12 ଜୁନ 2020 ଶୁକ୍ରବାର ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

rasi-phala

ମେଷ – ଭାଗ୍ୟର ସହଯୋଗ ମିଳିବ । ରାଶିରେ କୃତ୍ତିକା ନକ୍ଷତ୍ରର ଯୋଗୁଁ ଦୀର୍ଘଦିନରୁ ଅଟକିଥିବା କାର୍ଯ୍ୟକୁ ସମ୍ପାଦନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ପ୍ରତିଦ୍ଵନ୍ଦୀମାନେ ଶାନ୍ତ ରହିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ । ପରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ଅନିୟମିତା ଓ ଗରିଷ୍ଠ ଖାଦ୍ୟ ଭୋଜନ ଜନିତ ହଠାତ୍‌ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ବୃଷ – ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । ଚନ୍ଦ୍ର ଓ ଶୁକ୍ରଙ୍କ ସୁପ୍ରଭାବରୁ ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପୂର୍ବରୁ ବୟସ୍କ ବ୍ୟକ୍ତି କିମ୍ବା ଅଭିଜ୍ଞବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅବଶ୍ୟ ଆର୍ଥିକ ଉନ୍ନତି ଘଟିବ, ଋଣ ପରିଶୋଧ ପାଇଁ ଚେଷ୍ଟା କରିବେ । ମିତ୍ରଙ୍କ ଠାରୁ ଭଲ ଖବର ପାଇବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ – ଇଷ୍ଟ ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ରାଶିରେ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁଁ ଆପଣଙ୍କର ଅର୍ଥ ସ୍ଥିତି ମଜବୁତ ରହିବ, ବନ୍ଧୁଙ୍କ ସହ ଯୋଗାଯୋଗ କରିବେ ଓ ସମାଜରେ ଆଦର ଅଭ୍ୟର୍ଥନାଦି ପ୍ରାପ୍ତ କରିବେ । କିନ୍ତୁ ଆର୍ଦ୍ର ନକ୍ଷତ୍ର ଯୋଗୁଁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଅସନ୍ତୁଷ୍ଟ ରହିବେ ଓ ଆପଣଙ୍କ କାର୍ଯ୍ୟକୁ ସମାଲୋଚିତ କରିବେ । ଅଫିସରେ ଆପଣଙ୍କ ମନ୍ତବ୍ୟକୁ ସହକର୍ମୀମାନେ ହାସ୍ୟାସ୍ପଦ ଭାବେ ଗ୍ରହଣ କରିବେ । ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ – ଯାହା ବି କାମ କରିବେ ବାଧାବିଘ୍ନର ସମ୍ମୁଖୀନ ହେବେ ନାହିଁ । ଶୁକ୍ର ଓ ଚନ୍ଦ୍ରଙ୍କ ପାରସ୍ପରିକ ଦୃଷ୍ଟି ପ୍ରଭାବରେ ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଜନ୍ମିବ, ଉପଯୁକ୍ତ ଉପଦେଶ ଦେଇ ପ୍ରଶଂସିତ ହେବେ ଓ ସୁସମ୍ପର୍କ ବୃଦ୍ଧି ପାଇବ ଏବଂ କର୍ମକ୍ଷେତ୍ରରେ ଅଭିଳଷିତ ଫଳ ପ୍ରାପ୍ତି କରିବେ । ପରୋକ୍ଷ ଶତ୍ରୁତା କରୁଥିବା ଲୋକେ ଆପଣଙ୍କର କ୍ଷତି କରିବା ଲାଗି ପ୍ରୟାସ କରିବେ । ସମାଜରେ ପ୍ରତିପତ୍ତି ବଢ଼ିବ । ଅଫିସରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାର ମଧ୍ୟରେ ଭୁଲ୍‌ ବୁଝାମଣା ଯୋଗୁଁ ଆପଣ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ସିଂହ – ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ । ରାଶିରେ ଏକାଧିକ ଗ୍ରହର ସୁପ୍ରଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଅନୁକୂଳ ବାତାବରଣ ପାଇଁ ପ୍ରତିବେଶୀଙ୍କ ସହ ସୁସମ୍ପର୍କ ସାହାଯ୍ୟ କରିବ । ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ଆକସ୍ମିକ ଭାବରେ କୌଣସି କାମ ସକାଶେ ଆପଣଙ୍କ ଖର୍ଚ୍ଚ ପରିମାଣ ବଢ଼ିଯିବା ସାଙ୍ଗକୁ ମନରେ ଆଶଙ୍କା ଲାଗି ରହିପାରେ । ଅବଶ୍ୟ କର୍ମକ୍ଷେତ୍ରର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କ ଠାରୁ ପ୍ରଶଂସିତ ହେବେ । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଘରେ ଖୁସିର ମାହୋଲ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା – ଧୌର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ଓ ମନୋବଳ ଦୃଢ କରନ୍ତୁ । ଅଷ୍ଟମାଧିପତିଙ୍କ କୁପ୍ରଭାବରେ ସାଧାରଣ କଥାରେ କଳହ ଲାଗିବାର ଆଶଙ୍କା ରହିଛି । ବନ୍ଧୁଙ୍କ ମାଧ୍ୟମରେ ଅର୍ଥ ଲାଭ ସଙ୍ଗକୁ ସମସ୍ୟା ସମାଧାନ କରିବା ସକାଶେ ପ୍ରଯତ୍ନ କରି ପାରନ୍ତି । ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ବ୍ୟବସାୟୀମାନେ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ତୁଳା – ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ । ସ୍ଵଭାବରେ ଉଗ୍ରତା ରହିବ, ତେଣୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । ଦୁଃଶ୍ଚିନ୍ତା ଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । କୌଣସି ଖୁସି ଖବର ପାଇବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀରପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ବିଛା – ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ । ରାହୁ ନକ୍ଷତ୍ରସ୍ଥ ଦ୍ୱାଦଶ ଚନ୍ଦ୍ର ଅର୍ଥ ଅପବ୍ୟୟ ସାଙ୍ଗକୁ କର୍ମକ୍ଷେତ୍ରରେ ମାନସିକ ବ୍ୟଗ୍ରତା ସୃଷ୍ଟି କରିବ । ପ୍ରତ୍ୟେକ କ୍ଷେତ୍ରରେ ଦେଖି ଚାହିଁ ବୁଝି ବିଚାରି କାମ ନ କଲେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ କିଛି ଗୁରୁ ଦାୟିତ୍ଵ ମିଳିପାରେ । ଘରର ବାତାବରଣରେ ସୁଖ-ଶାନ୍ତି ରହିବ । ସ୍ଵଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତ କରିପାରନ୍ତି । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି ଉପକୃତ ହୋଇପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ଧନୁ – ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ବେଶ ଭଲ ରହିବା । ରାଶିରେ ବୁଧ ଓ ଶୁକ୍ର ରହିଥିବାରୁ ଆଜିର କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରି ନେଇ ପାରିବେ । ନୂତନ କର୍ମ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଶେୟାର ମାର୍କେଟ କିମ୍ବା ବ୍ୟବସାୟରେ ପୁଞ୍ଜି ନିବେଶ, ଆପଣଙ୍କୁ ଲାଭ ହେବ । ଚାକିରି ଜୀବିମାନେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା କିନ୍ତୁ ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।ଯିବାର ପୂର୍ଣ୍ଣ ସମ୍ଭାବନା ରହିଛି । ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର – ଆତ୍ମା ବିଶ୍ଵାସ ଦୃଢ଼ ରହିବ । ଅଷ୍ଟମାଧିପତି ବୃହସ୍ପତି ନକ୍ଷତ୍ରସ୍ଥ ରବି ପ୍ରଭାବରେ ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ନୂତନ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ । ପ୍ରକାଶନ, ପ୍ରଶାସନ, ଯାନବାହନ, ସଭାସମିତି ତଥା ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କୁମ୍ଭ – ଦିନଟି ଆପଣଙ୍କ ପାଇଁ ରୋମାଞ୍ଚକର ରହିବା । ଆଜି ଚନ୍ଦ୍ରଙ୍କ ଶୁଭସଂସ୍ଥାନରୁ ଯୋଗୁଁ ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ନିଶ୍ଚିତ ପାଇବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ସହକର୍ମୀ କିମ୍ବା ବନ୍ଧୁବର୍ଗଙ୍କ ସାହାଯ୍ୟ ଲାଭ କରି କାମଗୁଡ଼ିକୁ ତ୍ୱରାନ୍ବିତ କରିପାରିବେ । ଅଫିସରେ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

ମୀନ – ଆପଣଙ୍କୁ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ପାଇଁ ଚେଷ୍ଟା କରନ୍ତୁ, କାରଣ ବୁଧଙ୍କ ସହ ରାହୁ ଓ ମଙ୍ଗଳ ଏକାଧାରରେ ଦୈହିକ ସ୍ଵସ୍ଥ୍ୟ ଓ ମାନସିକ ସ୍ଥିତିକୁ ବିଗାଡି ଦେଇପାରନ୍ତି । ତରବାରିଆ ହୋଇ କୌଣସି ମହତ୍ୱପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ କରିବା ପାଇଁ ପଡିପାରେ । ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାର କାମ କରିବା ଲାଗି ମନ ବଳାଇବେ ଓ ନିଜର ଆମଦାନୀ ବଢାଇବା ପାଇଁ ଚେଷ୍ଟା କରି ପାରନ୍ତି । କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସମସ୍ୟା ସମାଧାନ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

Leave a Reply

Your email address will not be published. Required fields are marked *