17 ଜୁନ 2020 ବୁଧୁବାର ରାଶିଫଳ – କେମିତି କଟିବ ଆଜିର ଦୀନ

rasi-phala

ମେଷ – ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । କିଛି ନୂଆ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ କିନ୍ତୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ପୁଷ୍ୟା ନକ୍ଷତ୍ର ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ବୃଷ – ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ଅଷ୍ଟମସ୍ଥ ସ୍ଵଗୃହୀ ଶୁକ୍ର ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବ ଜନିତ ଚିନ୍ତା ଲାଗିରହିବ । ଶିଳ୍ପ, ବାଣିଜ୍ୟ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମିଥୁନ – ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ତଥାପି ପୂର୍ବାଫାଲ୍‌ଗୁନୀ ଯୋଗୁଁ ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ବୈଠକ ହେବ । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ପୂର୍ବରୁ ଲାଗିରହିଥିବା ସ୍ଵାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ପରୋକ୍ଷ ଶତ୍ରୁତା କାରଣରୁ କେତେକ କାମ ଅଧାରେ ଅଟକିଯାଇପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ବାବା ଗୁପ୍ତେଶ୍ଵର ।

କର୍କଟ – ଦିନଟି ଭଲ ରହିଲେ ମଧ୍ୟ ଆର୍ଥିକ ଦୃଷ୍ଟି କୋଣରୁ ମାନ୍ଦା ରହିବା । ଆଜିର ମକର ରାଶିସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ସ୍ଵାଭାବିକ ରଖିବ । କିନ୍ତୁ ଷଷ୍ଠଭାବସ୍ଥ ଶୁକ୍ର ନୀଚସ୍ଥ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡି ଯାଇପାରେ, କିନ୍ତୁ ଋଣ ଜରିଆରେ ଟଙ୍କା ପାଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଯେପରି କୌଣସି ବାଦବିବାଦ ନହେବ ଏଥିପ୍ରତି ଧ୍ୟାନ ରଖନ୍ତୁ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ ଏଥିପାଇଁ ଧୈର୍ଯ୍ୟର ସହକାରେ କାର୍ଯ୍ୟ କରନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ହନୁମାନ ।

ସିଂହ – ଦିନଟି ଠିକ୍‌ଠାକ୍‌ ରହିବ । ପ୍ରତ୍ୟେକ କାମ ବିନା ବାଧାବିଘ୍ନରେ ସମ୍ପନ୍ନ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଲାଗିଥିବା ବିବାଦର ଅବସାନ ଘଟିବ । ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ । ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ସ୍ୱାର୍ଥହାନି ଆଶଙ୍କାରେ ସମାଜିକ ସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇପାରେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା – ଦେବଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡନ କରିବା କାରଣରୁ ମାନସିକ ଅଶାନ୍ତି ଅନୁଭବ କରିବେ । ବହୁପୂର୍ବରୁ କେତେକ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । କାରବାର ବୃଦ୍ଧି କରିବା ଲାଗି ଚେଷ୍ଟା କରିବେ ଏବଂ ସଫଳ ହେବେ । ଅଫିସରେ ଉଚ୍ଚଧିକାରୀଙ୍କ ନିକଟରେ ନିଜର ଭାବକୁ ପ୍ରକାଶ କରିପାରିବେ । ପ୍ରିୟ ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକରେ ସୁବିଧା ସୁଯୋଗ ପାଇ ଉନ୍ନତି କରିବେ । ସ୍ଵାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହରପାର୍ବତୀ ।

ତୁଳା – କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ । ବୃହସ୍ପତି ସହ ଶନିଙ୍କ ସ୍ଥିତି କାରଣରୁ ନିଜର ଲୋକମାନଙ୍କ ବିରୁଦ୍ଧାଚରଣ ପରିବେଶକୁ ସରଗରମ କରିବ । ଆର୍ଥିକ ମାମଲାରେ ସ୍ଥିତି ଭଲ ରହିବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଲାଭ ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ଜୀବନ ସାଥୀଙ୍କ ମତାମତ ନେଇ ପାରିବାରିକ ଘଟଣାକୁ ବିଚାର କରିବେ ଓ ପରିଶେଷରେ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ପାର୍ବତୀ ।

ବିଛା – ଆପଣଙ୍କର ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । କିନ୍ତୁ ଶନି କ୍ଷେତ୍ରସ୍ଥ ମଙ୍ଗଳ ଯୋଗୁ ବିଶେଷ ଅସୁବିଧା ନ ଥିଲେ ମଧ୍ୟ ମନରେ ଆଗ୍ରହ ରହିବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ସରକାରୀ କର୍ମରତଥିବା ବ୍ୟକ୍ତିମାନଙ୍କର ଶୁଭ ଖବର ମିଳିପାରେ । କର୍ମକ୍ଷେତ୍ରରେ ମହିଳାମାନେ ବନ୍ଧୁ ଓ ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । କିନ୍ତୁ ଶାରୀରିକ ପୀଡ଼ା ଯୋଗୁଁ ମନରେ ସରସତା ରହିବ ନାହିଁ । କେତେକ କାମ ହାସଲ କରିବା ସକାଶେ ପାଣି ଭଳି ଟଙ୍କା ଖର୍ଚ୍ଚ କରିବେ, ପରେ ଅନୁତାପ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ – ପାରିବାରିକ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଯାହାଫଳରେ ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । କର୍ମକ୍ଷେତ୍ରରେ ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମିଳିବ । ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହିତ ସୁସଂପର୍କ ରହିବ । ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ଆଶଙ୍କା ରହିଛି । କେତେକ କଥା ମନ ଭିତରେ ରହିଯିବ, ଯାହା କି କହିପାରିବେ ନାହିଁ କି ସମାଧାନ କରିବାର ମଧ୍ୟ ଉପାୟ ନ ଥିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର – ପୂଜାପାଠରେ ଅଧିକ ସମୟ ବିତିବ । ଉତ୍ତରାଷାଢା ନକ୍ଷତ୍ର ପାଇଁ ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ, ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ । କ୍ୟାରିଅରରେ ଉନ୍ନତି ଲାଗି ନୂଆ ପରାମର୍ଶ ମିଳିପାରେ । ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବରିଷ୍ଠ ବ୍ୟକ୍ତି ଅବା ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଆନ୍ତୁ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ ଏବଂ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି । ମାନସିକ ଦୁଶ୍ଚିନ୍ତାଜନିତ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

କୁମ୍ଭ – ଆପଣଙ୍କୁ ନୂଆ ଆହ୍ଵାନର ସମ୍ମୁଖୀନ କରିବାକୁ ପଡ଼ିପାରେ । ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବାର ସମ୍ଭାବନା ରହିଛି । ମହତ୍ତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପାରେ । ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସାହାଯ୍ୟରେ ଆର୍ଥିକ ସଙ୍କଟ ଦୂରେଇ ପାରିବେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପ୍ରଶଂସିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ । ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମହାଲକ୍ଷ୍ମୀ ।

ମୀନ – ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । ରେବତୀ ନକ୍ଷତ୍ର ବ୍ୟବସାୟ ତଥା ବିଭିନ୍ନ ଦିଗରୁ ଲାଭର ମାର୍ଗ ଦେଖାଇବ । ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *