5 ଅପ୍ରେଲ 2020 ଓଡିଆ ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ଶନିମଙ୍ଗଳ ସହଯୋଗରୁ ସ୍ଵାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । କର୍ମକ୍ଷେତ୍ରରେ ସତର୍କ ଅବଲମ୍ବନ ନ କରିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିଲେ ମଧ୍ୟ ଖର୍ଚ୍ଚର ପରିମାଣ ଅଧିକ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ବୃଷ – ମନରେ ଦୃଢ ବିଶ୍ୱାସ ରଖନ୍ତୁ; ସମସ୍ତ କାର୍ଯ୍ୟ ଠିକ ଭାବରେ ସମ୍ପାଦାନ ହେବ । ବିଳାସକାରକ ଗ୍ରହ ପ୍ରଭାବରେ ଖୁସୀ ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ । ଶନିଙ୍କ ପ୍ରଭାବରେ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିବ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝମେଲା ଆସିପାରେ । ଆପଣଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

ମିଥୁନ – ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । ରାଶିରେ ରହୁର ଅବସ୍ଥାନ ଯୋଗୁଁ ଅର୍ଥ ହାନୀ, ସମଯରେ ସମାଜରେ ସମ୍ମାନ କ୍ଷୁର୍ଣ୍ଣ, କର୍ମକ୍ଷେତ୍ରରେ ଅପମାନିତ ହେବାର ସମ୍ଭାବନା ରହିଛି । ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଆପଣଙ୍କ ସ୍ଵଭବା ଓ ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟ ପାଇଁ କୈଫତ୍ ଦେବାକୁ ପଡିବ । ଆଲୋଚନା ବୈଠକରେ ନିରତ ସତ୍ୟ କଥା କହି ସମସ୍ତଙ୍କ ଶତ୍ରୁ ହେବେ । କଳା, ସାହିତ୍ୟ, ସଂସ୍କୃତି, ଆନୁଷ୍ଠାନିକ କାମରେ ଉନ୍ନତି କରିବେ । ବନ୍ଧୁମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି । ଅପରାହ୍ନ ସମୟରେ ଅର୍ଥ ହାନୀର ସମ୍ଭାବନା ରହିଛି । ସହଧର୍ମୀଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

କର୍କଟ – ଆଜି ପ୍ରତ୍ୟେକ ଦିଗରୁ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପର୍ଣ୍ଣ କରିପାରିବେ । ରାଶିରେ ଏକାଧିକ ଗ୍ରହ ଓ ରାଶ୍ୟାଧିପତିଙ୍କୁ ଅବଲୋକନ ଫଳରେ ଶାରୀରିକ ସୁସ୍ଥତା ଅନୁଭବ କରିବେ । ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ । ସାମାଜିକ ସ୍ତରରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେବେ । ପରିବାରର ଆବଶ୍ୟକତାକୁ ଉପଲବ୍ଧତ୍କରି ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା ହେତୁ ମନୋବଳ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ସିଂହ – ସୃଜନଶୀଳ ମନୋଭାବରୁ ଦିନଚର୍ଯ୍ୟା ଆରମ୍ଭ ହେବ । କେନ୍ଦ୍ରକୋଣାଧିପ ମଙ୍ଗଳ ସ୍ଵଗୃହୀ ହେତୁ କେଉଁ କାର୍ଯ୍ୟ ହାତ ନେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ଆପଣ ନିଜ ଯୋଜନାକୁ ଗୁପ୍ତ ରଖନ୍ତୁ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଅଫିସର ସୁସ୍ଥ ବାତାବରଣ ଆପଣଙ୍କୁ ଖୁସି କରାଇବା ସଙ୍ଗେ ସଙ୍ଗେ ମନରେ କାର୍ଯ୍ୟ କରିବାର ମନୋବୃତ୍ତିକୁ ଦୃଢ କରାଇବ । ସାହିତ୍ୟ, ସଂଗୀତ, କଳା, ପ୍ରତି ରୁଚି ବଢିବ । ପରିବାରରେ ସୃଷ୍ଟି ହୋଇଥିବା ଛୋଟିଆ ଛୋଟିଆ ବିବାଦକୁ ଗୁରୁତ୍ଵ ଦିଅନ୍ତୁ ନାହିଁ, ଅନ୍ୟଥା ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା – ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ଅଷ୍ଟମାଧିପତିଙ୍କ କ୍ରୁରଦୃଷ୍ଟି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବାଧାବିଘ୍ନ, ପ୍ରତିବନ୍ଧକ ସୃଷ୍ଟି କରିବ । ଦୀର୍ଘ ମିଆଦି ଯୋଜନାରେ ସଫଳତା ହାସଲ କରିବାରେ କଷ୍ଟସାଧ୍ୟ ହେବ, ଯେଉଁଥି କାରଣରୁ ସାମୟିକ ମନ ଭଲ ରହି ନ ପାରେ । କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ଅଫିସରେ ବାତାବରଣ ଅନୁକୂଳ ରହିବ । ସହକର୍ମୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯାଇପାରେ । ନିକଟ ସମ୍ପର୍କୀୟ ସ୍ଵାର୍ଥ ସାଧନ ପରିପ୍ରେକ୍ଷୀରେ ଆପଣଙ୍କ ପାରିବାରିକରେ ସମସ୍ୟା ସୃଷ୍ଟି ହୋଇପାରେ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଅମ୍ବିକା ।

ତୁଳା – ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ରହିବ । ବୃହସ୍ପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଅଟକି ରହିଥିବା କାମଗୁଡ଼ିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ । ଆର୍ଥିକ ସ୍ଥିତି ସୁଧାର ମଧ୍ୟ ଆସିବ । ସାମାଜିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ଅଶାନ୍ତିକୁ ଦୂରେଇ ଯିବା କାରଣରୁ ମନ ଉଲ୍ଲସିତ ରହିବ । ଆପଣଙ୍କ କଠୋର ବାକ୍ୟାଳାପ ବନ୍ଧୁଙ୍କ ମନକୁ ଦୁଃଖିତ କରିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ସୂର୍ଯ୍ୟଦେବ ।

ବିଛା – ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ହେବ । ରାଶିରେ ସ୍ଵଗୃହୀ ରାଶ୍ୟାଧିପ ଥିବା ଯୋଗୁଁ ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ହେବ ନାହିଁ, ଜାରି ରଖିଥିବା ଚେଷ୍ଟାରେ ନିଷ୍କିତ ସଫଳତା ପାଇବେ, ଋଣସୂତ୍ର ମାଧ୍ୟମରେ ଅର୍ଥଲାଭ କରିବେ । ଆପଣଙ୍କ ତର୍କ ଶକ୍ତି ଆଜି ଅନ୍ୟମାନଙ୍କୁ ପସନ୍ଦ ହେବ । ଅଫିସରେ କାର୍ଯ୍ୟଭାର ଅଧିକ ଯୋଗୁଁ ସମ୍ୟକ ମନ ବିଚଳିତ ରହିବ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, କୌଣସି କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦୋଷ ଦେଇପାରନ୍ତି । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ପରିବାର ସହିତ ହସଖୁସିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ସନ୍ତୋଷୀମାତା ।

ଧନୁ – ଆପଣଙ୍କ ଅନ୍ତରାତ୍ମା ପ୍ରଖର ରହିବ । କର୍ମାଧିପତିଙ୍କ ଶୁଭତ୍ୱ ଏକାଧାରରେ ପରିବାର ଓ କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିରଖିବ । କିନ୍ତୁ ପରୋକ୍ଷ ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ । କୋଣଭାବସ୍ଥ ବୃହସ୍ପତି ସନ୍ତାନଙ୍କ ସମସ୍ୟା କିମ୍ବା ବିବାଦୀୟ ମନ୍ତବ୍ୟଜନିତ କଳହକୁ ନିମନ୍ତ୍ରଣ କରିପାରନ୍ତି । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ କାର୍ଯ୍ୟ ହେବ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନଚେତ ପରିଣାମ ଭବିଷ୍ୟତରେ ଭୋଗିବାକୁ ପଡିପାରେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ହନୁମାନ ।

ମକର – ଆଜି ଆପଣ ନିଜକୁ ଖୁବ୍‌ ଉର୍ଜବାନ ଅନୁଭବ କରିବେ । ରାଶିରେ ଶୁକ୍ର ରହିଥିବାରୁ ଭୋଗବିଳାସ ପ୍ରତି ଆକର୍ଷିତ ହେବେ । ଆର୍ଥିକ ସ୍ଥିତି ଭଲ ରହିବ । ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିବା ଦ୍ୱାରା କଷ୍ଟ ପାଇବେ । ସ୍ଵାସ୍ଥ୍ୟ ଠିକ୍‌ ଓ ସତେଜ ରହିବ । ମାନସିକ ରୂପରେ ପ୍ରସନ୍ନତା ରହିବ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ – ଦିନଟି ଆପଣଙ୍କ ଲାଗି ନୂଆ ସମ୍ଭାର ନେଇ ଆସିଛି । ବୁଧ ପ୍ରଭାବରେ କର୍ମକ୍ଷେତ୍ରର ବିବଦମାନ ସ୍ଥିତି କେତେକାଂଶରେ ସମାଧାନ ଦିଗକୁ ଗତି କରିବ । ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣିବେ । ଅଫିସରେ ସହକର୍ମୀଙ୍କ ବ୍ୟବହାରରେ ମନ କ୍ଷୁବ୍ଧ ହେବେ ଓ କାର୍ଯ୍ୟ କରିବାର ଆଗ୍ରହ କମିଯିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସାଧାରଣ କଥାକୁ କେନ୍ଦ୍ର କରି ଭାଇ ବା ପଡ଼ୋଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କକୁ କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ । ପରିସ୍ଥିତିକୁ ଆଖି ଆଗରେ ରଖି ଉପସ୍ଥିତି ବୁଦ୍ଧି ପ୍ରୟୋଗ କରିପାରିଲେ କାର୍ଯ୍ୟ ସାଧନ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ମୀନ – ମନରେ ଭଗବାନଙ୍କ ପ୍ରତି ବିଶ୍ଵାସ ରଖନ୍ତୁ । ରାଶିରେ ଏକାଧିକ ପାପଗ୍ରହ ରହିଥିବା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ବିବାଦୀୟ ଘଟଣାର ସମ୍ମୁଖୀନ ହେବାକୁ ପଡିବ । ଭାବପ୍ରବଣତାବଶତଃ ନିଜର ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନହାନି ଘଟିପାରେ । ଅପ୍ରିୟ ସତ୍ୟ ଭାଷଣରୁ କର୍ମକ୍ଷେତ୍ରରେ ସମସ୍ୟାରେ ପଡ଼ି ଅପଦସ୍ଥ ହୋଇପାରନ୍ତି । ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ବାକ୍‌ ଅସଂଯମତା ଯୋଗୁଁ ପରିବାରରେ ମଧ୍ୟ ଝଡ ସୃଷ୍ଟି ହୋଇପାରେ । କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

Leave a Reply

Your email address will not be published. Required fields are marked *