ମେଷ – ଦିନଟି ଆପଣଙ୍କ ପାଇଁ ହର୍ଷଉଲ୍ଲାସ ଭରା ରହିବ । ଦ୍ୱିଜା ନକ୍ଷତ୍ର ବ୍ୟବସାୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କୌଣସି ନୂତନ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିପାରନ୍ତି । ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ । ସ୍ଵାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ । ଶୁଭରଙ୍ଗ: ନାରଙ୍ଗୀ । ଆରାଧନା: ମାଆ ସମଲେଶ୍ୱରୀ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ବର ।
ବୃଷ – ଆପଣଙ୍କର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଚିନ୍ତା ପାରନ୍ତି । ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । କିନ୍ତୁ ରୋହିଣୀ ନକ୍ଷତ୍ର ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିବ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଦ ବିବାଦ ଠାରୁ ଦୂରରେ ରହନ୍ତୁ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।
ମିଥୁନ – ଆଜି ଆପଣ କୌଣସି ନୂଆ ସୁଯୋଗ ଅପେକ୍ଷାରେ ରହିବେ । ପୁନର୍ବସୁ ନକ୍ଷତ୍ରର ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁଁ ମନ ପ୍ରଫୁଲ୍ଲିତ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । ବିଭିନ୍ନ ସମସ୍ୟାମୂଳକ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି କିନ୍ତୁ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । ପ୍ରଶାସନ, ପ୍ରେସ୍ ଓ ପବ୍ଲିକେଶନ, ଗବେଷଣା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ଅପପ୍ରଚାର କରିପାରନ୍ତି । ଜୀବନସାଥୀଙ୍କ ଭାବନାକୁ ଆଦର କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।
କର୍କଟ – ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ ଏବଂ ନୂଆ ନୀତି ପ୍ରୟୋଗ କରିବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ଅଫିସରେ ଅତ୍ୟଧିକ କାର୍ଯ୍ୟଭାର ଥିଲେ ମଧ୍ୟ ସହକର୍ମୀଙ୍କ ଦ୍ଵାରା ସହଜରେ ସମ୍ପାଦନ କରିପାରିବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶେ ମନ ଭଲ ରହିବ ନାହିଁ । ପୁଷ୍ୟା ନକ୍ଷତ୍ରର ସ୍ଵାସ୍ଥ୍ୟରେ ଉନ୍ନତି ହେବା ସହ ବିବାଦୀୟ ଘଟଣାର ବିଜୟୀ ହେବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।
ସିଂହ ରାଶି : ଆପଣ ପ୍ରେମିକଙ୍କଠାରୁ ଏକ ଉପହାର ପାଇପାରିବେ, ଯାହାକୁ ଆପଣ ପାଇ ଭାବପ୍ରବଣ ହୋଇପାରିବେ | ସାମାଜିକ କ୍ଷେତ୍ରରେ ତୁମର ଖ୍ୟାତି ବୃଦ୍ଧି ପାଇବ | କ୍ଷେତ୍ରରେ ସୁସଙ୍ଗତତା ଆପଣଙ୍କ ପାଇଁ ଅନୁକୂଳ ହେବ | ତୁମର ବୈବାହିକ ଜୀବନ ଭଲ ଗୁଣବତ୍ତା ହେବ | ଯଦି କିଛି ପୁରୁଣା ସମ୍ପର୍କ ଚାଲିଯାଉଛି, ନିରାଶ ହୁଅ ନାହିଁ, ଏହା ମଧ୍ୟ ତୁମର ଭଲ | ହଠାତ୍ ଆପଣ ଭଲ ଖବର ପାଇବା ପାଇଁ ଭଲ ଖବର ଦେଖିପାରିବେ | ସ୍ୱାସ୍ଥ୍ୟ ବିଷୟରେ ଅବହେଳା କରନ୍ତୁ ନାହିଁ |
କନ୍ୟା ରାଶି : ଅନେକ ଉତ୍ସରୁ ଟଙ୍କା ଆପଣଙ୍କ ପାଖକୁ ଆସିବ | ଆଜି ନିଜ ପାଇଁ କିଛି ସମୟ ନିଅନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ | ଆପଣ ଯେତେ ଅଧିକ ସମୟ ଦେବେ, ସେତେ ଶାନ୍ତ ଅନୁଭବ କରିବେ | ତୁମର ଅଗ୍ରଗତିର ମାର୍ଗରେ ତୁମେ ବଡ଼ ଅଧିକାରୀଙ୍କଠାରୁ ଉପଯୁକ୍ତ ସମର୍ଥନ ପାଇବ | ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ | ବ୍ୟବସାୟରେ ପରିବର୍ତ୍ତନ କରାଯାଉଛି | ଏହି ପରିବର୍ତ୍ତନଗୁଡିକ ଆପଣଙ୍କ ସପକ୍ଷରେ ରହିବ |
ତୁଳା ରାଶି : ଆଜି ଅତ୍ୟଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ | ଇଚ୍ଛାଶକ୍ତିର ଅଭାବ ରହିବ | ଆପଣଙ୍କ ଘର ବିନିଯୋଗ ଲାଭଦାୟକ ହେବ | ପରିସ୍ଥିତିରେ ନିଜକୁ ସ୍ଥିର ଏବଂ ସଂଯମ ରଖନ୍ତୁ ନାହିଁ | ଜ୍ଞାନର ତୃଷା ଆପଣଙ୍କୁ ନୂତନ ବନ୍ଧୁ ସୃଷ୍ଟି କରିବାରେ ସାହାଯ୍ୟ କରିବ | ଜୀବନସାଥୀ ସହିତ ସମୟ ବିତାଇବେ | ସ୍ୱାସ୍ଥ୍ୟ ହ୍ରାସ ପାଇପାରେ | ଆଜି, ଶାରୀରିକ ଆନନ୍ଦ ଏବଂ ମାନସିକ ସୁଖ ବଜାୟ ରଖିବା ପାଇଁ, ଆପଣ ଯନ୍ତ୍ରଣା ଅନୁଭବ କରିବେ |
ବିଛା ରାଶି : ଆଜି ଦିନସାରା ଉପଭୋଗ ମନରେ ରହିବ | ପତି ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ | ତୁମର ଦୁଃଖରେ ସମ୍ପର୍କୀୟମାନେ ଅଂଶୀଦାର ହେବେ | ସେମାନଙ୍କ ସମସ୍ୟାକୁ ସେମାନଙ୍କ ସହିତ ବାଣ୍ଟିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ | ତୁମର କାମ ବିଷୟରେ ଚିନ୍ତା କର ନାହିଁ, କାହାର ନିନ୍ଦା ଦ୍ୱାରା ପ୍ରଭାବିତ ହୁଅ ନାହିଁ | ଆପଣଙ୍କ କାର୍ଯ୍ୟରେ କୌଣସି ଅଭାବ ନାହିଁ | ତୁମର ଆତ୍ମବିଶ୍ୱାସ ରଖ | ଆଧ୍ୟାତ୍ମିକତା ଏବଂ ଦର୍ଶନ ପାଇଁ ଆଗ୍ରହୀ ହେବେ | ନିଜକୁ ଅଧିକ ଭାର ଦିଅ ନାହିଁ |
ଧନୁ – ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ | ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।
ମକର – ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । କୋଣଭାବସ୍ଥ ତିନୋଟିଗ୍ରହ ପ୍ରଭାବରେ ଆଜି ଭାଇ, ବନ୍ଧୁ ଓ ନିଜର ଲୋକମାନଙ୍କୁ ମନେଇବାରେ ସଫଳ ହେବେ ଯାହାକି ଆଗାମୀ ସମୟ ପାଇଁ କାମରେ ଆସିପାରେ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । ଦୀର୍ଘ ଦନର ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବିବାହିତ ଲୋକ ବାହାରକୁ ବୁଲି ଯାଇପାରନ୍ତି । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ହନୁମାନ ।
କୁମ୍ଭ – ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ସମ୍ପର୍ଣ୍ଣ ରହିବ । ଚତୁର୍ଥାଧିପ ଏକାଦଶରେ ଧନାଧିପ ସଂଯୋଗରୁ ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି । ମୁଖ ଭାବରେ ମଙ୍ଗଳ ଓ ବୁଧ ଆପଣଙ୍କ ମନର ଭାବ ଓ ଭାଷାକୁ କଠୋର କରି ସମସ୍ୟା ସୃଷ୍ଟି କରି ପାରନ୍ତି । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ । ବନ୍ଧୁମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଜମିଜମା, କଳକାରଖାନା, ପ୍ଲଟିଂ ବ୍ୟବସାୟରୁ ସୁଫଳ ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।
ମୀନ – ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ମନ ଭିତରେ ଦୁଃଖ ରହିଥିଲେ ମଧ୍ୟ ହସି ହସି କହିବା କାରଣରୁ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । ଗତକାଲି ଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।