25 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ ଓ ଆତ୍ମ ବିଶ୍ୱାସ ଅତୁଟ ରହିବ । ଆଜି ବୃହସ୍ପତି ରବିଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚେଷ୍ଟା ନିଶ୍ଚିତ ଫଳବତୀ ହୋଇପାରିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନଙ୍କର ପଦୋନ୍ନତି ହେବ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ଆଜି ଆପଣଙ୍କ ଅତି ପ୍ରିୟ ବନ୍ଧୁ ଆପଣଙ୍କ ଘରକୁ ଆସି ଭେଟି ପାରନ୍ତି । ବକ୍ତବ୍ୟ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ, ନଚେତ୍ କ୍ଷତିରେ ପଡ଼ିପାରନ୍ତି । କେତେକ କ୍ଷେତ୍ରରେ ନୀରବତା ରହିବା ଶ୍ରେୟସ୍କର ହେବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ନାରାୟଣ ।

ବୃଷ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଭାଗ୍ୟକର୍ମାଧିପ ଚତୁର୍ଥାଧିପଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆପଣଙ୍କ ଉଦ୍ୟମରେ ସିଦ୍ଧିଲାଭ ହୋଇପାରେ । ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଲେ ମଧ୍ୟ ଦୃଢ ମନୋବଳ ଉଚ୍ଚତର ଚରମ ଶିଖରକୁ ନେଇଯିବ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ ଏବଂ ଅଧିକାରୀଙ୍କ ଅନୁକମ୍ପାରୁ ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ ରହିଛି । ବେରୋଜଗାର ଯୁବକମାନଙ୍କୁ ଘରୋଇ କମ୍ପାନୀରେ ଚାକିରି ପାଇବାର ସୂଚନା ମିଳିବ । କୌଣସି ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଉପହାର ପାଇବା ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ନିଜ ପିଲାମାନଙ୍କ ସହିତ ଖୁସିରେ ଦିନଟି ଅତିବାହିତ କରିବେ ଏବଂ ଜୀବନ ସାଥୀଙ୍କ ସହିତ ଏକ ସନ୍ତୋଷଜନକ ଜୀବନ ଉପଭୋଗ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ

ମିଥୁନ – ଆପଣଙ୍କ ପାଇଁ ଦିନଟି କୌତୂହଳପୂର୍ଣ୍ଣ ରହିବ ଓ ଲୋକପ୍ରିୟତା ବୃଦ୍ଧି ପାଇବ । ଧନାଧିପ ଚନ୍ଦ୍ର କେନ୍ଦ୍ରସ୍ଥାନରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରତିକୂଳ ନ ହେଲେ ମଧ୍ୟ ବ୍ୟୟବୃଦ୍ଧି ନିମନ୍ତେ ମନରେ ବିରକ୍ତି ଭାବନା ଜାତ ହୋଇପାରେ । ବ୍ୟବସାୟ ହେବା କାରଣରୁ ମନ ଖୁସି ରହିବେ । ସରକାରୀ କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ସମସ୍ତଙ୍କ ସହ ମିଳିମିଶି କାମ କରିବେ ଓ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଅଧିକ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

କର୍କଟ : ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ମନୋରଞ୍ଜନର ଦିନ ଅଟେ। ମିତ୍ରମାନଙ୍କ ସହିତ ପାର୍ଟି କିମ୍ବା ପିକନିକରେ ଆଜିର ଦିନ ବହୁତ ଭଲ ଭାବରେ ବିତିବ। ବସ୍ତ୍ରାଭୂଷଣ, ବାହନ ତଥା ଭୋଜନ ଭଲ ସୁଖ ପ୍ରାପ୍ତ ହେବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।

ସିଂହ ରାଶି : ଆଜି ଆପଣଙ୍କୁ ପୁଣି ଟିକିଏ ଯତ୍ନ ନେବାକୁ ପଡିବ | ତୁମ ବକ୍ତବ୍ୟକୁ ନିୟନ୍ତ୍ରଣ କରିବାକୁ ପଡିବ, ନଚେତ୍ ସମ୍ପର୍କ ଏବଂ କାର୍ଯ୍ୟ ବାଧାପ୍ରାପ୍ତ ହେବ | ଆପଣ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି | ଦିନକୁ ଦିନ କାମ ପ୍ରତି ଧ୍ୟାନ ଦିଅନ୍ତୁ | ଆପଣଙ୍କ ବ୍ୟବସାୟରେ କ୍ଷତି ହୋଇପାରେ | ଆପଣଙ୍କ ଆଖପାଖର କିଛି ଲୋକଙ୍କ ସହିତ ସତର୍କ ରହିବା ଆବଶ୍ୟକ | ଆପଣ ପ୍ରତାରିତ ହୋଇପାରନ୍ତି |

କନ୍ୟା ରାଶି – ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାକୁ ଯାଉଛି | ବିତର୍କରୁ ଦୂରେଇ ରୁହନ୍ତୁ | ବ୍ୟକ୍ତିଗତ ସ୍ୱାର୍ଥପରତା ପ୍ରାଧାନ୍ୟ ଦେଇପାରେ | ଆଜି ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ଏବଂ ଆପଣ ସମସ୍ୟାର ସମ୍ମୁଖୀନ ହେବାକୁ ସମର୍ଥ ହେବେ | ଏକ ଭଲ ବିନିଯୋଗରେ ବିନିଯୋଗ କରିବାର ସମ୍ଭାବନା ଅଛି | ତୁମର ବକ୍ତବ୍ୟ ଏବଂ ଆଚରଣକୁ ନିୟନ୍ତ୍ରଣ କର | ପରିବାର ଏବଂ ସାଙ୍ଗମାନେ ଏକାଠି ହେବେ | ତୁମର ପ୍ରତିଭା ଉପରେ ତୁମର ବିଶ୍ୱାସ ଅଛି ଏବଂ ତୁମର ଲକ୍ଷ୍ୟ ଉପରେ ଧ୍ୟାନ ଦିଅ |

ତୁଳା ରାଶି : ତୁମର କ୍ରୋଧକୁ ନିୟନ୍ତ୍ରଣ କର ନଚେତ୍ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ | ଆପଣ ନୂତନ ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ ହେବେ | ସାଙ୍ଗମାନେ ସହଯୋଗ କରିବେ | ପ୍ରେମ କିଛି ଲୋକଙ୍କ ଜୀବନରେ ପ୍ରବେଶ କରିପାରେ | ଯେକଣସି ପରିସ୍ଥିତିରେ, ଶୀଘ୍ର କିମ୍ବା ଅତ୍ୟଧିକ ଚାପ ଆପଣଙ୍କ ପାଇଁ ପ୍ରତିକୂଳ ଫଳାଫଳ ଦେଇପାରେ | ତୁମ ମନରେ ନକାରାତ୍ମକ ଭାବନାରୁ ମୁକ୍ତ ହେବାକୁ ପଡିବ | ବ୍ୟକ୍ତିଗତ ସମସ୍ୟାଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡିବ |

ବିଛା ରାଶି : ତୁମର ଶାରୀରିକ ସୁସ୍ଥତା ଭଲ ହେବ | ପୂର୍ଣ୍ଣ ଶକ୍ତି ସହିତ ନୂତନ କାର୍ଯ୍ୟ କରାଯିବ | ତୁମର କାର୍ଯ୍ୟ କ୍ଷେତ୍ରରେ ତୁମେ ପ୍ରଶଂସା ଏବଂ ଲୋକପ୍ରିୟତା ହାସଲ କରିବ | ଲୋକମାନେ ସୁଖ ଏବଂ ଆନନ୍ଦ ପାଇବେ | ବିରୋଧୀମାନେ ସକ୍ରିୟ ରହିବେ | ପ୍ରେମିକ କିମ୍ବା ଜୀବନସାଥୀଙ୍କ ଅସନ୍ତୋଷର ସମ୍ମୁଖୀନ ହୋଇପାରେ | ଆପଣ ଟିକେ ବିଚଳିତ ଏବଂ ହଜିଯାଇଥିବା ଅନୁଭବ କରିପାରନ୍ତି | ସେଠାରେ ଅନେକ ଆପୋଷ ବୁଝାମଣା ହୋଇପାରେ |

ଧନୁ – ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ |  ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ମକର – ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । କୋଣଭାବସ୍ଥ ତିନୋଟିଗ୍ରହ ପ୍ରଭାବରେ ଆଜି ଭାଇ, ବନ୍ଧୁ ଓ ନିଜର ଲୋକମାନଙ୍କୁ ମନେଇବାରେ ସଫଳ ହେବେ ଯାହାକି ଆଗାମୀ ସମୟ ପାଇଁ କାମରେ ଆସିପାରେ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । ଦୀର୍ଘ ଦନର ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବିବାହିତ ଲୋକ ବାହାରକୁ ବୁଲି ଯାଇପାରନ୍ତି । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ – ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ସମ୍ପର୍ଣ୍ଣ ରହିବ । ଚତୁର୍ଥାଧିପ ଏକାଦଶରେ ଧନାଧିପ ସଂଯୋଗରୁ ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି । ମୁଖ ଭାବରେ ମଙ୍ଗଳ ଓ ବୁଧ ଆପଣଙ୍କ ମନର ଭାବ ଓ ଭାଷାକୁ କଠୋର କରି ସମସ୍ୟା ସୃଷ୍ଟି କରି ପାରନ୍ତି । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ । ବନ୍ଧୁମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଜମିଜମା, କଳକାରଖାନା, ପ୍ଲଟିଂ ବ୍ୟବସାୟରୁ ସୁଫଳ ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ମୀନ – ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ମନ ଭିତରେ ଦୁଃଖ ରହିଥିଲେ ମଧ୍ୟ ହସି ହସି କହିବା କାରଣରୁ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । ଗତକାଲି ଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *