1 ମେ 2020 ରାଶିଫଳ – ଏହି ସବୁ ରାଶିଙ୍କ ଜୀବନରେ ଉଦୟ ହେବାକୁ ଜାଉଛି ଭାଗ୍ୟର ସୁର୍ଯ଼୍ୟ

rasi-phala

ମେଷ – ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ । ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ, କୌଣସି କାମ ଅଟକି ରହିବନାହିଁ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସହ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ । ପାରିପାର୍ଶ୍ୱିକ ସ୍ଥିତି କେତେକାଂଶରେ ବଦଳିଯିବା କାରଣରୁ ସାମାନ୍ୟ ଚିନ୍ତିତ ରହିପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ – ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହୋଇଯିବ । ରାହୁଙ୍କ କୁପ୍ରଭାବରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିବ । ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ । କର୍ମକ୍ଷେତ୍ରରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିବେ ଓ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ପାଇବେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଘରୋଇ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବା ହେତୁ ସାମୟିକ ଶାନ୍ତି ଲାଭ କରିବେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ । ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କର ସମାଲୋଚିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମିଥୁନ – ମନରୁ ନକରାତ୍ମକ ବାହାର କରନ୍ତୁ, ମନକୁ ଶାନ୍ତି ମିଳିବ । ଦୁର୍ବଳ ଚତୁୁର୍ଥାଧିପ ଷଷ୍ଠଭାଗ୍ୟାଧିପଙ୍କ ସହ ଅବସ୍ଥାନ କରି ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରିବେ । ଅନ୍ୟକୁ କଅଁଳେଇ କହି କାମ ହାସଲ କରିବା ସକାଶେ ଚେଷ୍ଟାକଲେ ଉପକୃତ ହୋଇପାର । ସେବା ଓ ପରୋପକା କାମରୁ, ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ମାନିତ ହେବେ । ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । ଅଭାବ ବଶତଃ ଇଚ୍ଛା ଥିଲେ ମଧ୍ୟ କୌଣସି ମନସ୍ଥ ଜିନିଷକୁ କିଣି ନ ପାରି ପସ୍ତେଇବେ । ପରିବାରରେ ବୟୋଜ୍ୟେଷ୍ଟଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି । କଥାବାର୍ତ୍ତା ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ – ସାମାନ୍ୟ ଚିନ୍ତିତ ରହିବେ । ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁଁ ପରିସ୍ଥିତି ଆପଣଙ୍କ ଚିନ୍ତାଧାରାକୁ ବିଗାଡି ଦେବା ଫଳରେ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ଵାର୍ଥହାନୀ ଆଶଙ୍କାରେ ଦୂରେଇ ଯିବେ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ । ଆନୁଷ୍ଠାନିକ କାମ, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବାଦ-ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ସ୍ତ୍ରୀଙ୍କ ପରାମର୍ଶ ମାନି ଚଳିଲେ ଲେତେକାଂଶରେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ସିଂହ – ମାନସିକ ଦୁଶ୍ଚିନ୍ତା ଦୂରହେବ, ସକାରତ୍ମକ ଭାବନା ସୃଷ୍ଟି ହେବେ । ଭାଗ୍ୟ ଏବଂ କର୍ମସ୍ଥ ଗ୍ରହ ଆପଣଙ୍କୁ ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରାଇ ଚେଷ୍ଟାସଫଳ ଦିଗରେ ଅନୁପ୍ରେରିତ କରିପାରନ୍ତି । ରାଶ୍ୟାଧିପତିଙ୍କ ଦୁର୍ବଳତା କାରଣରୁ ସ୍ଵାସ୍ଥ୍ୟ ବିଶେଷ ଭଲ ନ ରହିବା କାରଣରୁ ମନଟା କାହିଁକି କେମିତି ଭଲ ଲାଗିନପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା । ଋଣମୁକ୍ତି ପାଇଁ ଚିନ୍ତା କରିବେ । ପାରିବାରିକ ଜୀବନ ସୁଖମୟ ରହିବ । ବନ୍ଧୁ ମିଳିନ ସଙ୍ଗକୁ ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା – ସକାରାତ୍ମକ ଭାବନାରେ ମନ ଉର୍ତ୍ତଫୁଲ୍ଲିତ ରହିବେ ଏବଂ ଭାଗ୍ୟର ମଧ୍ୟ ପୂର୍ଣ୍ଣ ସହଯୋଗ ମିଳିବ । ଧନସ୍ଥାନରେ ଗୁରୁଚାନ୍ଦ୍ର ଯୋଗ ହେତୁ ଅର୍ଥଲାଭ, ସାମାଜିକ ସମ୍ମାନ ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ମଧ୍ୟ ସଫଳତା ପାଇପାରିବେ । କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ମନରେ ଶାନ୍ତି, ଭୟ ସତ୍ତ୍ୱେ ସମସ୍ତ କାର୍ଯ୍ୟରେ ଜୟ ହେବ । କୌଣସି ଜିନିଷ କ୍ରୟ କରିବା ସକାଶେ ସ୍ଥିର କରିପାରନ୍ତି । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ତୁଳା – ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ଚନ୍ଦ୍ର ସହିତ ରାଶିରେ ପାପଗ୍ରହମାନଙ୍କ ଦୃଷ୍ଟି ଅବଲୋକନ କରୁଥିବା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଗତକାଲିର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନପାରେ । ଅଫିସ୍‌ କାମରେ ବ୍ୟସ୍ତ ରହି ଆବଶ୍ୟକୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କଥାଟି ଭୁଲିଯାଇପାରନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ନିଜର ଦମ୍ଭ, ସାହାସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ବଳରେ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ପର କଥାକୁ ବିଶ୍ଵାସ କରି ଅଯଥା ପରିବାରରେ କଳହ ଉପୁଜିପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା – ନିଜ ଉପରେ ବିଶ୍ଵାସ ରଖନ୍ତୁ । ବୃହସ୍ପତିଙ୍କ ଦୁର୍ବଳତା ଓ ଶନି ସଂଯୋଗ କାରଣରୁ ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ । ସ୍ଥଗିତଥିବା କର୍ମଟି ପୂରଣ ହେବ । ଅବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଆକସ୍ମିକ ଭାବେ କୌଣସି ନୂତନ କାର୍ଯ୍ୟ ହାତକୁ ନେବାକୁ ସ୍ଥିର କରିପାରନ୍ତି । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ – ଭାବପ୍ରବଣତାର ଶିକାର ହୋଇ ନିଜେ ହିଁ କଷ୍ଟ ଅନୁଭବ କରିବେ । ଚତୁର୍ଥାଧିପ ପାପଗ୍ରହ ପ୍ରଭାବ ଯୋଗୁଁ ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ବିଷୟରେ ଅଯଥା ଚିନ୍ତା କରି ଅଶାନ୍ତି ଅନୁଭବ କରି ପାରନ୍ତି । ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ କିନ୍ତୁ ଅସଫଳ ହେବେ ନାହିଁ । ମନ ଭଲ ନ ଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ସରକାରୀ କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ କରିବେ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି । ଶାରୀରିକ ସୁସ୍ଥତା ଯୋଗୁଁ ମନ ଖୁସି ରହିବ । ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ । ଶୁଭରଙ୍ଗ: ଧଳା । ଆରାଧନା: ମଙ୍ଗଳା ।

ମକର – ଦିନଟି ପ୍ରେମଭାର ରହିବ । ରାଶିରେ ଚନ୍ଦ୍ରଥିବାରୁ ମାନସିକ ସ୍ତର ବହୁତ ଭଲ ରହିବ । ତଥାପି ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ । ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି କାରଣରୁ ପାଖ ମାଡିବେ ନାହିଁ । କିନ୍ତୁ ବନ୍ଧୁମାନଙ୍କ ସହାୟତାରେ ନିଶ୍ଚିତ ସମସ୍ୟା ମୂଳକ ଅସୁବିଧାରୁ ମୁକୁଳି ଯାଇପାରନ୍ତି । ସାୟାହ୍ନରେ ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ – ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ ଏବଂ ଲକ୍ଷ୍ୟ ପ୍ରାପ୍ତି ମଧ୍ୟ କରିପାରନ୍ତି । ଗ୍ରହମାନଙ୍କ ଶୁଭ ସଂସ୍ଥାନରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ ଓ ଆନୁଷଙ୍ଗିକ ସାହାଯ୍ୟର ମଧ୍ୟ ଅଭାବ ରହିବ ନାହଁ । କିନ୍ତୁ ସାଧାରଣ ଘଟଣାରେ ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଆର୍ଥିକ ସ୍ଥିତି ଠିକ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ନିଜ ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ପାଇ ଖୁସି ହେବେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

ମୀନ – ଅଯଥାରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ଶତ୍ରୁତା ସୃଷ୍ଟି କରିବ । ଅତୀତ କଥାକୁ ନେଇ ମନ ଭାରାକ୍ରାନ୍ତ ରହିବା ସହ ପାରିବାରିକ ପ୍ରତିରୋଧ ହେତୁ କାମ ଅଟକି ଯାଇପାରେ । ମୁଖଭାବରୁ ମଙ୍ଗଳ ଅଷ୍ଟମସ୍ଥ ହେତୁ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ପାରିବାରିକ ସ୍ତରରେ ନିଜ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଶୁଭ ଖବର ପାଇ ଖୁସୀ ହେବେ । ଗତକାଲିର ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତୁ, ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

Leave a Reply

Your email address will not be published. Required fields are marked *