19 ଅପ୍ରେଲ 2020 ରବିବାର – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ପରିବାରର ବରିଷ୍ଠ ସଦସ୍ୟଙ୍କ ଆଶୀର୍ବାଦ ପାଇବେ । ଦ୍ୱିଜା ନକ୍ଷତ୍ର ଯୋଗୁଁ ମନରେ ଅର୍ଥଲାଭ ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରତି ମନ ଆକର୍ଷିତ ହେବ । ଘରୋଇ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାରେ ସକ୍ଷମ ହେବେ । ଚାକିରୀ କରୁଥିବା କର୍ମଜୀବିମାନେ ଖୁସିରେ ଦିନ ଅତିବାହିତ କରିବେ । କିନ୍ତୁ କେତେକ କ୍ଷେତ୍ରରେ ପରିସ୍ଥିତି ଜାଣିଶୁଣି ନୀରବତା ରହିବାକୁ ବାଧ୍ୟ ହେବେ । ଆର୍ଥିକ ସ୍ଥିତିରେ ସମ୍ୟକ ସୁଧାର ଆସିବ । ମାନସିକ ଦୁଃଶ୍ଚିନ୍ତା ଠାରୁ ଦୁରେଇ ରହିବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ପରିବାରରେ ସଙ୍ଗବୋଧ ଭାବରେ ଗୋଟିଏ ନିର୍ଦ୍ଧିଷ୍ଟ ବିଷୟକୁ ନେଇ ଆଲୋଚନା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ବୃଷ – ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ । ରାଶିର ଏକାଦଶସ୍ଥ ସ୍ଥାନରେ ରବିଙ୍କ ଅବସ୍ଥାନ ଯୋଗୁଁ ପ୍ରଭାବଶାଳୀ ଲୋକଙ୍କ ସଂସ୍ପର୍ଶରେ ଆସିବେ । ନିଜକୁ ସମାଜ ସେବାରେ ନିୟୋଜିତ କରାଇବେ । କର୍ମକ୍ଷେତ୍ରରେ ବିବିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଆଜି ପରିବାରରେ ହସଖୁସିର ମହୋଲ ରହିବ । କିନ୍ତୁ ମାନସିକ ଚାପବୃଦ୍ଧି ହୋଇପାରେ ଓ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟ ଦେଖାଦେଇପାରେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ – ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସମ୍ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ । ଧନାଧିପ କେନ୍ଦ୍ରସ୍ଥ ଯୋଗୁଁ ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ କରିବେ । କର୍ମକ୍ଷେତ୍ରରେ ଅତ୍ୟାଧିକ ଚାପ ଥିଲେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରିବେ ନାହିଁ । ପୂର୍ବରୁ ସ୍ଥଗିତ କାର୍ଯ୍ୟକୁ ସମାପନ କରିବା ପାଇଁ ଚେଷ୍ଟା କରିବେ ଓ ସମ୍ୟକ ସଫଳତା ମଧ୍ୟ ପାଇବେ । ସାମାଜିକ ସ୍ତରରେ ମାନବ ସେବାକୁ ମାଧବ ସେବା ମନେ କରି କାର୍ଯ୍ୟ କରିବେ । ବୁଦ୍ଧିମତା କାରଣରୁ ବକେୟା ଅର୍ଥ ଆଦାୟ କରିପାରିବେ । ଅନ୍ୟର ଜିନିଷ ପ୍ରତି ଲୋଭ ଭାବ ରଖନ୍ତୁ ନାହିଁ ଏବଂ ଅନ୍ୟର ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରନ୍ତୁ ନାହିଁ ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ – ସଫଳତାର ରାସ୍ତା ଉନ୍ମୁକ୍ତ ହେବ । ବୁଧ ଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ମଉଜିଆ କଥା କହି ଅନ୍ୟମାନଙ୍କୁ ନିଜର କରିବାରେ ସକ୍ଷମ ହେବେ । ବିଗତ ଦିନର ସମସ୍ୟାର ସରଳ ସମାଧାନ ହେତୁ ମାନସିକ ସ୍ଥିରତା ଅବଶ୍ୟ ଆସିବ । ବ୍ୟବସାୟର ନୂଆ ଅର୍ଡର ମିଳିବ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସିତ ହେବେ ଓ ଗୁରୁ ଦାୟିତ୍ଵ ଦେଇପାରନ୍ତି । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ମାପିଳାସ ।

ସିଂହ – ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଏକଦଶସ୍ଥ ସ୍ଥାନରେ ଚନ୍ଦ୍ର, ଆପଣଙ୍କ ବିଚାର ଧାରାକୁ ପ୍ରଭାବିତ କରିପାରେ । ଉତ୍ସାହର ସହିତ ସବୁ କାମ କରିବେ । ବିଭିନ୍ନ ଲୋକଙ୍କ ସହିତ ମିଶିବେ । ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ସହଯୋଗ, ସମସ୍ୟାର ସରଳ ସମାଧାନ କରିବାରେ ସାହାଯ୍ୟ କରିବ । ଯାହାଦ୍ୱାରା ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ପାଇଁ ରାସ୍ତା ମିଳିଯିବା । ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମଗୁଡିକୁ ତ୍ୱରାନ୍ୱିତ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

କନ୍ୟା – ନୂଆ କାମ ଆରମ୍ଭ କରିବା ସଙ୍ଗେ ସଙ୍ଗେ ସମସ୍ୟାର ସମାଧାନ ଲାଗି ଦିନଟି ଭଲ । ବଳବାନ୍‌ ରାହୁ କର୍ମଭାବରେ ଥିବାରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରି ସଫଳତା ହାସଲ କରିବେ । ବିଭିନ୍ନ ଦିଗରୁ ଅର୍ଥାଗମର ଯୋଜନାକୁ ସାକାର କରାଇପାରନ୍ତି । ନିର୍ମାଣ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ କିନ୍ତୁ ପ୍ରତିଟି କାର୍ଯ୍ୟରେ ସକାରତ୍ମକ ଫଳ ପାଇବେ । କାରବାରରେ ବଡ଼ ସଉଦା ହେବ । କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଠାରେ ଯୋଡ଼ି ହୋଇଯିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ତୁଳା – ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଅଧିକ ରହିବ । ଧନସ୍ଥାନସ୍ଥ ଚନ୍ଦ୍ର ଏବଂ ସ୍ଵଗୃହୀ ଚତୁର୍ଥାଧିପ ହେତୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ବ୍ୟବସାୟ ବାଣିଜ୍ୟରେ ମନମୁତାବକ ମୁନଫା ପାଇବେ । ସହକର୍ମୀଙ୍କ ସମ୍ବନ୍ଧରେ କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ଏବଂ ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁମିଳନରୁ ଖୁସୀ ରହିବେ । କୋର୍ଟ କଚେରୀର ମାମଲା ସମାଧାନ ହୋଇଯିବ । ବୈବାହିକ ଜୀବନ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ବିଛା – ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ । ଚନ୍ଦ୍ର ଓ ଶୁକ୍ରଙ୍କ ସ୍ଥାନସ୍ଥିତି ଆପଣଙ୍କ ଚିନ୍ତାଧାରା ଓ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରୀତିପ୍ରଦ ରହିବ । ଆଜିର କାର୍ଯ୍ୟସାଧନ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସହଯୋଗର ଆଶା ନିରର୍ଥକ ହେବ ନାହିଁ । କୌଣସି କାମରୁ ଆଜି ବଡ଼ ଫାଇଦା ହେବ । ବ୍ୟବସାୟ ସହିତ ସଂଲଗ୍ନ କାମରେ ଯାତ୍ରା କରିବେ । କଳୁଷିତ ଚିନ୍ତାଧାରା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି । ପରିବାରର ଛୋଟ ଛୋଟ କଥାକୁ ନେଇ ତର୍କ କରିବା ଠିକ୍‌ ହେବ ନାହିଁ । କଚେରି ମାମଲାର ଶୁଣାଣି ବିଳମ୍ବରେ ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ଧନୁ – ଆଜି ଆପଣଙ୍କ ମନ ଶାନ୍ତ ରହିବ । ରାଶିରେ ଏକାଧିକ ଗ୍ରହ ଯୋଗୁ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଆଲୋଚନାରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହେବାର ବହୁତ ସମ୍ଭାବନା ରହିଛି । ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ତେଣୁ ଅନ୍ୟର କଥାକୁ ବିଶ୍ଵାସ କରି କାମ କଲେ ଅପଦସ୍ତ ହେବାକୁ ପଡିପାରେ । ସ୍ଵାସ୍ଥ୍ୟର ପୂରା ଧ୍ୟାନ ରଖନ୍ତୁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ ।

ମକର – ଭଗବାନଙ୍କ ଉପରେ ଭରସା ରଖନ୍ତୁ । ବିବାଦୀୟ ଘଟଣା ମନରେ ସ୍ଥାନ ପାଇବା ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ବିଭିନ୍ନ ବିଷୟ ନେଇ ଅଯଥା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ମିତ୍ରମାନେ ସହଯୋଗର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ବି ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟre ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମନା କରିବେ । ଜମିର ଦଲିଲ ଭଲ ଭାବେ ପଢ଼ି ଦସ୍ତଖତ କରନ୍ତୁ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ – ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ । ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ଯଥେଷ୍ଟ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ । ଭଲ ଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମୀନ – ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଆପଣଙ୍କ ନିଜ ପରିଶ୍ରମର ବଢ଼ିଆ ପରିଣାମ ପାଇବେ । ସାମାଜିକ ସ୍ତରରେ ବହୁଲୋକଙ୍କ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ଉପସ୍ଥିତ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଅପରାହ୍ନେ କୌଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ । କର୍ମକ୍ଷେତ୍ରରେ ଅପରାହ୍ନରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ପରିବାରରେ ଉଭୟ ପତିପତ୍ନୀ ମଧ୍ୟରେ ସହଯୋଗ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *