21 ଜୁନ ରେ ହେଉଛି ଭୟଙ୍କର ସୂର୍ଯ୍ୟ ପରାଗ – ଜାଣନ୍ତୁ କେବେ ହେବ ହାଣ୍ଡି ଛାଡ

sollar1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ବର୍ଷ 21 ଜୁନ ରବିବାର ବିଜୟ ଅମାବାସ୍ୟା ଦିନ ବର୍ଷର ସବୁଠାରୁ ଭୟଙ୍କର ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଏହା ସଂମ୍ପର୍ଣ୍ଣ ରୂପେ ରାହୁ ଗ୍ରସ୍ତ ଗ୍ରାସ ଆଂଶିକ ଚୁଡାମଣୀ ସୂର୍ଯ୍ୟ ପରାଗ ହେବ । ତେବେ ଜ୍ୟତିଷ ମାନଙ୍କ ଅନୁସାରେ ସୂର୍ଯ୍ୟ ପରାଗ ର ପ୍ରଭାବ ସଂମ୍ପର୍ଣ୍ଣ ଓଡ଼ିଶା ରେ ଦୃଶ୍ୟ ମାନ ହେବ । ଏବଂ ଏହା ସଂମ୍ପର୍ଣ୍ଣ 2 ଘଣ୍ଟା 44 ମିନିଟ୍ ଯାଏ ଦେଖା ଦେବ । ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ର ସଠିକ ସମୟ ସୀମା ।

sollar-eclipsess

୧୦ଟା ୨୦ରୁ ଆରମ୍ଭ, ୨ଟା ୨୦ରେ ଶେଷ ହେବ ,ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨% ଘୋଡ଼ାଇ ଦେବ

ଏହି ସୂର୍ଯ୍ୟ ପରାଗ 21 ଜୁନ ରବିବାର ସକାଳ 10.38 ମିନିଟ ରୁ ଆରମ୍ଭ ହେବ ଏବଂ 2.09 ମିନିଟ ଯାଏ ଏହା ଚାଲୁ ରହିବ । ଭିନ୍ନ ଭି୍ନ ସ୍ଥାନ ରେ ପରାଗ ସମୟ ଅଲଗା ରହି ଥାଏ । କିନ୍ତୁ ଏହି ସମୟ ସୀମା ମଧ୍ୟ ରେ ହିଁ ହେବ । ଯଦି ଆମେ ପାକ ତ୍ୟାଗ ର କଥା କହିବା ତେବେ ଯେତେ ବେଳେ ବି ସୂର୍ଯ୍ୟ ଗ୍ରହଣ ଲାଗେ ସେହି ସମୟ ର 12 ଘଣ୍ଟା ପୂର୍ବ ରୁ ପାକ ତ୍ୟାଗ ହୋଇ ଥାଏ ଏବଂ ତନ୍ଦ୍ର ଗ୍ରହଣ ରେ 9 ଘଣ୍ଟା ପୂର୍ବ ରୁ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ପାକ ତ୍ୟାଗ ର ସମୟ

sollar-eclip

20 ଜୁନରେ ହେବ ପାକ ତ୍ୟାଗ

ଏହି ପାକ ତ୍ୟାଗର ସମୟ ହେଲା 20 ଜୁନ ରାତ୍ରୀ 10.38 ମିନିଟ ରୁ ଆରମ୍ଭ ହୋଇ 21 ଜୁନ ଦିନ 2.09 ମିନିଟ ଯାଏ ହେବ । ସେହି ପରି ସୂର୍ଯ୍ୟ ପରାଗ ସମୟ ରେ ଗର୍ଭବତୀ ମହିଳା ମାନେ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ସେହି ବିଷୟରେ ଜାଣିବା । ଏହି ସମୟ ରେ ଗର୍ଭବତୀ ମହିଳା ଘରୁ ବାହାରିବା କଥା ନୁହେଁଁ ।

ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ୩ ପ୍ରକାରରେ ଆଂଶିକ, ପୂର୍ଣ୍ଣ ଓ ବଳୟ ପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। ଏ ସମୟରେ ସୂର୍ଯ୍ୟ ବା ସୂର୍ଯ୍ୟୋପରାଗକୁ କେବେ ବି ଖାଲ ଆଖିରେ, ଦୂରବୀକ୍ଷଣ ଅବା ବାଇନାକୁଲାରେ ଦେଖିବା ନିରାପଦ ନୁହେଁ। ଏପରିକି ହଳଦୀ ପାଣି, ଏକ୍ସରେ ଫିଲ୍ମ, କଳା ଚଷମା, କଳା କାଚ ମାଧ୍ୟମରେ ସୂର୍ଯ୍ୟକୁ ବା ସୂର୍ଯ୍ୟ ପରାଗକୁ ବିଲକୁଲ ଦେଖିବା ଉଚିତ ନୁହେଁ । କେବଳ ସୌର ଚଷମା, ୧୪ ନମ୍ବର ୱେଲ୍‌ଡିଂ କାଚ, ପିନହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହି ବିରଳ ଦୃଶ୍ୟକୁ ଦେଖି ହେବ ।

sollar-ecliipp

ତେବେ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଏହି ବିଷୟରେ ଅବଗତ କରାନ୍ତୁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଅଧିକରୁ ଅଧିକ ସେୟାର କରି ଲାଇକ ଅଫସନରେ କ୍ଲିକ କରନ୍ତୁ ,

Leave a Reply

Your email address will not be published. Required fields are marked *