22 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭୁଭଦାୟକ ରହିବ । ଦ୍ୱିଜା ନକ୍ଷତ୍ର ଯୋଗୁଁ ନିକଟସ୍ଥ ଲୋକଙ୍କୁ ନିଜ କରି କାମକୁ ସହଜରେ ହାସଲ କରିପାରିବେ । ଆପଣଙ୍କ ପ୍ରତିଦ୍ଵନ୍ଦୀ ଶାନ୍ତ ରହିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ କେତେକ ଅତ୍ୟାବଶ୍ୟକ ଜିନିଷ ନିମନ୍ତେ ଅନ୍ୟର ଦ୍ଵାରସ୍ଥ ହେବାକୁ ପଡିପାରେ । ଚାକିରି କରୁଥିବା କର୍ମଜୀବିମାନଙ୍କ ସମ୍ୟକ କଷ୍ଟଦାୟକ ରହିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ କିନ୍ତୁ କେତେକ ସ୍ଥଳରେ ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ବୃଷ – ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଧନ ଭାବରେ ରାହୁ ସହ ଶୁକ୍ର ଅବସ୍ଥାନ କରିଥିବା ଯୋଗୁଁ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମୟ ଅତିଭିତ କରି ନିଜ ପ୍ରବୃତ୍ତି ବା କାମକ୍ଷେତ୍ରକୁ ଅବହେଳିତ କରିପାରନ୍ତି । ଈର୍ଷାପରାୟଣ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ଓ ପରିବାରର ସଦସ୍ୟଙ୍କ କଠୋର ବଚନ ମନକୁ ଆଘାତ ପହଞ୍ଚାଇବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ଓ ନିଜ କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ । ବିବାଦୀୟ ଘଟଣାର କାରଣ ଜାଣିଥିବା ସତ୍ତ୍ୱେ ନୀରବ ରହିବାକୁ ବାଧ୍ୟ ହେବେ । ଅପରାହ୍ନରେ ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ଵନା ବାଣୀ ମନକୁ ଆଶ୍ୱସ୍ତି ପ୍ରଦାନ କରିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ – ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ରାଶିରେ ଚନ୍ଦ୍ରଥିବାରୁ ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ଧାର୍ମିକ ଆୟୋଜନରେ ଆପଣ ସେବା କରିବାର ଅବସର ମିଳିବ । କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଯଥା ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଅଫିସରେ କର୍ମକ୍ଷେତ୍ରରେ ସହଯୋଗ ଅଭାବରୁ କାର୍ଯ୍ୟଗୁଡିକ ଠିକ୍‌ ଭାବରେ କରିପାରିବେ ନାହିଁ । ଆର୍ଥିକ ସ୍ଥିତି ଶୋଚନୀୟ ହୋଇପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ପାଖ, ପଡୋଶୀମାନେ ଈର୍ଷାନ୍ୱିତ ହୋଇ ବିରୁଦ୍ଧାମତ୍କ କଥାବାର୍ତ୍ତା କହିପାରନ୍ତି । ପରିବାରଜନ ଓ ଘନିଷ୍ଟ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

କର୍କଟ – ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ପୁଷ୍ୟା ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଉପୁଜିପାରେ, ତେଣୁ ନିଜକୁ ସଞ୍ଜୋମତାରେ ମଧ୍ୟରେ ରଖି କାର୍ଯ୍ୟ କବା ଆପଣଙ୍କ ପାଇଁ ଭଲ ହେବ । ଆଗାମୀ ଦିନରେ ପରିବାରର ସ୍ଥିତି ଓ ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବେ । ଆକସ୍ମିକ ଭାବରେ କର୍ମକ୍ଷେତ୍ରରେ ଦାୟିତ୍ୱ ଓ କାର୍ଯ୍ୟଭାର ବୃଦ୍ଧି ପାଇବ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ପରିବାରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ସିଂହ – ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ରାଶିରେ ବୁଧଙ୍କ ଅବସ୍ଥାନ ହେତୁ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ବନ୍ଧୁ ଓ ସହଯୋଗୀଙ୍କ ସହଯୋଗ ଲାଭ କରି ସମାଜରେ ମାନସମ୍ମାନ ବୃଦ୍ଧି ହେବ । ଅଫିସ୍‌ କାମରେ, ପ୍ରଶାସନିକ ସ୍ତରରେ, ସଭାସମିତିରେ ତଥା ବ୍ୟବସାୟରେ ଏପରିକି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇ, କାର୍ଯ୍ୟ ସାଧନ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ମାନ୍ଦା ରହିବା । ସ୍ଵାର୍ଥହାନି ଆଶଙ୍କାରେ ସାମାଜିକ ସ୍ତରରେ ବିରୋଧୀମାନେ ଆପଣଙ୍କ ବିରୋଧରେ ଷଢଯନ୍ତ୍ର କରିବେ । କୌଣସି ମହିଳାଙ୍କ ତରଫରୁ ସମସ୍ୟା ଆସିପାରେ । ପରିବାରର ସଦସ୍ୟଙ୍କ ସହିତ ମିଳିମିଶି ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ଆଲୋଚନା କରିବେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା – ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । ଷଷ୍ଠାଧିପ ଧନ ଭାବସ୍ଥ ହେତୁ ଋଣ ଦ୍ୱାରା ଅର୍ଥଲାଭ କରିପାରନ୍ତି । କିନ୍ତୁ କର୍ମକ୍ଷେତ୍ରରେ ସଂଘର୍ଷମୟ ସ୍ଥିତିରେ ଗତି କରିବାକୁ ପଡିପାରେ । ଅଫିସରେ ଅଯଥା ବିରକ୍ତି ପ୍ରକାଶ କରିବା କିମ୍ବା ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ । ରାଜନୀତି କ୍ଷେତ୍ରରେ ନିଜ କଥା ଓ ବ୍ୟବହାର ନିୟନ୍ତ୍ରଣ ନ କଲେ ଲୋକ ସଂପର୍କରେ ବାଧା ଉପୁଯିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ଦାମ୍ପତ୍ୟଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ତୁଳା – ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ । ଶୁକ୍ର କର୍ମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ଅତି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ପୂର୍ବ ସ୍ଥିରୀକୃତ ଯୋଜନାନୁଯାୟୀ କାର୍ଯ୍ୟାରମ୍ଭ କରନ୍ତୁ ଅବଶ୍ୟ ସଫଳ ହେବେ । କର୍ମକ୍ଷେତ୍ର ଏପରିକି ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଯାତ୍ରାରେ ଯାଇପାରନ୍ତି । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା – ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ନିଷ୍ଠର ସହ କରିଚାଳନ୍ତୁ । ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖିନ ହେବାକୁ ପଡିବ । ଆର୍ଥିକ ସ୍ଥିତିର ଦୁରବସ୍ଥା ପ୍ରତିଟି କ୍ଷେତ୍ରରେ ଅଗ୍ରଗତିର ପଥରୋଧ କରିପାରେ । ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ମହତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ବ୍ୟବସାୟୀକ ସ୍ଥିତି ଯୋଗୁଁ ମନରେ ଦୁଃଖ ଜାତ ହେବ । ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପାରିପାର୍ଶ୍ୱିକ ସ୍ତରରେ ଖଳ ଲୋକମାନେ ଅପପ୍ରଚାର କରିପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ଧନୁ – ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିବ । ଦୈହିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ଅଷ୍ଟମସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟି କରିବ । ବ୍ୟୟାଧିପ ଅଷ୍ଟମଭାବରେ ବିପରୀତ ରାଜଯୋଗ ସୃଷ୍ଟି କରି ସମସ୍ୟାର ଅନ୍ତରାଳେ କାର୍ଯ୍ୟସିଦ୍ଧି ପ୍ରଦାନ କରିବ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । କର୍ମଜୀବୀ ମାନଙ୍କୁ ସହକର୍ମୀ ଓ ପଦାଧିକାରୀମାନେ ସହଯୋଗ ପ୍ରାପ୍ତି ହେବ । ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ । ଟଙ୍କା ପଇସା ଦିଆନିଆ କ୍ଷେତ୍ରରେ ସତର୍କ ରହନ୍ତୁ ନଚେତ୍‌ କ୍ଷତିରେ ପଡ଼ିବେ । ସାହି ପୋଡଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ମଝିଘରିଆଣୀ ।

ମକର – ପ୍ରଭୁଙ୍କ ଧ୍ୟାନ କରନ୍ତୁ; ମନର ସକାରାତ୍ମକ ଶକ୍ତି ସଂଚାର ହେବ । ରବିଙ୍କ ସ୍ଥିତି ପ୍ରଭାବରେ ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭକରି ନିଜକୁ ଧନ୍ୟ ମନେ କରିବେ । କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି । ପଡ଼ୋଶୀମାନେ ଭିନ୍ନ ପ୍ରକାରର କଟୁମନ୍ତବ୍ୟ ପ୍ରଦାନ କରିବାର ସୂଚନା ରହିଛି । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । ଅନ୍ୟର କଥା ନ ଶୁଣି, ବିଚାରପୂର୍ବକ କାର୍ଯ୍ୟ କଲେ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡିବ ନାହିଁ । ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ – କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ । ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଆପଣଙ୍କ କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ଚେଷ୍ଟା କରିବ । ପରିସ୍ଥିତିର ବିଡମ୍ବନା କାରଣରୁ କର୍ମକ୍ଷେତ୍ରରେ ମନ୍ଥର ଗତି କାର୍ଯ୍ୟ କରିବାକୁ ପଡିପାରେ । ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଖଳ ପ୍ରକୃତିର ଲୋକ କିମ୍ବା ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକୁ ବିରୁଦ୍ଧାଚରଣ କରିପାରନ୍ତି । ପାରିବାରିକ ସ୍ଥିତି ବିଶେଷ ପ୍ରୀତିଦାୟକ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମୀନ – ଆଜିର ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ବିଶେଷ ଅନୁକୂଳ ରହିବ । କିନ୍ତୁ ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁଁ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ସେହିପରି କିଛି ଗୁରୁତ୍ଵର ସମସ୍ୟା ଉପୁଜିବା ନାହିଁ, ତଥାପି ସାମୟିକ ଭାବେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ନିଜର ସଂଯମିତ କଥାବାର୍ତ୍ତା ଯୋଗୁଁ ପରିବାରର ସମସ୍ୟାକୁ ସମାଧାନ କରିପାରିବେ । ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ଭଲ ରହିବ । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହେବ । ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *