7 ମେ 2020 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

rasi-phala

ମେଷ : ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ । ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ ପାଇଁ ହିତକର ଅଟେ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟବସାୟ ସ୍ଥଳ ଉପରେ ସମ୍ଭାଳିକରି ଚାଲିବେ। ସହକର୍ମଚାରୀମାନଙ୍କର ସହକାର ଆପଣଙ୍କୁ ମିଳିବ। ସନ୍ତାନମାନଙ୍କର ବିଷୟରେ ଦ୍ୱନ୍ଦ୍ୱରେ ରହିବେ।

ବୃଷ : ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ଦିନର ପ୍ରାରମ୍ଭ ଆଜି ଆନନ୍ଦପ୍ରମୋଦ ଏବଂ ମିତ୍ରମାନଙ୍କ ଭେଟ ହେବ। ଅନ୍ୟ ବ୍ୟକ୍ତି ମଧ୍ୟ ଆଜି ଆପଣଙ୍କ ଜୀବନରେ ଆସି ପାରନ୍ତି। ପର୍ଯ୍ୟଟନ କିମ୍ବା ଯାତ୍ରାର ଆୟୋଜନ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ ସାବଧାନ ରହିବାକୁ ଉପଦେଶ। ଆଜି ନିଜର ଭାଷାର ଦୁରୁପଯୋଗ ନ ହେଉ ଏହାର ଧ୍ୟାନ ରଖିବେ, ନହେଲେ ବିବାଦ ହେବ। ହିତଶତ୍ରୁମାନଙ୍କ ସହିତ ସାବଧାନ ରହିବେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ଗଭୀର ମନ ବଢ଼ିବ।

ମିଥୁନ : କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ| ଆଜି ଆପଣଙ୍କ ଦିନ ମନୋରଞ୍ଜନ ପ୍ରଦ ଏବଂ ଆନନ୍ଦ ପ୍ରଦ ହେବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ଯିବାର ଆୟୋଜନ ହେବ। ସୁରୁଚିପୂର୍ଣ୍ଣ ଭୋଜନ କରିବାର ସୁଯୋଗ ମିଳିବ।

କର୍କଟ : ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ । ପ୍ରତିକୂଳତାରେ ମଧ୍ୟ ଆପଣ ପରିଶ୍ରମପୂର୍ବକ କାର୍ଯ୍ୟ କରିବେ ତେବେ ଅଗ୍ରଗାମୀ ହେବାପାଇଁ ସୁଯୋଗ ମିଳିବ। ସ୍ୱାସ୍ଥ୍ୟରେ ବିଶେଷକରି ପେଟର ବ୍ୟାଧିରେ ସମସ୍ୟା ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ବିଦ୍ୟାଭ୍ୟାସରେ ସଫଳତା ମିଳିବ, ପରନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତି ଅଧିକ ଅନୁକୂଳ ହେବ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

ସିଂହ : ଆପଣଙ୍କର ରଚ଼ନାତ୍ମକତାକୁ ଆଜି ସମ୍ମାନ ଦିଆଜିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସମାସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ । ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରୁହନ୍ତୁ। ଆଜି ଆର୍ଥିକ ଲାଭର ଦିନ ଅଟେ। ଶାରୀରିକ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା : ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ଦୃଢ଼ତାର ସହିତ ଆପଣ ସାବଧାନପୂର୍ବକ କାମ କରିବେ। ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟଗୁଡ଼ିକ ସମ୍ଭାଳି ନେବେ। ନିଜର କଳାତ୍ମକ ବିଚାରକୁ ଭଲ ଭାବରେ କରିବେ। ବସ୍ତ୍ର, ଆଭୂଷଣ, ସୌଂଦର୍ଯ୍ୟ ପ୍ରସାଧନ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଛ ହେବ। କୌଟୁମ୍ବିକ ସୁଖ-ଶାନ୍ତି ରହିବ। ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ। ଧନ ଲାଭର ଆଶା ରଖିପାରନ୍ତି।ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ତୁଳା – ଆପଣ ନିଜର ପରିବାରର ଆର୍ଥିକ ଆବଶ୍ୟକତାକୁ ଆଜି ସମ୍ପୂର୍ଣ୍ଣ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତା କାରଣରୁ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ଆଜି ମନୋରଞ୍ଜନ, ସୌନ୍ଧର୍ଯ୍ୟ-ପ୍ରସାଧନ, ଆଭୂଷଣ ଆଦିରେ ଖର୍ଚ୍ଚ ହେବ। ଆଜି ଭ୍ରମ ଯୋଗୁଁ ବିଚଳିତହୋଇ ସମ୍ଭାବନା ଶାନ୍ତି ଓ ନିରଳା ମାନସିକ ଭାବନାରେ ଏହାର କାରଣ ଖୁଜି ବସନ୍ତୁ । ଆପଣ ନିଜର ବଂଧୁ ଓ ପରିବାର ସହ ସଦସ୍ୟଙ୍କ ସହ ଖୋଲା ମନରେ କିଛି ସମୟ ଆଲୋଚନା କରନ୍ତୁ । ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ବିଛା – ଆପଣଙ୍କ କାର୍ଯ୍ୟକ୍ଷେତ୍ର ପାଇଁ ଆଜିର ଦିନ ବିଶେଷ ହୋଇପାରେ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଆପଣ ଆଜି ନିଜର କାର୍ଯ୍ୟ ଦୃଢ ମନୋବଳ ଏବଂ ପୂର୍ଣ୍ଣ ଆତ୍ମବିଶ୍ଵାସ ସହିତ ସଂପନ୍ନ କରିବେ। ପିତାଙ୍କ ସହିତ ସଂବନ୍ଧ ପ୍ରେମପୂର୍ଣ୍ଣ ରହିବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ହେବ। ଜମି, ବାହନ, ସଂପତ୍ତି ସଲଗ୍ନ କାର୍ଯ୍ୟ କରିବାକୁ ଆଜିର ଦିନ ଅନୁକୂଳ ଅଟେ।  ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ : ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ । ଆଜି ଆପଣଙ୍କପାଇଁ ବ୍ୟବସାୟ କ୍ଷେତ୍ରରେ ଲାଭଦାୟୀ ସମୟ ଅଟେ। ମହିଳା ବର୍ଗଙ୍କଠାରୁ ଲାଭ ହେବାର ମଧ୍ୟ ଯୋଗ ଅଛି। ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ କୌଣସି ଚିନ୍ତା ଆସିପାରେ, ଏଥିରେ ନିଜ ଉପରେ ହାବି ନ ହେବାକୁ ଦିଅନ୍ତୁ ନାହିଁ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ, ନହେଲେ କାର୍ଯ୍ୟ ଅଧୂରା ରହିପାରେ। ଖର୍ଚ୍ଚ ବଢ଼ିପାରେ ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ପ୍ରତିକାର : ବୃଦ୍ଧ ବୃଦ୍ଧାଙ୍କର ସେବା କରନ୍ତୁ।

ମକର : ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ । ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆଜି ଆପଣ ମାନସିକ ରୂପରେ ହାଲୁକାପଣ ଅନୁଭବ କରିବେ। ଆନନ୍ଦ ଏବଂ ଉତ୍ସାହରେ ମଧ୍ୟ ବୃଦ୍ଧି ହେବ। କୌଟୁମ୍ବିକ ତଥା ଆର୍ଥିକ ବିଷୟଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଆପଣ କୌଣସି ମଧ୍ୟ କାର୍ଯ୍ୟ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରିପାରିବେ। ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ପରନ୍ତୁ ଜମି ସମ୍ପତ୍ତି ଆଦି ବିଷୟଗୁଡ଼ିକରେ ସାବଧାନ ରହିବେ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚ କରିବେ।ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ : ଆଜି ଆପଣଙ୍କୁ ଏଇଟା ଶିଖିବା ଆବଶ୍ୟକ ଅଟେ କି ଆପଣ ଅନ୍ୟମାନଙ୍କ ସାମନାରେ ନିଜକୁ କିପରି ଭଲ ଭାବରେ ଅଭିବ୍ୟକ୍ତ କରିବାକୁ ପଡ଼ିବ କାରଣ ଅନ୍ୟ ଲୋକ ସେଇଟା ବୁଝିବେ ଯେଉଁଟାକି ଆପଣ ତାଙ୍କୁ ବୁଝାଇବା କୁ ଚ଼ାହୁଁଛନ୍ତି । ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଆଜିର ଦିନ ଆନନ୍ଦପୂର୍ବକ କଟିବ। ବ୍ୟବସାୟ ଏବଂ ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ବ୍ୟାପାରରେ ବୃଦ୍ଧି ହେବ। ପରିଜନମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟାଇବେ। ମହିଳାବର୍ଗଙ୍କଠାରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ସନ୍ତାନମାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ। ଛୋଟ ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ହେବ। ଦାମ୍ପତ୍ୟଜୀବନରେ ଆନନ୍ଦ ରହିବ।ପ୍ରତିକାର:- ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ : ଆଜି ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବଯେ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛରେ ଆପଣଙ୍କର ଖରାପ କରୁଛନ୍ତି । ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ । ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ କାହାକୁ ମଧ୍ୟ ପ୍ରଭାବିତ କରିପାରିବେ। ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରିପାରିବେ। ଆଜିର ସମ୍ପୂର୍ଣ୍ଣ ଦିନ ଆନନ୍ଦରେ କଟିବ। ଚାକିରିରେ ସହକର୍ମିମାନଙ୍କ ସହାୟତା ମିଳିବ। ମଧ୍ୟାହ୍ନ ପରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *