9 ମେ 2020 ଶନିବାର ରାଶିଫଳ – କେମିତି କଟିବ ଆଜି ଏହି ସବୁ ରାଶିଙ୍କର ଦୀନ

rasi-phala

ମେଷ – ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଆଜି ରାଶ୍ୟାଧିପ ସ୍ଵନକ୍ଷତ୍ରସ୍ଥ ଯୋଗୁଁ ସ୍ଵାସ୍ଥ୍ୟରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ସୁଧାର ଆସିବା । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଯୋଗୁଁ ମନରେ ଚିନ୍ତା ଲାଗି ରହିବ । ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ଆଜି ଅଧିକାଂଶ ସମୟ କଟାଇବେ । ପରିବାରର ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥା ଯୋଗୁଁ ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାକୁ ଚେଷ୍ଟା କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ବୃଷ – ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ରାଶିରେ ବୁଧଙ୍କ ଅବସ୍ଥିତି ଯୋଗୁଁ ବନ୍ଧୁଙ୍କ ସହାୟତାରେ ଅର୍ଥ ଲାଭ ଅବଶ୍ୟମ୍ଭାବୀ ଅଟେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରି ନିଅନ୍ତୁ ନତୁବା ପରେ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ପୁରୁଣା ବନ୍ଧୁଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା କରିବେ, ବନ୍ଧୁମାନଙ୍କ ପ୍ରଶଂସା ସୂଚକ ବାକ୍ୟ ଆପଣଙ୍କୁ ଭାବ ବିଭୋର କରାଇପାରେ । ପାଖ ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ । ତେଣୁ ଅନ୍ୟର ବ୍ୟକ୍ତିଗତ ବା ବିବାଦୀୟ ଘଟଣାରେ ମୁଣ୍ଡ ନ ପୁରାଇବା ଭଲ ହେବ । ଦାମ୍ପତ୍ୟ ଜୀବନରେ ସମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ – ନିଜକୁ ନିୟନ୍ତ୍ରଣାଧୀନ ରଖିବାକୁ ଚେଷ୍ଟା କରନ୍ତୁ । ନୀଚ ରାଶିରେ ଚନ୍ଦ୍ର ଓ ଅଷ୍ଟମସ୍ଥ ମଙ୍ଗଳ ଯୋଗୁଁ ଉଗ୍ରତା ଓ ସାମ୍ୟଭାବ ସମୟାନୁକ୍ରମେ ପରିସ୍ଥିତି ଅନୁଯାୟୀ ଅନୁଭୂତ ହେବ । କର୍ମକ୍ଷେତ୍ରରେ ସ୍ଵଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡିପାରେ । କିନ୍ତୁ ଅପରାହ୍ନ ସମୟରେ ସରକାରୀ ସ୍ତରରୁ ହଠାତ୍‌ କାୈଣସି ଖବର ପାଇ ଖୁସି ପାଇବେ । ସମାଜରେ ଭଲ କାର୍ଯ୍ୟ କରିଲେ ମଧ୍ୟ ଲୋକେ ଆପଣଙ୍କୁ ପ୍ରଶଂସା କରିବା ବଦଳରେ ଅନ୍ୟଙ୍କୁ ପ୍ରଶଂସା କରିବେ । ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି । ପରିବାରର ସହଯୋଗ ପାଇବେ, ଯାହାଫଳରେ ସମ୍ୟକ ଆଶ୍ଵସ୍ତି ଲାଭ କରିବେ । ଶୁଭରଙ୍ଗ: ନାରଙ୍ଗି । ଆରାଧନା: ହନୁମାନ ।

କର୍କଟ – ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ, ସମସ୍ତ ବାଧା ବିଘ୍ନ ଦୂରେଇ ଯିବ । ଚନ୍ଦ୍ରଙ୍କ ଦୁର୍ବଳତା କାରଣରୁ ସାମୟିକ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁମାନଙ୍କ ଆଶ୍ୱାସନାରୁ ମନ ବଦଳିଯିବ । ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ । ସହକର୍ମୀ କିମ୍ବା ବନ୍ଧୁଙ୍କ ନିକଟରୁ ଧାରା କରଜ କରିବାକୁ ପଡିବ । ପରିବାର ସଦସ୍ୟଙ୍କ ସହିତ କୌଣସି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା : ମାଆ ଭୈରବୀ ।

ସିଂହ – ଆପଣଙ୍କ ଅନ୍ତରାତ୍ମା ପ୍ରଖର ରହିବ । ଆପଣଙ୍କ ସାମନାକୁ ଆସିବା ବ୍ୟକ୍ତି ବିଶେଷଙ୍କର ମାନସିକତାକୁ ଶୀଘ୍ର ବୁଝିନେବେ । ଯଥା ଖର୍ଚ୍ଚ ବୃଦ୍ଧି ପାଇବ, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ । କୌଶଳ ପ୍ରୟୋଗପୂର୍ବକ ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟା କଲେ ଉପକୃତ ହେବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିବେ । କୋଣଭାବସ୍ଥ ବୃହସ୍ପତି ସନ୍ତାନଙ୍କ ସମସ୍ୟା କିମ୍ବା ବିବାଦୀୟ ମନ୍ତବ୍ୟଜନିତ କଳହକୁ ନିମନ୍ତ୍ରଣ କରିପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା – ଧନ ସ୍ଥାନରେ ବୃହସ୍ପତି ଆପଣଙ୍କୁ ଅର୍ଥ, ସାମାଜିକ ସମ୍ମାନ ଓ ଶୁଭେଚ୍ଛୁଙ୍କ ଶୁଭକାମନାରୁ ଖୁସି ମିଳିବ । ପ୍ରତିବନ୍ଧକ ଆସିଲେ ମଧ୍ୟ ହାତକୁ ନେଇଥିବା କାମଟିକୁ ପୂରା କରିବାକୁ ଚେଷ୍ଟା କରିବେ । କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ । ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ । ନିଜର ଲୋକ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ । ଶୁଭରଙ୍ଗ : କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ତୁଳା – ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଗ୍ରହ ସ୍ଥିତିର ପ୍ରତିକୂଳତା କାରଣରୁ ଆଜି ଯାହା କହିବେ କିମ୍ବା କରିବେ ସବୁ ଭାବିଚିନ୍ତି କରିବା ଭଲ ହେବ । ଛୋଟ ବଡ଼ ସମସ୍ୟା ଦେଖାଦେଲେ ମଧ୍ୟ କୌଣସି ବିଶେଷ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହେବନାହିିଁ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧା ବିଘ୍ନର ସମ୍ମୁଖନା ହୋଇପାରନ୍ତି । ଚିତ୍ରା ନକ୍ଷତ୍ରର ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ । ସ୍ତ୍ରୀଙ୍କ ସହିତ ଠିକରେ ବୁଝାମଣା ନ ହେବା ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ମନରେ ଦୁଶ୍ଚିନ୍ତା ବଢ଼ିପାରେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ବିଛା – ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ରାଶିରେ ଗ୍ରହଙ୍କ ପ୍ରତିକୂଳ ସ୍ଥିତି ଯୋଗୁଁ ପରିବାରରେ, କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ଲାଭ କରିପାରନ୍ତି । ଆର୍ଥିକ ପୂର୍ବ ଅପେକ୍ଷା ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ ରହିବ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ଧନୁ – ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ରାହୁ ଦ୍ୱାଦଶସ୍ଥ ଯୋଗୁ, ଅତୀତ ଘଟଣା ବିଷୟରେ ଚିନ୍ତା କରି ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ ବୋଝ ଉପରେ ଲଲିତା ବିଡା ଭଳି କାର୍ଯ୍ୟର ଚାପ ବଢିଯିବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାଫଳରେ ଚିନ୍ତା ବୃଦ୍ଧି ପାଇବ । ପିଲାଙ୍କ ସ୍ଵାସ୍ଥ୍ୟହାନି ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଘର କଥା ନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଶାରଳା ।

ମକର – କୌଣସି କାମ ଆରମ୍ଭ କରିବା ଲାଗି ମନ ବିସ୍ତାପ ରହିବା । ରାଶିରେ ରବି ଓ ମଙ୍ଗଳ ଯୋଗୁଁ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗି ରହିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି । ଶ୍ରବଣା ନକ୍ଷତ୍ରର ଯୋଗୁଁ ସାମାଜିକ ସ୍ତରରେ ପ୍ରଶଂସା ପାଇବେ । ପଡୋଶୀଙ୍କ ସହ ପ୍ରତିବାଦର ସ୍ଵର ଉଠାଇଲେ ପରିସ୍ଥିତି ଅସ୍ଥିରତା ସୃଷ୍ଟି ହୋଇପାରେ । ଅବଶ୍ୟ ଆପଣ କୌଶଳ ପ୍ରୟୋଗ କରି ନିଜ ଲୋକମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ – ସମୟ ଓ ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ । ଦ୍ୱାଦଶଭାବରେ ଶନି ଆପଣଙ୍କୁ କର୍ମଜଞ୍ଜାଳ ମଧ୍ୟରେ ଅନିଦ୍ରାଜନିତ କ୍ଳାନ୍ତି ଓ ଅବସନ୍ନ କରାଇପାରେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି, ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ବାଦବିବାଦ ପରିସ୍ଥତିତରେ ମୁଣ୍ଡ ପୁରନ୍ତୁ ନାହିଁ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ମାଆ ଭୈରବୀ ।

ମୀନ – ଦିନଟି ଆପଣଙ୍କ ଭଲ ରହିବା । ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଚାକିରି କରୁଥିବା କର୍ମଜୀବୀମାନଙ୍କୁ ଉଚ୍ଚାଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ଆପଣ ଯାହା ଚାହୁଁଛନ୍ତି ତାହା ପାଇବେ ଏବଂ ଅପରାହ୍ନରେ ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ହର ଗୌରୀ ।

Leave a Reply

Your email address will not be published. Required fields are marked *