7 ଅପ୍ରେଲ 2020 ମଙ୍ଗଳବାର ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ସକାରାତ୍ମକ ଭାବନାରେ ରହନ୍ତୁ, ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଗୁରୁଦୃଷ୍ଟି ଯୋଗୁଁ ଆପଣ ଲକ୍ଷ୍ୟ ହାସଲରେ କୃତକାର୍ଯ୍ୟ ହେବେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ସମସ୍ୟା ସୃଷ୍ଟିକରିବ । ସ୍ଥଗିତ ଥିବା କାର୍ଯ୍ୟରେ ସଫଳତା ମିଳିବ । ପଦାଧିକାରୀଙ୍କ ଚାପ କିମ୍ବା ଗୁରୁଦାୟିତ୍ୱ ଫଳରେ କର୍ମକ୍ଷେତ୍ରରେ କାର୍ଯ୍ୟ ବୃଦ୍ଧି ପାଇପାରେ । ଗୁପ୍ତ ଶତ୍ରୁମାନେ ଆପଣଙ୍କର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । କିନ୍ତୁ ଜଣେ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ । ସନ୍ଧ୍ୟା ସୁଦ୍ଧା ଆପଣ କିଛି ଭଲ ଖବର ପାଇପାରିବେ । ପାରିବରରେ ସୁଖଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ବୃଷ – ଆଜି ଆପଣ ପୁରା ଦିନ ହସଖୁସି ଓ ଆନନ୍ଦରେ ବିତାଇବ । ଷଷ୍ଠାଧିପତି ଚନ୍ଦ୍ର ରାଶିରେ ରହୁ ଥିବାରୁ ଋଣ ପରିଶୋଧ କରିବା ସକାଶେ ଦୁଃଶ୍ଚିନ୍ତା ଲାଗିରହିବ । ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁତ କଷ୍ଟ ସହିବାକୁ ପଡିବ । କାରବାରରେ ବିସ୍ତାର କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ । ଧୈର୍ଯ୍ୟହରା ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇ ପାରନ୍ତି । ଜଣେ ଅଜଣା ବ୍ୟକ୍ତିଙ୍କ ସହୟତାରୁ ଉପକୃତ ହେବେ । ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ମିଥୁନ – ଆଜି ଆପଣଙ୍କ କାହାରିକୁ ବିଶ୍ଵାସ କରନ୍ତୁ ନାହିଁ । ନୀଚ୍ଚାଂଶଗତ ଶୁକ୍ର ଓ ମଙ୍ଗଳ ପ୍ରଭାବରେ ବହୁତ ଦିନର ସୁସମ୍ପର୍କ ବାଧାପ୍ରାପ୍ତ ହେବ । କିନ୍ତୁ ଆପଣ ପରିସ୍ଥିତି ଯାହା ହେଉ ନା କାହିଁକି, ଆଜି ଯେ କୈାଣସି ପ୍ରକାରେ ସମସ୍ତ କାମ ଶେଷ କରିବାକୁ ଚେଷ୍ଟିତ କରିବେ । ଅବଶ୍ୟ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଚାକିରି କୁରୁଥିବା କର୍ମଜୀବିମାନେ ଦାୟିତ୍ଵର ଜାଲରେ ଛନ୍ଦି ହୋଇପାରନ୍ତି । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେ ରୁହନ୍ତୁ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ଦୋଷାରୋପ କରିପାରନ୍ତି । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ମଙ୍ଗଳ ଶୁଭଭାବରେ ରହିଥିବା ଯୋଗୁଁ ମାଙ୍ଗଳିକ କାର୍ଯ୍ୟ ଯେପରି କି ଜନସେବାରେ ନିଜକୁ ନିୟୋଜିତ କରାଇବେ ଓ ସମାଜରେ ସମ୍ମାନିତ ହେବେ । କାର୍ଯ୍ୟକାରିତା ଉପରେ ଧ୍ୟାନକୁ ସାମାନ୍ୟ ବୃଦ୍ଧି କରିବାର ଆବଶ୍ୟକତା ଅଛି । ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସିତ ହେବେ । ନେତା ଆପଣଙ୍କୁ କିଛି ବଡ଼କାର୍ଯ୍ୟ କରିବାର ସୁଯୋଗ ମିଳିବ । ଯେକୌଣସି କ୍ଷେତ୍ରରେ ମଧ୍ୟ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ନାହିଁ । ଖର୍ଚ୍ଚ ଉପରେ ଲଗାମ ଦିଅନ୍ତୁ । ପାରିବାରିକ ସ୍ଥିତିରେ ସୁଦୃଢ ରହିବ । କିନ୍ତୁ ସନ୍ତାନଙ୍କ ବ୍ୟବହାରକୁ ନେଇ ଚିନ୍ତା ରହିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିମଳା ।

ସିଂହ – ବିଭିନ୍ନ ସମସ୍ୟା ବିଜଡିତ ରହିବା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ । ପ୍ରତ୍ୟେକ କାମ ବାଧାବିଘ୍ନ ଉତ୍ପନ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିଦ୍ଵେଷ ମନୋଭାବ କାର୍ଯ୍ୟ କରିବାର ଇଚ୍ଛା ଶକ୍ତିକୁ ମନ୍ଥର କରିଦେବ । ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ପ୍ରଶଂସା ବଦଳରେ ଅପମାନିତ ହେବାକୁ ପଡିବ । ଆର୍ଥିକ ସ୍ଥିତି ମଧ୍ୟ ଅତି ଶୋଚନୀୟ ହୋଇପାରେ । ବନ୍ଧୁ, ମିତ୍ର କିମ୍ବା ନିକଟ ସମ୍ପର୍କୀୟଙ୍କ ଠାରୁ ଧାର କରଜ କରିବାକୁ ପଡିବ । ପାରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଜର ଚତୁଃପାର୍ଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା – ଦେବଦେବୀଙ୍କୁ ଆରାଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ଓ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । କର୍ମଭାବସ୍ଥ ରାହୁଙ୍କ ଉପସ୍ଥିତି ଯୋଗୁଁ ଆଜି ଆପଣ ସୁଯୋଗ ପାଇଲେ ମଧ୍ୟ ତାହାର ସଦ୍‌ବ୍ୟବହାର ଠିକ ଭାବରେ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ଵାରା ଅର୍ପଣ କରାଯାଇଥିବା କାର୍ଯ୍ୟ ସମ୍ପାଦନ କରିବା କାଠିକର ପାଠ ହେବ । ରାଜନୀତିରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ପରିବାର ମଧ୍ୟରେ ଭାତୃବିବାଦ ଦେଖାଦେଇ ପାରେ । ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହରପାର୍ବତୀ ।

ତୁଳା – ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଶୁକ୍ରଙ୍କ ସୁପ୍ରଭାବରୁ ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଚିନ୍ତିତ ରହିବେ । ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପାରିବାରିକ ଜୀବନରେ ଅସ୍ଥିରତା ସୃଷ୍ଟି କରିପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡିବାର ଆଶଙ୍କା ରହିଛି । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳାର ଅଭାବ ଦେଖାଦେବ କିନ୍ତୁ ଦୀର୍ଘ ଦିନରୁ ଭଟ୍ଟା ପଡିଥିବା ସମ୍ପର୍କ ପୁନଃ ସ୍ଥାପିତ ହେବାର ଆଶା ରହିଛି । ଚକ୍ଷୁପୀଡା ପ୍ରତି ସତର୍କତା ଅବଲମ୍ବନ କରିବେ । ପିଲାମାନଙ୍କ କାର୍ଯ୍ୟପ୍ରତି ଦୃଷ୍ଟି ରଖିବା ଉଚିତ୍ ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ମଙ୍ଗଳା ।

ବିଛା – ମନରେ ଆତ୍ମବିଶ୍ୱାସ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ । ମୁଖଭାବସ୍ଥ କେତୁ ଆପଣଙ୍କ ମନର ଭାବନାକୁ ଉପସ୍ଥାପନା କରିବାକୁ ଦେବ ନାହିଁ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଳରେ ଲୋକଙ୍କୁ ଜାଗ୍ରତ କରାଇବେ । ଉଚ୍ଚପଦସ୍ଥ ଅଫିସରଙ୍କ ନିକଟରେ ମନର ଭାବନାକୁ ଠିକ ଭାବରେ ପ୍ରକାଶ କରିପାରିବେ ନାହିଁ । ରାଜନୈତିକ କ୍ଷେତ୍ରରେ ଦଦୁଲ୍ୟମାନ ପରିସ୍ଥିତି ସୃଷ୍ଟିହେବ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ଖର୍ଚ୍ଚରେ ଲଗାମ ଦିଅନ୍ତୁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ଧନୁ – ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଚନ୍ଦ୍ର କେନ୍ଦ୍ରରେ ଓ ରାଶିର ନବମରେ ଶନି ଥିବାରୁ ଆପଣ ମାଙ୍ଗଳିକ କାର୍ଯ୍ୟରେ ନିୟୋଜିତ ହେବେ । ଦୀର୍ଘଦିନରୁ ଆଶା କରିଥିବା ଦିଗରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ପାଇଁ ଚେଷ୍ଟା କରିବେ । ଆନୁଷ୍ଠାନିକ ଅଥବା ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦୂରେଇ ଯିବ କିନ୍ତୁ ଦାୟିତ୍ଵ ବୃଦ୍ଧି ହୋଇପାରେ । ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ । ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ପ୍ରେମ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର – ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟଧରି କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ମନରେ ଭାବିଥିବା କାମଟିକୁ ପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଅଫିସର ସ୍ଥିତି ବାତାବରଣ ମନକୁ ଆଶ୍ଵସ୍ତି ପ୍ରଦାନ କରିବ । ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ପଦଧିକାରୀ, ବରିଷ୍ଠ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ସମୟରେ ନିଜ ବାକ୍-ସଂଯମତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ପରିବାରରେ ମିତ୍ର, ଭାଇ ଓ ବୟୋଜ୍ୟେଷ୍ଟଙ୍କ ସହ ମଧୁର ସମ୍ପର୍କ ରହିବ । ପରିବାରରେ ଲାଗି ରହିବା ସମସ୍ୟା ପାଇଁ ଜଣେ ଭାତୃ ସମ୍ପର୍କୀୟ ସାହାଯ୍ୟ କରିବେ ଓ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । ଯାହାଫଳରେ ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ପରିବେଶ ମଧ୍ୟ ହସଖୁସି ବିତାଇବେ । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ – ଆପଣଙ୍କର ସରଳ ସ୍ଵଭାବ ଗୁଣ ଅନ୍ୟକୁ ସାହାଯ୍ୟ କରିବେ କିନ୍ତୁ ଅଭାବ ଅସୁବିଧା ବଶତଃ ଧାର କରିବାକୁ ପଡିପାରେ । ଚନ୍ଦ୍ରଙ୍କ ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆବଶ୍ୟକତା ପୂରଣ କରିବାରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବେ । ଦୀର୍ଘଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ । ସମାଜରେ ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ, ଆପଣଙ୍କ ଭଲ ହେବ । ପରିବାରରେ କୌଣସି କଥାକୁ ଗୁରୁତ୍ଵର ସହ ଆଲୋଚନା କରି ଦ୍ଵନ୍ଦ ଉପୁଜିପରେ, ଯାହାଫଳରେ ଆପଣଙ୍କ ମନ ଅଶାନ୍ତି ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ – ଆଜି ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତି ଅତ୍ୟନ୍ତ ଭଲ ରହିବ । ଆଜିର ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ତଥାପି ଧାରା କରଜ କରିବାକୁ ପଡିବ ନାହିଁ । ଆବଶ୍ୟକତା ଅନୁଭବ କରି ନୂତନ ଗୃହୋପକରଣ କ୍ରୟ କରିପାରନ୍ତି । ଗୁପ୍ତ ଶତୃମାନେ ଆପଣଙ୍କ ବିରୋଦ୍ଧରେ ଷଡଯନ୍ତ୍ର କରିପାରନ୍ତି । ପ୍ରେମରେ ନିରାଶ ହେବାକୁ ପଡିବ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି । ସାମାଜିକ କାର୍ଯ୍ୟରେ ଭାଗ ନେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *