26 ଅପ୍ରେଲ 2020 – ରବିବାର ରାଶିଫଳ , କେମିତି କଟିବ ଆଜିର ଦୀନ

rasi-phala

ମେଷ – ସମୟ ଆପଣଙ୍କ ଲାଗି ଅନୁକୂଳ । ଶୁକ୍ର ଅଷ୍ଟମ ସ୍ଥାନରେ ଅବସ୍ଥା କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ସମସ୍ୟାକୁ ସାଧରି ନେବେ । ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିପାରିବେ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ କିନ୍ତୁ କେତେକଙ୍କୁ ସଫଳତା ମିଳିବାର ଯୋଗ ମଧ୍ୟ ରହିଛି । ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ସାମାଜର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ ମନରେ କ୍ଷୋଭ ପ୍ରକାଶ କରିପାରନ୍ତି । ପରିବାର ସଦସ୍ୟଙ୍କ ସହିତ କିଛି ବିଶେଷ କଥାକୁ ନେଇ ଆଲୋଚନା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

ବୃଷ – ପାରିବାରିକ କର୍ମଜଞ୍ଜାଳ ଯୋଗୁଁ ଦିନଟି ବ୍ୟସ୍ତତା ମଧ୍ୟରେ ଅତିବାହିତ କରିବେ । ରାଶ୍ୟାଧିପତିଙ୍କ ସୁଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରି ଚାଲନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି । ଅଫିସରେ ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କଥା କହିବ ଫଳରେ ସହକର୍ମୀଙ୍କ ସହ ଶତ୍ରୁତା ହୋଇପାରେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଧୌର୍ଯ୍ୟ ସହ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପାଦନ କରିଲେ ମଧ୍ୟ ସାମୟିକ ଦୁର୍ବଳତା କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିପାରେ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ବିମଳା ।

ମିଥୁନ – ଆନୁସଙ୍ଗିକ ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳି ଯିବ ଓ ପ୍ରତ୍ୟେକ କାର୍ଯ୍ୟର ସଫଳତା ଅବଶ୍ୟ ପାଇବେ । ଦଶମ ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କ କଥାରେ ପ୍ରଭାବିତ ହୋଇ ହଠାତ୍‌ କୌଣସି କାର୍ଯ୍ୟରେ କରିବାକୁ ସ୍ଥିର କରିବେ । ମନର କଥା ମନରେ ରଖନ୍ତୁ; ସଫଳତା ପାଇବେ । ଅଫିସରେ ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠର ସହ ସମ୍ପାଦନ କରିବେ, ଆପଣଙ୍କ କାର୍ଯ୍ୟରେ ସହକର୍ମୀ ଓ ଉଚ୍ଚାଧିକାରୀ ପ୍ରସନ୍ନ ରହିବେ । ସମାଜରେ ଆପଣଙ୍କ ମଧୁର ବ୍ୟବହାର, ସୌଜନ ଓ ସୌହାର୍ଦ୍ଦ୍ୟତା ଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ । ଶତ୍ରୁତା ହେତୁ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରେମ ଆଳାପ ପାଇଁ ଦିନଟିଏ ଭଲ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଦୁର୍ଗା ।

କର୍କଟ – ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ, ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । ଷଷ୍ଠଭାବରେ ବୁଧ ଥିବାରୁ କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା ଯୋଗୁଁ ଘରକଥା ବୁଝିବା ପାଇଁ ମଧ୍ୟ ସମୟ ମିଳିବ ନାହିଁ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଏଣେ ଯେତେ ନେହୁରା ହେଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ । ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ପାରିବାରିକ ସମସ୍ୟାର ସରଳ ସମାଧାନ ହେଲେ ମଧ୍ୟ ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁଁ ମନରେ ଅସ୍ଥିରତା ଲାଗି ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ହରି ଶଙ୍କର ।

ସିଂହ – ଆପଣଙ୍କର ସୁଚିନ୍ତିତ ଯୋଜନା ଓ ସିଦ୍ଧାନ୍ତ ଦିନଚର୍ଯ୍ୟାକୁ ବଦଳାଇ ଦେଇପାରେ । ଶୁକ୍ରଙ୍କ ଶୁଭତ୍ୱରୁ ସନ୍ତାନଙ୍କ ଗୌରବରେ ଗୌରବାନ୍ୱିତ ହୋଇପାରନ୍ତି ଓ ପରିବାରରେ ହସଖୁସିର ବାତାବରଣ ଦେଖାଦେବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର କୈାଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରି ପାରନ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇପାରନ୍ତି । ନିଜର କଥା ଓ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ଉପକୃତ ହୋଇପାରିବେ । ସମାଜରେ ଆପଣଙ୍କ ଯୋଜନାକୁ ଲୋକମାନେ ସହମତ ପ୍ରଦାନ କରିବେ । ପରିବାରରେ ଛୋଟ ଛୋଟ କଥାକୁ ଧରି ବସିଲେ ଅଯଥା କଳହ ଉପୁଜିବ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା – ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଗ୍ରହ ସ୍ଥିତିର ପ୍ରତିକୂଳତା କାରଣରୁ ଆଜି ଯାହା କହିବେ କିମ୍ବା ଯାହା ସବୁ ଭାବିଚିନ୍ତି, ତାହା କାର୍ଯ୍ୟକାରୀ କରିବା କାଠିକର ପାଠ । ଋଣ ସୂତ୍ରରେ ଅର୍ଥଲାଭ କରିବେ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । କର୍ମକ୍ଷେତ୍ରରେ କର୍ମଚାରୀମାନେ ବିଭିନ୍ନ ପ୍ରକାର ବାଧାବିଘ୍ନ ଦେଇ ଗତି କରିବେ । ରାଜନୈତିକ ପରିସରରେ ଥିବା ବ୍ୟକ୍ତି ବିଶେଷମାନେ ସମାଜ ସେବାରେ ତତ୍ପର ହୋଇପାରନ୍ତି । ସ୍ତ୍ରୀଙ୍କ ସହ ଠିକରେ ବୁଝାମଣା ନ ହେବା କାରଣରୁ ମନରେ ଦୁଶ୍ଚିନ୍ତା ବଢ଼ିପାରେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା – ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ରହିବ, କାର୍ଯ୍ୟ କରିବା ପାଇଁ ମନରେ ଆଗ୍ରହ ଜନ୍ମିବ । ବୃହସ୍ପତି ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବା ଯୋଗୁଁ କେତେକ ଅଟକିଥିବା କାମଗୁଡ଼ିକ ପୂରଣ କରିବାରେ ସମର୍ଥ ହୋଇପାରିବେ । ଆର୍ଥିକ ସ୍ଥିଟି ସାମାନ୍ୟ ଭଲ ରହିବ । ଚାକିରି କରୁଥିବା କର୍ମଜୀବୀମାନେ ଆଶାଜନକ ପରିଣାମ ପାଇବେ । ପାରିବାରିକ ଅଶାନ୍ତିକୁ ଦୂରେଇବାରେ ସମର୍ଥ ହେବେ ଏବଂ ସାମାଜିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସିତ ହୋଇପାରନ୍ତି । ବନ୍ଧୁ ଗହଣରେ ବ୍ୟବହାରିକ ବ୍ୟତିକ୍ରମ ସାମୟିକ ବାଧା ସୃଷ୍ଟି କରିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ସୂର୍ଯ୍ୟଦେବ ।

ବିଛା – ପରିବାର ଓ ବନ୍ଧୁଙ୍କ ସହଯୋଗ ପାଇବେ । ଏକାଧିକ ଗ୍ରହ ଧନସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ବିଭିନ୍ନ କାମରୁ ଅର୍ଥଲାଭର ସମ୍ଭାବନା ରହିଛି । ଆପଣଙ୍କ ତର୍କ ଶକ୍ତି ଆଜି ଅନ୍ୟମାନଙ୍କୁ ପସନ୍ଦ ହେବ କିନ୍ତୁ କଥାବାର୍ତ୍ତା କିମ୍ବା ବ୍ୟବହାରରେ କୌଣସି ବ୍ୟତିକ୍ରମ ଅଶାନ୍ତ ସ୍ଥିତି ଉତ୍ପନ୍ନ କରିପାରେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଅଫିସରେ ନିର୍ଦ୍ଦିଷ୍ଠ ସମୟରେ କାର୍ଯ୍ୟଗୁଡିକ ପୂରଣ ନ ହେବ ଯୋଗୁଁ ଉଚ୍ଚାଧିକାରୀଙ୍କୁ କୈଫିୟତ ଦେବାକୁ ପଡିପାରେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, କୌଣସି କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦୋଷ ଦେଇପାରନ୍ତି । ପରିବାର ସହିତ ହସଖୁସିରେ ଦିନଟି ଅତିବାହିତ କରିବେ । ସନ୍ତାନଙ୍କ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଯୋଗୁଁ ମନରେ ଦୁଶ୍ଚିନ୍ତା ବଢିପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ସନ୍ତୋଷୀମାତା ।

ଧନୁ –  ଆଜି କୌଣସି ପ୍ରକାର ଅବହେଳା ଉପଯୁକ୍ତ ହେବ ନାହିଁ, ଏହାକୁ ଏଡାନ୍ତୁ | ତୁମର କାମକୁ ସଚ୍ଚୋଟ ଭାବରେ କର | ପ୍ରେମିକ କିମ୍ବା ଗର୍ଲଫ୍ରେଣ୍ଡ ସହିତ କିଛି ବିଷୟରେ ଝଗଡା ହୋଇପାରେ | ତୁମର ଶବ୍ଦ କିମ୍ବା ଚିନ୍ତାଧାରାରେ ଜିଦ୍ଖୋର ହୁଅ ନାହିଁ | ଆପଣ ବ୍ୟବସାୟରେ ଟଙ୍କା ଗ୍ରହଣ କରିପାରନ୍ତି | ସାମାଜିକ ଜୀବନ ପ୍ରଭାବଶାଳୀ ହେବ | ଯତ୍ନବାନ ହେବା ଉଚିତ ଯେ ଦାମ୍ପତ୍ୟ ଜୀବନରେ କୌଣସି ବ୍ୟାଘାତ ନଥାଏ | ସଂପର୍କରେ ମଧୁର ହୁଅ | ରିସ୍କ ନେବାକୁ ସାହସ କରିବେ |

ମକର ରାଶି : ଆଜି, ବିଶ୍ୱାସ ଏବଂ ବିଶ୍ୱାସ କାର୍ଯ୍ୟ ସମାପ୍ତ କରିବ | ଲାଭ ସୁଯୋଗ ଆସିବ | ରାଜ୍ୟ ବାଧା ଦୂର ହେବ। ଚାକିରିରେ ଅଧସ୍ତନମାନଙ୍କୁ ସମର୍ଥନ କରାଯିବ | ଆପଣ କ’ଣ କରିପାରିବେ ତାହା ଚିନ୍ତା କରନ୍ତୁ ଯାହା କାହାର ଜୀବନରେ ସୁଖ ଆଣିବ | ଆଜି ଅନାବଶ୍ୟକ ଖର୍ଚ୍ଚ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ | ହାତ ଘୁଞ୍ଚାନ୍ତୁ | ଏକ ବିନିଯୋଗ ଯୋଜନାରେ କୌଣସି ହାତ ରଖିବା ପୂର୍ବରୁ ଏହାକୁ ଭଲ ଭାବରେ ବୁଝିବା ପରାମର୍ଶଦାୟକ |

କୁମ୍ଭ : କାର୍ଯ୍ୟକୁ ସହଜରେ କରିବାରେ ଅସୁବିଧା ହେବ | ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ଯତ୍ନର ସହିତ କରିବାକୁ ହେବ | ସହକର୍ମୀଙ୍କ ସହିତ ବିବାଦ ହୋଇପାରେ | ଯଦି କୌଣସି ସମସ୍ୟା ଜାରି ରହେ ତେବେ ତୁମର ଦୃଷ୍ଟିକୋଣ ପରିବର୍ତ୍ତନ କର, ଅସୁବିଧା ସୁଯୋଗରେ ପରିଣତ ହେବ | ଛାତ୍ରମାନଙ୍କ ଏକାଡେମିକ୍ କାର୍ଯ୍ୟରେ ବାଧା ସୃଷ୍ଟି ହେବ | ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ବିଶେଷ ସତର୍କତା ଆବଶ୍ୟକ | ଅଭିଜ୍ଞ ଏବଂ ବରିଷ୍ଠ ବ୍ୟକ୍ତିମାନେ ସହାୟତା ପାଇବେ, ଯାହା ଆପଣଙ୍କ କାର୍ଯ୍ୟରେ ଲାଭଦାୟକ ହେବ |

ମୀନ ରାଶି : ଆଜି ପିସ୍ ପାଇଁ ଏକ ଖୁସି ଏବଂ ଶାନ୍ତିପୂର୍ଣ୍ଣ ଦିନ ହେବ | କୌଣସି ପ୍ରକାର ବିବାଦରୁ ଦୂରରେ ରୁହନ୍ତୁ | ଶାରୀରିକ ଯନ୍ତ୍ରଣା ଦ୍ୱାରା ବାଧା ସମ୍ଭବ | ଯଦି ତୁମେ ତୁମର କାମରେ ବିରକ୍ତ, ତେବେ ତୁମେ ଆଗ୍ରହୀ କାମ ପାଇଁ କିଛି ସମୟ ନିଅ | ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେବ | ଆଜି, ବହୁତ ହୃଦୟ ସହିତ କାର୍ଯ୍ୟ କରିବାକୁ ପଡିବ | ଅନାବଶ୍ୟକ ଭାବରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ, ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି | ପରିବାର ସହାୟତା ପାଇବେ |

 

Leave a Reply

Your email address will not be published. Required fields are marked *