ମେଷ – ଆଜି ଆପଣ ନିଜ ପିୟଜନଙ୍କ ସହିତ ସାକ୍ଷାତ କରିବେ । ରେବତୀ ନକ୍ଷତ୍ର ସମସ୍ୟା ମଧ୍ୟରେ ଚଳିବା କାରଣକୁ ନେଇ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ । ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରେ କାମ ଗୁଡିକ ତ୍ବରିନ୍ଵିତ କରିବେ । ସାମାଜିକ କାର୍ଯ୍ୟରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ କରିବେ । ପରିବାରର ସୁସ୍ଥ ବାତାବରଣ ମନକୁ ଶାନ୍ତ ପ୍ରଦାନ କରିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।
ବୃଷ – କେତେକ କ୍ଷେତ୍ରରେ ମନ ଭଲ ରହିବ ନାହିଁ । ଭାଗ୍ୟସ୍ଥାନରେ ଶୁକ୍ର ଅବସ୍ଥା ଯୋଗୁଁ ମନୋରଞ୍ଜନ ପ୍ରତି ମନ ଆକର୍ଷିତ ହେବ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ଫଳରେ ସମସ୍ୟାର ଜାଲରେ ଛନ୍ଦି ହୋଇପାରନ୍ତି । ଚାକିରୀରେ ଭଲ ସମ୍ପର୍କ ରହିଥିବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ପୁରୁଣା ରୋଗରୁ ଅରାମ ମିଳିବ । ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ । ପତିପତ୍ନୀଙ୍କ ମଧ୍ୟରେ ସମ୍ୟକ ଯୁକ୍ତିତର୍କ ହୋଇପାରେ । ଶୁଭରଙ୍ଗ: ଆକଶିନୀଳ । ଆରାଧନା: ବାବା ଲିଙ୍ଗରାଜ ।
ମିଥୁନ – ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଧନିଷ୍ଠା ନକ୍ଷତ୍ର ବିଭିନ୍ନ କୌଶଳ ଅବଲମ୍ବନ କରି ଆର୍ଥିକ ସ୍ଥିତକୁ ମଜବୁତ କରିବ । କିନ୍ତୁ ପାରିବାରିକ ସ୍ତରରେ ଭୁଲ୍ ବୁଝାମଣା ଯୋଗୁଁ ମନରେ ଭିଭ୍ରାନ୍ତ ଲାଗି ରହିବ । ବିତିଯାଇଥିବା ଘଟଣାକୁ ଭୁଲି କାର୍ଯ୍ୟ କରନ୍ତୁ, ସଫଳତା ମିଳିବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । କର୍ମକ୍ଷେତ୍ରରେ ହଠାତ୍ କୌଣସି ଅସ୍ଵାଭାବିକ ଘଟଣା ମନକୁ ବିବ୍ରତ କରିପାରେ । ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ । ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ । ପାରିବାରିକ ସମସ୍ୟାରେ ଆପଣ ଯୁକ୍ତିଯୁକ୍ତ ମନ୍ତବ୍ୟ ଦେଇ ପ୍ରଶଂସିତ ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।
କର୍କଟ – ଆଜି ଆପଣ ଏମିତିହିଁ ଗପିବା ସମୟରେ ନିଜର ଶବ୍ଦଗୁଡ଼ିକୁ ବୁଝି ବିଚ଼ାରକରି କହିବେ । ଆପଣ କାହାକୁ କ`ଣ କହୁଛନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଶବ୍ଦଗୁଡ଼ିକୁ ବୁଲେଇ ଆପଣଙ୍କ ବିରୋଧରେ ବ୍ୟବହାର କରାଯାଇପାରେ । ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ ।ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତ ରହିବେ। ମିତ୍ର ତଥା ସମ୍ବନ୍ଧିମାନଙ୍କ ସହିତ ବୁଲିବାକୁ ଯିବାକୁ ଯୋଜନା ବନାଇବେ ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ,ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।
ସିଂହ:– ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ। ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ବିଦ୍ୟାରେ ଉନ୍ନତି ହେବ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।
କନ୍ୟା:– ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। ଚାକିରୀ ଜୀବିମାନେ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନେ ନୂତନବନ୍ଧୁଙ୍କୁପାଇ ଖୁସୀଅନୁଭବ କରିବେ। ପ୍ରତିଯୋଗିତା ପରିକ୍ଷାରେ ଉତ୍ତିର୍ଣ୍ଣହେବେ। ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ଗ୍ରହଣ କରନ୍ତୁ ନାହିଁ।
ତୁଳା – ସମସ୍ୟା ଭିତରେ ମାନସିକ ଦୁଶ୍ଚିନ୍ତା ବଢି ଚାଲିଥିଲେ ମଧ୍ୟ ଗୁରୁକ୍ଷେତ୍ରସ୍ଥ ଚତୁର୍ଥଚନ୍ଦ୍ର ଯୋଗୁଁ ଆପଣଙ୍କ ପରିବାର ଓ କର୍ମକ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ । ଆଜି ଅର୍ଥଲାଭ, ବନ୍ଧୁମିଳନ, ନୂତନ କର୍ମାରମ୍ଭ ପାଇଁ ସୁଯୋଗ ପାଇବେ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ । ଆଧ୍ୟାତ୍ମିକ ଭାବନାରେ ଉଦବୃଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । କିନ୍ତୁ ଆଜି ଆଧିକ ଖର୍ଚ୍ଚ ଯୋଗୁଁ ସାୟନ୍ତନରେ ମନ ବିଚଳିତ ହୋଇଉଠିବ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ଶ୍ରୀଗଣେଶ ।
ବିଛା – ମନରେ ସକାରାତ୍ମକ ଭାବନା ରଖନ୍ତୁ । ରବି କେନ୍ଦ୍ରକୋଣାଧିପ ଶନି ନକ୍ଷତ୍ରସ୍ଥ ହୋଇ ଷଡାଷ୍ଟକ ସ୍ଥିତିରେ ଥିବାରୁ ଆଲୋଚନାନୁଯାୟୀ କାର୍ଯ୍ୟସାଧନ କରିପାରିବା କଷ୍ଟକର ହେବ । ଅବଶ୍ୟ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିି ଅନୁଭବ କରିବେ । କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ପାଇବେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ରହିବ । ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ । ମୁହଁରେ ପ୍ରଶଂସା କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରାଜ ।
ଧନୁ – ଏହି ସପ୍ତାହରେ ଆପଣ ଦିନରାତି ପରିଶ୍ରମ କରି ବ୍ୟବସାୟରେ ଲାଭବାନ ହେବେ । ବୟୋଜ୍ୟୋଷ୍ଟଙ୍କ ଆଦେଶକୁ ପାଳନ କରିବା ନିହାତି ଜରୁରୀ ଅଟେ । ଯଦି ଆପଣ ବୟୋଜ୍ୟେଷ୍ଟଙ୍କ ଆଦେଶକୁ ଅବମାନନା କରି କୌଣସି ବିରୋଧୀ କାର୍ଯ୍ୟ କରନ୍ତି; ତେବେ ବିପଦର ସମ୍ମୁଖୀନ କରିବାକୁ ପଡିପାରେ । ସମ୍ପତ୍ତି କିଣିବା ପାଇଁ ଚଳିତ ସପ୍ତାହଟି ଭଲ ସମୟ ଅଟେ । ପରିବାର ସହିତ ମାଙ୍ଗଳିକ କାର୍ଯ୍ୟରେ ଲିପ୍ତ ରହିବେ । ବଡ ଭାଇ ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ମାଛକୁ ଖାଇବାକୁ ଦିଅନ୍ତୁ; ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅବିବାହିତ ମାନଙ୍କ ଜୀବନରେ ପ୍ରେମର ଆଶା ସଞ୍ଚାର ହେବାର ଯୋଗ ରହିଛି । ଛାତ୍ରମାନେ ପରୀକ୍ଷାର ଫଳାଫଳକୁ ନେଇ ନିରାଶ ହୋଇପାରନ୍ତି । ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।
ମକର ରାଶି : ବିନା କାରଣରେ ବିବାଦରୁ ଦୁରେଇ ରୁହନ୍ତୁ , ନିଜ ଲକ୍ଷ୍ୟ ଉପରେ କେନ୍ଦ୍ରିତ କରନ୍ତୁ , ଆଜି ଆପଣଙ୍କୁ ନିଜ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ରଖିବାକୁ ହେବ , କାରଣ ତାଙ୍କ ସ୍ୱାସ୍ଥ୍ୟ ବିଗଡିପାରେ , ଆଜି ବହୁତ କଥାବାର୍ତ୍ତା ମୁଡ୍ ରହିବ , ଓ ନିଜ କଥାକୁ ନିଜ ପାଖ ଲୋକଙ୍କୁ ହସାଇବା ରେ କାମ କରିବ , ଯେଉଁ କାମ ଅଟକିଛି , ତାହା ପାଇଁ ରାସ୍ତା ବାହାରିପାରେ , ଚାକିରିରେ କେଉଁ ଅତିରିକ୍ତ ଦାୟିତ୍ୱ ମିଳିପାରେ ।
କୁମ୍ଭ ରାଶି : ଆଜି ମାଂସାହାରରୁ ଦୁରେଇ ରୁହନ୍ତୁ , ବେକାର ଗତିବିଧିଗୁଡିକ ନିଜ ସମୟ ଓ ଉର୍ଜା ବର୍ବାଦ କରନ୍ତୁ ନାହିଁ , ବିର୍ତ୍ତିୟ ନିର୍ଣ୍ଣୟ ନେବା ସମୟରେ ନିଜ ଖର୍ଚ୍ଚକୁ ଧ୍ୟାନ ରଖନ୍ତୁ , ବିଦ୍ୟାର୍ଥିଙ୍କ ଗ୍ରହର ଅନୁକୁଳତା ଲାଭ ମିଳିବ , କେଉଁ ପୈତୃକ ସଂମ୍ପତ୍ତି ଉପରେ ବିବାଦ ଆସିପାରେ , ଆପଣଙ୍କ ପାଇଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ , ସାହାସ ଓ ବୁଦ୍ଧିମତା ରୁ ବିଗଡିଥିବା ସ୍ଥିତିକୁ ସଂମ୍ଭାଲିବାରେ ବହୁତ ପରିମାଣରେ ସଫଳତା ମିଳିପାରେ ।
ମୀନ୍ ରାଶି : ଆଜି ଆପଣଙ୍କୁ ଇଚ୍ଛା ବିରୁଦ୍ଧରେ କିଛି ଅତିରିକ୍ତ ଦାୟିତ୍ୱ ମିଳିପାରେ, ବେପାରରେ ଉନ୍ନତି ହେବ , ଆପଣଙ୍କୁ କିଛି ନୁଆ ଡିଲ୍ ମିଳିପାରେ, ଆପଣଙ୍କୁ କିଛି ଘଟଣାରେ ମୁଳ ଯାଏଁ ଯିବାକୁ ହେବ , କାମ କାର୍ଯ୍ୟରେ ଆପଣଙ୍କୁ ବ୍ୟସ୍ତତା ଓ କିଛି ଅତିରିକ୍ତ କାମ କରିବାକୁ ପଡିପାରେ, ଧୈର୍ଯ୍ୟଶିଳତା ରେ କମି ହେବ , କଥାବାର୍ତ୍ତାରେ ସଂୟମ ରଖନ୍ତୁ , ନିଜ ଭାବନାକୁ କଣ୍ଟ୍ରୋଲ୍ କରିବେ ତେବେ ଫାଈଦା ହେବ , ପ୍ରେମୀମାନଙ୍କ ପାଇଁ ଦିନ ଉତ୍ତମ ରହିବ ।