9 ଅପ୍ରେଲ 2020 ଓଡିଆ ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ଆପଣଙ୍କୁ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ପାଇଁ ଚେଷ୍ଟା କରନ୍ତୁ । ଚନ୍ଦ୍ର ସମେତ ଶୁକ୍ର ଓ ଶନି ଅନୁକୂଳ ପରିବେଶରେ ଥିବାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇବେ । କର୍ମକ୍ଷେତ୍ର ବିଭିନ୍ନ ପ୍ରକାର ଘାତ ପ୍ରତିଘାତ ମଧ୍ୟ ଦେଇ ଗତି କରିବାକୁ ପଡିବ । ସହକର୍ମୀଙ୍କ ସହାନୁଭୂତି ଯୋଗୁଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାଗୁଡିକୁ ସମ୍ମୁଖୀନ କରିପାରିବେ ନାହିଁ, ଯାହାଫଳରେ ମନ ବିଭ୍ରାନ୍ତ ସୃଷ୍ଟି ହେବ । ପାରଷ୍ପରିକ ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବୃଷ – ଆଜି ନକରାତ୍ମକ ଚିନ୍ତଧାର ଠାରୁ ଦୂରେଇ ରୁହନ୍ତୁ । ଚନ୍ଦ୍ରଙ୍କ ସ୍ଥିତି ଭାଇ, ଭଉଣୀ, ପାଖ, ପଡୋଶୀ କିମ୍ବା ସହକର୍ମୀଙ୍କ ପ୍ରତି ସୁସମ୍ପର୍କ ହ୍ରାସ କରିପାରେ । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରି ପ୍ରଶଂସିତ ହେବେ କିନ୍ତୁ ଆଜି ପାଖ ପଡୋଶୀ କିିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଅର୍ଥକ ଅନଟନ ସମସ୍ତ ସମସ୍ୟାର କାରଣ ସାଜିପରେ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମଧ୍ୟାହ୍ନରେ ସମ୍ୟକ ମୁଣ୍ଡବ୍ୟଥା, ପେଟ ଜନିତ କିଛି ସମସ୍ୟା ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ – ଅତୀତର ଘଟଣାକୁ ଭୁଲି, ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଶନିଙ୍କ ଦୃଷ୍ଟିଜନିତ ଆପଣ କୌଣସି ବନ୍ଧୁଙ୍କ ସହ ମତାନ୍ତର ହେତୁକ ଅଶାନ୍ତ ରହିପାରନ୍ତି । ଆର୍ଥିକ ପରିସ୍ଥିତିରେ କୌଣସି ସୁଧାର ଆସିବର ନାହିଁ । ଚାକିରୀ କରୁଥିବା କର୍ମଜୀବିମାନେ ନିଷ୍ଠାର ସହିତ ନିଜ କାର୍ଯ୍ୟ ସମ୍ପାଦନ କରିବେ । ଆପଣଙ୍କ କାର୍ଯ୍ୟରେ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସିତ ହେବେ । ପରିବାରରେ ସ୍ତ୍ରୀ କିମ୍ବା ସ୍ଵାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

କର୍କଟ – ଚିତ୍ତପ୍ରସନ୍ନ ରହିବ ଏବଂ ସର୍ବକାର୍ଯ୍ୟ ସିଦ୍ଧି ହେବ । ଗ୍ରହମାନଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ସିଂହ – ବିଭିନ୍ନ ସମସ୍ୟା ବିଜଡିତ ରହିବା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ । ପ୍ରତ୍ୟେକ କାମ ବାଧାବିଘ୍ନ ଉତ୍ପନ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିଦ୍ଵେଷ ମନୋଭାବ କାର୍ଯ୍ୟ କରିବାର ଇଚ୍ଛା ଶକ୍ତିକୁ ମନ୍ଥର କରିଦେବ । ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ପ୍ରଶଂସା ବଦଳରେ ଅପମାନିତ ହେବାକୁ ପଡିବ । ଆର୍ଥିକ ସ୍ଥିତି ମଧ୍ୟ ଅତି ଶୋଚନୀୟ ହୋଇପାରେ । ବନ୍ଧୁ, ମିତ୍ର କିମ୍ବା ନିକଟ ସମ୍ପର୍କୀୟଙ୍କ ଠାରୁ ଧାର କରଜ କରିବାକୁ ପଡିବ । ପାରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଜର ଚତୁଃପାର୍ଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା – ଦେବଦେବୀଙ୍କୁ ଆରାଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ଓ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । କର୍ମଭାବସ୍ଥ ରାହୁଙ୍କ ଉପସ୍ଥିତି ଯୋଗୁଁ ଆଜି ଆପଣ ସୁଯୋଗ ପାଇଲେ ମଧ୍ୟ ତାହାର ସଦ୍‌ବ୍ୟବହାର ଠିକ ଭାବରେ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ଵାରା ଅର୍ପଣ କରାଯାଇଥିବା କାର୍ଯ୍ୟ ସମ୍ପାଦନ କରିବା କାଠିକର ପାଠ ହେବ । ରାଜନୀତିରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ପରିବାର ମଧ୍ୟରେ ଭାତୃବିବାଦ ଦେଖାଦେଇ ପାରେ । ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହରପାର୍ବତୀ ।

ତୁଳା – ଆଜି କୌଣସି ସମସ୍ୟାକୁ ନେଇ ବିଚଳିତ ହୋଇପାରନ୍ତି । ଚନ୍ଦ୍ର ପାପଗ୍ରହ ଦୃଷ୍ଟିରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖନ ହେବାକୁ ପଡିବ । ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ, ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ରାଜନୈତିକ ଆଲୋଚନା କ୍ଷେତ୍ରରେ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବାର ସୂଚନା ରହିଛି । ଅବହେଳା ଜନିତ ସ୍ଵାସ୍ଥ୍ୟ ସମସ୍ୟା ମନବଳକୁ ଦୁର୍ବଳ କରିପାରେ । ଛୋଟିଆ ଛୋଟିଆ କଥାକୁ ଗୁରୁତ୍ଵ ଦେଲେ ଅଯଥାରେ ପରିବାର ମଧ୍ୟ ଅଶାନ୍ତିର ଝଡ ସୃଷ୍ଟି ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଙ୍ଗଳା ।

ବିଛା – ଭଗବାନଙ୍କୁ ଆରୋଧନ କରନ୍ତୁ ମନକୁ ଶାନ୍ତି ମିଳିବ । ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁଁ ଅତୀତ ସ୍ମୃତି ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରି ମାନସିକ ସ୍ଥିତିକୁ ଚିନ୍ତିତ କରାଇପାରେ । ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ମନ ବିଚଳିତ ରହିବ । ଆପଣଙ୍କୁ ଶତ୍ରୁମାନଙ୍କ ଠାରୁ ଦୁରେଇ ରହିବା ଉଚିତ୍ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଆତ୍ମୀୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଆଜି କୌଣସି ଖୁସି ଖବର ପାଇବାର ଆଶା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ, ରୋମାଞ୍ଚକର ରହିବା । ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା ସନ୍ତାନଙ୍କ ସମସ୍ୟା ଦୂର କରିବାରେ ସଫଳ ହେବ । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ଅନ୍ୟପକ୍ଷରେ ଅଫିସରେ ଅତ୍ୟଧିକ କାର୍ଯ୍ୟ ମନକୁ ବିଭ୍ରାନ୍ତ କରିଦେବ । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେବ । ଆତ୍ମୀୟ ସ୍ଵଜନଙ୍କ ସହାନୁଭୂତିରୁ କେତେକ ସମସ୍ୟା ଲାଘବ ହୋଇପାରେ । ପାଖ, ପଡୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ମକର – ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଅଷ୍ଟମସ୍ଥଗ୍ରହ ବିଭିନ୍ନ ଦିଗରୁ ସଫଳତାର ବାର୍ତ୍ତା ଯୋଗାଇବ । ପ୍ରତିଟି କାର୍ଯ୍ୟରେ ସକାରତ୍ମକ ଫଳ ପାଇବେ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ପୂର୍ବ ଅପେକ୍ଷା ସ୍ଵାସ୍ଥ୍ୟରେ ଉନ୍ନତି ଘଟିବ । ପାରିବାରିକ କ୍ଷେତ୍ରରେ କେତେକ କାରଣରୁ ସମସ୍ୟା ଉପୁଜିପାରେ । କିନ୍ତୁ ଆପଣ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ – ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ଚତୁର୍ଥକେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରେ ପାରସ୍ପରିକ ସହମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ । ଭିନ୍ନ ପ୍ରକାରର ବିଳାସବ୍ୟସନର ସୁଯୋଗ ପାଇଲେ ମଧ୍ୟ ତାହା ଉପଭୋଗ ଯୋଗ୍ୟ ହୋଇନପାରେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ସମୟ ଦେବେ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ । ଅଯଥା ବିରକ୍ତି ପ୍ରକାଶ ନ କରି ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ପାଇବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ – ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । କର୍ମକ୍ଷେତ୍ରର କୌଣସି ନିକଟତମ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରଙ୍କ ପରି ବ୍ୟବହାର କରିବେ । ଆର୍ଥିକ ସ୍ଥିତି ସାମାନ୍ୟ ଭଲ ରହିବ । ଯୁକ୍ତିତର୍କ, ବାଦବିବାଦରେ ସକାରାତ୍ମକ ଫଳ ପାଇବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *