4 ମେ 2020 ସୋମବାର ରାଶିଫଳ – ଆଜି କଣ ରହିଛ ଆପଣଙ୍କ ରାଶିରେ

rasi-phala

ମେଷ – କୌଣସି ନୂତନ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । କର୍ମକ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ବନ୍ଧୁଙ୍କ ଆବଶ୍ୟକତାକୁ ଅନୁଭବ କରି ଆର୍ଥିକ କ୍ଷେତ୍ରରେ ସହାୟତା କରିବେ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ଛୋଟ ଛୋଟ କଥାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିପାରେ । ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ହାର ଗୌରୀ ।

ବୃଷ – ଦିନଟି ଆପଣଙ୍କ ଲାଗି ଅନୁକୂଳ । ସ୍ଥଗିତ ଥିବା କାମ ଲୋକଙ୍କ ସାହାଯ୍ୟ ପାଇ ପୂରା କରିବେ । ନିଜ ବ୍ୟବହାର ଦ୍ୱାରା ଅନ୍ୟକୁ ମୋହିତ କରିପାରିବେ । ଆପଣଙ୍କର ଆବଶ୍ୟକତାକୁ ପୂରା କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ବଜାୟ ରହିବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରାତାରିଣୀ ।

ମିଥୁନ – ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ବାଧାବିଘ୍ନ ସୃଷ୍ଟି ହେବ ଯାହାଫଳରେ ସାମାନ୍ୟ ବିଳମ୍ବରେ କାମଗୁଡ଼ିକ ସମ୍ପନ୍ନ ହେବ । ଚାକିରି କରୁଥିବା କର୍ମଜୀବିମାନେ ବୁଝିସୁଝି ଯେକୌଣସି ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ ଅସୁବିଧାରେ ପଡ଼ିପାରନ୍ତି । ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଦାମ୍ପତ୍ୟ ଜୀବନ ବଢିଆ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କର୍କଟ – ପୂଜାପାଠରେ ସମୟ ବିତିବ । ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ । ଆଜିର ଗ୍ରହସ୍ଥିତି ଅନୁକୂଳ ରହିବା ହେତୁ ଟେନ୍‌ସନ ରହିଲେ ମଧ୍ୟ କାମ ଅଟକିବ ନାହିଁ । ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ । ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି । ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ପରିବାରରେ ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା କପିଳାସ ।

ସିଂହ – ଦିନଟି ଆପଣଙ୍କ ପାଇଁ ମାଧ୍ୟମ ଫଳ ପ୍ରଦାନ କରିବ । ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ମନକଥା ମନରେ ଗୋପନ ରଖି ଅନ୍ୟର ମନ ଜିଣିଲା ଭଳି କଥା କହି କାମ ହାସଲ କରିବେ । ନକ୍ଷତ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କ ଈର୍ଷା ଯୋଗୁଁ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆପଣ ଭାବିଥିବା କାମ ପୂରା ହୋଇପାରେ । ରାଜନୀତିରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ଯୋଗଦାନ କରି, ଲୋକ ପ୍ରିୟ ହୋଇପାରନ୍ତି । ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା – ଆପଣଙ୍କ ପରିବର୍ତ୍ତିତ ଦୃଷ୍ଟିକୋଣ ପରକ୍ଷଣରେ ଅନୁତାପର କାରଣ ହୋଇପାରେ । ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଈର୍ଷାଳୁ ବ୍ୟକ୍ତିଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଆଜି ଆପଣଙ୍କର ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ । କର୍ମକ୍ଷେତ୍ରରେ ଈର୍ଷା ଓ ଅସୂୟାଜନିତ ଶତ୍ରୁତା ଯୋଗୁଁ ସାମୟିକ ବିଚଳିତବୋଧ ହୋଇପାରନ୍ତି । ସନ୍ତାନଙ୍କ ସମସ୍ୟାକୁ ନେଇ ପରିବାରରେ ମତାନ୍ତରର ଆଶଙ୍କା ରହିଛି । ତଥାପି ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହା କି କରୁଥିବା କାମ ପାଇଁ ସାହାଯ୍ୟକାରୀ ହେବ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହନୁମାନ ।

ତୁଳା – ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବି ପାରନ୍ତି । ଧନସ୍ଥାନସ୍ଥ ଚନ୍ଦ୍ର ଏବଂ ସ୍ଵଗୃହୀ ଚତୁର୍ଥାଧିପ ହେତୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ପରିବର୍ତ୍ତିତ ସମୟ ଆପଣଙ୍କ ପାଇଁ ଦୁଃଶ୍ଚିନ୍ତା ସୃଷ୍ଟି କରିବାର ଆଶଙ୍କା ରହିଛି । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚ୍ୟାତପ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଋଣରୁ ମୁକ୍ତି ହେବା ପାଇଁ ଯୋଜନା କରିବେ କିନ୍ତୁ ପରିବାରରେ ଅଯଥା ଖର୍ଚ୍ଚ ହେବା ଯୋଗୁଁ ମନରେ ସରସତା ରହିବା ନାହିଁ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଅନ୍ୟଥା ଆପଣଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା – ଚନ୍ଦ୍ର ଓ ଶୁକ୍ରଙ୍କ ସ୍ଥାନସ୍ଥିତି ଆପଣଙ୍କ ଚିନ୍ତାଧାରା ଓ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରୀତିପ୍ରଦ ରହିବ କିନ୍ତୁ ଦୀର୍ଘ ସମୟର ପ୍ରତୀକ୍ଷା ମାନସିକ ଅଶାନ୍ତିର ମୂଳ କାରଣ ହେବ । ଆଜିର କାର୍ଯ୍ୟସାଧନ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆବଶ୍ୟକ ସ୍ଥଳେ ବନ୍ଧୁଙ୍କ ଠାରୁ ଧାରା କରଜ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ସକାଶେ ଉଦ୍ୟମ ଜାରି ରଖିବେ । ଯୋଗାଯୋଗ ମାଧ୍ୟମରେ ବାକ୍‌ ଅସଂଯମତା ଯୋଗୁଁ ସମ୍ପର୍କୀୟଙ୍କ ସହ ବ୍ୟାହତ ହେବାର ସମ୍ଭାବନା ରହିଛି । ଘରର ଇଷ୍ଟଦେବୀଙ୍କ ଠାରେ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ, ସମ୍ଭାବ୍ୟ ସଙ୍କଟରୁ ମୁକ୍ତି ମିଳିବ । ଶୁଭରଙ୍ଗ: ଲାଲ । ଆରାଧନା: ଚର୍ଚ୍ଚିକା ।

ଧନୁ – ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ । ନିଜର ଯୋଜନାମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ ଦେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ଡାକି ଆଣିପାରନ୍ତି । ପରିବାରରେ କେତେକ ସମସ୍ୟା ଦେଖା ଦେଇପାରେ । ଆର୍ଥିକ ଉନ୍ନତି ପାଇଁ ଚିନ୍ତା ପ୍ରକଟ କରି ପାରନ୍ତି । କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର – ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ମନର କଥା ମନରେ ରଖନ୍ତୁ; ସଫଳତା ପାଇବେ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବାରେ ସକ୍ଷମ ହେବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଯେତେ ଭଲ କାମ କଲେ ମଧ୍ୟ ପରିବାର ଭିତରୁ ସମାଲୋଚିତ ହେବାକୁ ପଡିବ । ଯେତେ ଭଲ କାମ କଲେ ମଧ୍ୟ ପରିବାର ଭିତରୁ ସମାଲୋଚିତ ହେବାକୁ ପଡିବ । ଥଣ୍ଡା ଜ୍ୱର ଜନିତ ରୋଗରେ ପୀଡା ବୃଦ୍ଧି ଘଟିବାର ଆଶଙ୍କା ରହିଛି । ବୈବାହିକ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କୁମ୍ଭ – ନିଜକୁ ସଂକୁଚିତ ମନେ କରିବେ । ପରିସ୍ଥିତିକୁ ସାମନା କରିବାରେ ଅଧୈର୍ଯ୍ୟ ହେବା ସହ ଅଯଥା ଗୁଡାଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି । ଆପଣଙ୍କର କାମ ମନ୍ଥର ଗତିରେ ପୂରା ହେବାର ସମ୍ଭାବନା ରହିଛି । ତଥାପି କର୍ମକ୍ଷେତ୍ରରେ ଦୁଃସାହାସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ । ବାଦ ବିବାଦ ଓ ମାଲିମକଦ୍ଦମା ଠାରୁ ଦୂରେଇ ରହିବା ଭଲ । କେତେକ ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

ମୀନ – ମନରେ ଧାର୍ମିକ ଭାବନା ଉଦୟ ହେବ । ଉଚ୍ଚରାଶିରେ ଚନ୍ଦ୍ର ଥିବାରୁ ଖୁସିମନରେ କାମ କରିବେ ଏବଂ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ଲାଘବ କରିବାରେ ସମର୍ଥ ହେବେ । ପ୍ରତିଟି କାମରେ ସଫଳତା ମିଳିବ । କିନ୍ତୁ କୈାଣସି କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଆଜି ଅଫିସରେ ଆପଣଙ୍କୁ ଗୁରୁ ଦାୟିତ୍ଵ ମିଳିପାରେ । ରାଗି ଯାଇଥିବା ଅବୁଝା ବନ୍ଧୁମାନଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଗୃହରେ କୌଣସି ଶୁଭକର୍ମ ବିଷୟରେ ଆଲୋଚନା କରିବେ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବା ସଙ୍ଗେ ସଙ୍ଗେ ସନ୍ତାନଙ୍କ ସଙ୍ଗେ ମଜା ମଉଜରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *