତି ଏବଂ ପାକଶାଳ ଆରମ୍ଭ॥
ଦେବନିତି ନିଷେଧ ଏବଂ ପାକତ୍ୟାଗ – ପରାଗ ସ୍ପର୍ଷର ୧୨ଘଣ୍ଟା ପୂର୍ବରୁ ଅର୍ଥାତ ୨୦.୦୬.୨୦ ରାତ୍ର ୧୦ଟା ୩୮ମି ଠାରୁ ୨୧.୦୬.୨୦ ଦିବା ୨ଟା ୯ମି ପର୍ଯ୍ୟନ୍ତ , ପାକତ୍ୟାଗ ଏବଂ ବାରଣ ଛୋଟପିଲା, ରୋଗି, ବୟସାଧିକ ଏମାନଙ୍କ ନିମନ୍ତେ ବାରଣ ନାହିଁ , ଗର୍ଭବତି ମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ନିଷେଧ (ବାହାରକୁ ବାହାରିବେ ନାହିଁ) ,
ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ୩ ପ୍ରକାରରେ ଆଂଶିକ, ପୂର୍ଣ୍ଣ ଓ ବଳୟ ପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। ଏ ସମୟରେ ସୂର୍ଯ୍ୟ ବା ସୂର୍ଯ୍ୟୋପରାଗକୁ କେବେ ବି ଖାଲ ଆଖିରେ, ଦୂରବୀକ୍ଷଣ ଅବା ବାଇନାକୁଲାରେ ଦେଖିବା ନିରାପଦ ନୁହେଁ। ଏପରିକି ହଳଦୀ ପାଣି, ଏକ୍ସରେ ଫିଲ୍ମ, କଳା ଚଷମା, କଳା କାଚ ମାଧ୍ୟମରେ ସୂର୍ଯ୍ୟକୁ ବା ସୂର୍ଯ୍ୟ ପରାଗକୁ ବିଲକୁଲ ଦେଖିବା ଉଚିତ ନୁହେଁ । କେବଳ ସୌର ଚଷମା, ୧୪ ନମ୍ବର ୱେଲ୍ଡିଂ କାଚ, ପିନହୋଲ୍ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହି ବିରଳ ଦୃଶ୍ୟକୁ ଦେଖି ହେବ ।
ତେବେ ଜୋତିଷ ମାନଙ୍କ ମତରେ ପରାଗ ପରେ ପରେ କିଛି ରାଶିର ବ୍ୟାକ୍ତିଙ୍କ ଜୀବନରେ ବିପଦ ମାଡି ଆସୁଛି , ସେହି ରାଶି ସବୁ ହେଲେ ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଏବଂ ଧନୁ , ଏହି ରାଶି ଗୁଡିଙ୍କୁ ପରାଗ ଦେଖିବା ମନା , ଏହା ସହିତ 7 ଦିନ ପର୍ଯ୍ୟନ୍ତ କୌଣସି ଦେବ କାମ ବା ଅନ୍ୟ କୌଣସି କାମରେ ବାହାରକୁ ଯିବା ଉଚିତ ନୁହେଁ ,
ତେବେ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଏହି ବିଷୟରେ ଅବଗତ କରାନ୍ତୁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଅଧିକରୁ ଅଧିକ ସେୟାର କରି ଲାଇକ ଅଫସନରେ କ୍ଲିକ କରନ୍ତୁ ,