29 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ପୁରୁଣା ବିବାଦର ସମାଧାନ ହୋଇପାରେ କିନ୍ତୁ ରାଶିରେ ରାହୁ ସହ ଚନ୍ଦ୍ରଙ୍କ ସଂଯୋଗ ଯୋଗୁଁ ପାରିବାରିକ ଜୀବନରେ ଅଯଥାରେ ଜଡ ସୃଷ୍ଟି ହୋଇପାରେ । ପରିବାରର ବରିଷ୍ଠ ସଦସ୍ୟଙ୍କ ଦ୍ଵାରା ପାରିବାରିକ ସମସ୍ୟାର ସମାଧାନ ହୋଇପାରିବ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଉଥିବାରୁ ଅର୍ଥ ସଂକଟ ସଙ୍ଗକୁ ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତି ମାନସିକ ମନରେ ବ୍ୟାହତ ସୃଷ୍ଟି କରିପାରେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ସରକାରୀ ଚାକିରିଆଙ୍କୁ ଅଧିକ ଦାୟିତ୍ଵ ମିଳିପାରେ ଓ କାର୍ଯ୍ୟଭାର ମଧ୍ୟ ଅଧିକ ରହିବ । ବନ୍ଧୁଙ୍କ ସହିତ କୌଣସି ବିଷୟକୁ ନେଇ ଚର୍ଚ୍ଚା କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ବୃଷ – ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ । ରାଶିରେ ଶୁକ୍ରଙ୍କ ଅବସ୍ଥାନ ଯୋଗୁଁ ସ୍ଵାସ୍ଥ୍ୟ ଭଲ ରହିବ କିନ୍ତୁ କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ନେଇ ଚିନ୍ତିତ ରହିପାରନ୍ତି । କେତେକ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇଁ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରିବେ । ବନ୍ଧୁ ଓ ପଡୋଶୀ ମାନଙ୍କ ସାହାଯ୍ୟ, ସହାନୁଭୂତି ନିଶ୍ଚୟ ଲାଭ କରିବେ ଓ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ଆଜି ପରିବାରରେ ବଡ଼ ଖୁସି ଆସିପାରେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ – ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସମ୍ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବାର ଆଶା ରହିଛି । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟ ଲାଭ କରି କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ ସମାଜରେ ନିଜର କୃତ୍ତିତ୍ଵ ବୃଦ୍ଧି କରିବେ । ସାଧାରଣ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରି ପାରନ୍ତି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

କର୍କଟ – ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ । ଦ୍ୱାଦଶସ୍ଥ ରାହୁ ଓ ଚନ୍ଦ୍ର ହେତୁ ସଫଳତା ପାଇଁ ସମୟକୁ ପ୍ରତୀକ୍ଷା କରିବାକୁ ପଡିପାରେ । ଆର୍ଥିକଦିଗରୁ ସୁବିଧାହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । କର୍ମକ୍ଷେତ୍ରରେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ସହକର୍ମୀଙ୍କ ସୈାହର୍ଦ୍ଦ୍ୟରୁ ପରିବାର ମଧ୍ୟରେ ପୂର୍ବ ସମସ୍ୟା ସମାଧାନ ହେବ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନଶୀଳତାର ସହ କାର୍ଯ୍ୟ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନ ଖୁସିମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ତାରିଣୀ ।

ସିଂହ – ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ଉଚ୍ଚସ୍ଥ ରବି ପ୍ରଭାବରେ ସାଧାରଣ କେତକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଖୁସୀରେ ଅତିବାହିତ ହେବ । ବ୍ୟକ୍ତିଗତ କାର୍ଯ୍ୟ ହେତୁ ଆଜି ବ୍ୟସ୍ତ ରହିପାରନ୍ତି । ଲୋକମାନେ ଆପଣଙ୍କ ଧ୍ୟାନକୁ ଭଙ୍ଗ କରିବା ପାଇଁ ଚେଷ୍ଟା କରିବେ । କିନ୍ତୁ ଆପଣ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଅଫିସର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । କେତେକ କ୍ଷେତ୍ରରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରିବେ । ଆର୍ଥିକ ସ୍ଥିତିରେ ସମ୍ୟକ ସୁଧାର ଆସିବ । ସ୍ଵାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା – ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଅଫିସରେ ଅଯଥା ବିରକ୍ତି ପ୍ରକାଶ କରିବା କିମ୍ବା ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ଏବଂ ମିଥ୍ୟା ଆରୋପ ଓ କଳଙ୍କ ମଧ୍ୟ ଲାଗିପାରେ । ରାଜନୀତି କ୍ଷେତ୍ରରେ ନିଜ କଥା ଓ ବ୍ୟବହାର ନିୟନ୍ତ୍ରଣ ନ କଲେ ଲୋକ ସଂପର୍କରେ ବାଧା ଉପୁଯିବ । ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି, ଫଳତଃ ଘରେ ଉଚ୍ଚବାଚ୍ଚ ଘଟିପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା – କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶାନ୍ତିପ୍ରଦ ରହିବ । ଏକାଦଶସ୍ଥ ସ୍ଥାନରେ ଏକାଧିକଗ୍ରହର ସୁପ୍ରଭାବ ଯୋଗୁଁ ଆଜି ସବୁ କାମଗୁଡିକ ଶୃଙ୍ଖଳିତ ରହିବ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବେ । ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ବଢ଼ିପାରେ ଓ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ । ଅର୍ଥ ସମ୍ପର୍କୀୟ ଆଲୋଚନାକୁ କେନ୍ଦ୍ରକରି ପରିବାର ମୁଖ୍ୟଙ୍କ ସହ ଯୁକ୍ତିତର୍କ ଲାଗିପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିଲେ ମଧ୍ୟ ଘର କାମଗୁଡିକ କରିବାକୁ ବାଧ୍ୟ ହେବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ।

ବିଛା – ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ସମ୍ପାଦନ କରନ୍ତୁ । ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଅଫିସରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । ବନ୍ଧୁଙ୍କ ନିମନ୍ତ୍ରଣରେ ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ପଡୋଶୀଙ୍କ ସହ ବହୁଦିନର ମନାନ୍ତର ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ ରହିବ । ସନ୍ତାନଙ୍କ ସହିତ ହସଖୁସିରେ ଦିନ ଅତିତବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ – ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ମୁଳା ନକ୍ଷତ୍ରର ଅତୀତ ଘଟଣାକୁ ଚିନ୍ତା କରି ଆଜି ସକାଳୁ ସକାଳୁ ବିଭିନ୍ନ ପ୍ରକାରର ଦୁଃଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ । ନିଜ ରଗକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ ଏବଂ ନିଜ ଯୋଜନା ମୁତବକ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ କରିଲେ ମଧ୍ୟ ସହକର୍ମୀଙ୍କ ସହ ଯୁକ୍ତିତର୍କ କିମ୍ବା ବିବାଦ ଲାଗିପାରେ । ଆର୍ଥିକ ଅନଟନ ମଧ୍ୟରେ ଗତି କରିବାକୁ ପଡିପାରେ । ବନ୍ଧୁଙ୍କ ଠାରୁ ଧାରା କରଜ କରିବାକୁ ବାଧ୍ୟ ହୋଇପାରନ୍ତି । ମନରେ ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟର ଆଶଙ୍କା ଜନ୍ମିବ । ସହଧର୍ମୀ, ସାହି ପୋଡଶୀଙ୍କ ଦମ୍ଭ jogun ମନରେ ପୁନଃ ଆତ୍ମବିଶ୍ଵାସ ସଂଚାର ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ମକର – ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ । ସ୍ଵଗୃହୀ ଶୁକ୍ର ହେତୁ ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରିବାରେ ସମର୍ଥ ହୋଇପାରିବେ । ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ । ଅଫିସରେ ଆଣନିଶ୍ଵାସୀ ହୋଇ କାର୍ଯ୍ୟ କରିବେ ତଥାପି ଆପଣଙ୍କ ନିଜ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ କିନ୍ତୁ ପାରିବାରିକ ଚାଲିଚଳଣିରେ ଛୋଟ ଛୋଟ ସମସ୍ୟା ଗୁଡିକ ଆପଣଙ୍କ ଉପରେ ଚାପ ପକାଇପାରେ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରରେ ରୁହନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

କୁମ୍ଭ – ଅଯଥା କଥାବାର୍ତ୍ତରେ ଗୁରୁତ୍ଵ ଦିଅନ୍ତୁ ନାହଁ । ବ୍ୟୟଭାବସ୍ଥ ଗ୍ରହ ପ୍ରଭାବରେ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବା ପଡିବ ଏବଂ ନିଜ ଲୋକ ମାନଙ୍କ ଶତ୍ରୁତା ଯୋଗୁଁ ମନରେ ଦୁଃଶ୍ଚିନ୍ତା ଲଗି ରହିବ । ନମ୍ରତା ଓ ଚତୁରତାର ସହ କାର୍ଯ୍ୟ ହାସଲ କରି ସମାଜରେ ଏକ ଭଲ ପ୍ରତିଛବି ସୃଷ୍ଟି କରିପାରିବେ । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ କିନ୍ତୁ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ, ପୂର୍ବ ପରିକଳ୍ପିତ କେତେକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମନବଳାଇ ପାରନ୍ତି । କୌଣସି ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ପରିବାରରେ ହସଖୁସିର ବାତାବରଣ ରହିବ । ଜୀବନ ସାଥୀ ପୂର୍ଣ୍ଣ ସମର୍ଥନ ପାଇବ । ଶୁଭରଙ୍ଗ: ଧଳା । ବାବା ଗୁପ୍ତେଶ୍ଵର ।

ମୀନ – ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଫଳରେ ମନ ପ୍ରଫୁଲ୍ଲ ରହିବ । ମୁଖଭାବରେ ରବି ଓ ବୁଧ ଯୋଗୁଁ ଆପଣଙ୍କର ଯାହା କିଛି ସାଧାରଣ ସମସ୍ୟା ରହିଛି, ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଅଗ୍ରସର ହେବେ । କର୍ମକ୍ଷେତ୍ରରେ ସହକର୍ମୀମାନ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିପାରନ୍ତି । ପରିବାର ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରି ବିଚଳିତ ହୋଇପାରନ୍ତି । ଭୁଲ୍‌ ବୁଝାମଣା କାରଣରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇବେ । ସ୍ଵାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ । ଶୁଭରଙ୍ଗ: ନାରଙ୍ଗୀ । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *