18 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ – ଦିନଟି ଆପଣଙ୍କ ପାଇଁ ହର୍ଷଉଲ୍ଲାସ ଭରା ରହିବ । ଦ୍ୱିଜା ନକ୍ଷତ୍ର ବ୍ୟବସାୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କୌଣସି ନୂତନ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିପାରନ୍ତି । ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ । ସ୍ଵାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ । ଶୁଭରଙ୍ଗ: ନାରଙ୍ଗୀ । ଆରାଧନା: ମାଆ ସମଲେଶ୍ୱରୀ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ବର ।

ବୃଷ – ଆପଣଙ୍କର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଚିନ୍ତା ପାରନ୍ତି । ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । କିନ୍ତୁ ରୋହିଣୀ ନକ୍ଷତ୍ର ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିବ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଦ ବିବାଦ ଠାରୁ ଦୂରରେ ରହନ୍ତୁ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମିଥୁନ – ଆଜି ଆପଣ କୌଣସି ନୂଆ ସୁଯୋଗ ଅପେକ୍ଷାରେ ରହିବେ । ପୁନର୍ବସୁ ନକ୍ଷତ୍ରର ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁଁ ମନ ପ୍ରଫୁଲ୍ଲିତ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । ବିଭିନ୍ନ ସମସ୍ୟାମୂଳକ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି କିନ୍ତୁ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ଅପପ୍ରଚାର କରିପାରନ୍ତି । ଜୀବନସାଥୀଙ୍କ ଭାବନାକୁ ଆଦର କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

କର୍କଟ – ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ ଏବଂ ନୂଆ ନୀତି ପ୍ରୟୋଗ କରିବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ଅଫିସରେ ଅତ୍ୟଧିକ କାର୍ଯ୍ୟଭାର ଥିଲେ ମଧ୍ୟ ସହକର୍ମୀଙ୍କ ଦ୍ଵାରା ସହଜରେ ସମ୍ପାଦନ କରିପାରିବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶେ ମନ ଭଲ ରହିବ ନାହିଁ । ପୁଷ୍ୟା ନକ୍ଷତ୍ରର ସ୍ଵାସ୍ଥ୍ୟରେ ଉନ୍ନତି ହେବା ସହ ବିବାଦୀୟ ଘଟଣାର ବିଜୟୀ ହେବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ – ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ । ଧନକର୍ମାଧିପ ରାଶିକୁ ଅବଲୋକନ କରୁଥିବାରୁ ଆର୍ଥିକ ଉନ୍ନତି ସହ କର୍ମକ୍ଷେତ୍ର ସୁରୁଖୁରୁରେ ଚାଲିବ । ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ । କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ କରିବା ସଙ୍ଗେ ସଙ୍ଗେ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । ସଭାସମିତିରେ ଅପ୍ରିୟ ସତ୍ୟକଥା କହି ବିବାଦ ଘେରରେ ପଡ଼ିପାରନ୍ତି । ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

କନ୍ୟା – ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ । ଶୁକ୍ରଙ୍କ ଶୁଭଦୃଷ୍ଟି ଅର୍ଥନୈତିକ ଅଭିବୃଦ୍ଧି ସହ ନୂତନ କର୍ମାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ବ୍ୟବସାୟରେ ଅଚାନକ ଧନଲାଭ ହେବ । ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ । ସରକାରୀ କାର୍ଯ୍ୟ ସରଳତାପୂର୍ବକ ସଂପନ୍ନ ହେବ । ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଆପଣ ଖ୍ୟାତି ଏବଂ ପ୍ରତିଷ୍ଠା ପ୍ରାପ୍ତ କରିବେ । ଅର୍ଥ ନେଣଦେଣକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

ତୁଳା – ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ସ୍ଵାସ୍ଥ୍ୟକୁ ଚିନ୍ତିତ ହୋଇପାରନ୍ତି । ରାହୁଙ୍କ ପାପଦୃଷ୍ଟିର କୁପ୍ରଭାବରେ ବାରମ୍ବାର ଚେଷ୍ଟା କରି ମଧ୍ୟ କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । କର୍ମକ୍ଷେତ୍ରରେ ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି । ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରାରେ ସଫଳତା ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । କୋର୍ଟକଚେରୀ ମାଲିମକଦ୍ଦମାରେ ଶୁଭ ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବିଛା – ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ଆପଣଙ୍କୁ କୌଣସି ନୂଆ ପରିଯୋଜନା ମିଳିପାରେ । ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଆଜି ଅବଶ୍ୟ ପାଇବା ଆଶା ରହିଛି । ବ୍ୟବସାୟରେ ଅଧିକ ଲାଭବାନ ରହିବ । କଳା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ । ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ । ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀଗଣେଶ ।

ଧନୁ – ଆପଣଙ୍କ ଜୀବନକୁ ଆହୁରି ବଢ଼ିଆ କରି ଗଢ଼ିବା ପାଇଁ ଚେଷ୍ଟା କରିବେ । ମନରେରେ ଆତ୍ମବିଶ୍ଵାସ ଅତୁଟ ରହିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଚାକିରିଆଙ୍କ ଲାଗି ଦିନଟି ଲାଭକାରୀ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି । ସଭାସମିତିରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ବିରଜା ।

ମକର – ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ । କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ଅଫିସ କାମର ବୋଝ ଟିକେ ଅଧିକ ହୋଇପାରେ କିନ୍ତୁ ଚନ୍ଦ୍ରଙ୍କ ଶୁଭଦୃଷ୍ଟି ପ୍ରଭାବରେ କୌଣସି ବନ୍ଧୁ, ସହକର୍ମୀ ସହଯୋଗର ହାତ ବଢାଇବା ଫଳରେ କୌଣସି କାମ ଅଟକିବ ନାହିଁ । ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହେବ । ଆର୍ଥିକ ସ୍ଥିତିରେ ଉଠାଣ-ଗଡ଼ାଣ ଲାଗି ରହିବ । ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଗୁପ୍ତେଶ୍ଵର ।

କୁମ୍ଭ – ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି । ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢ଼ିବ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ପ୍ରତିଯୋଗିତାରେ ସଫଳତା ପାଇବେ । କିନ୍ତୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କର ଜୀବନସାଥୀ କୌଣସି କାମରେ ସହଯୋଗ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମୀନ – ଆପଣଙ୍କ ଊର୍ଜାର ସ୍ତର ବଢ଼ିଆ ରହିବ । ଆପଣଙ୍କୁ ଏକକାଳୀନ ଅନେକ କାମ ସମ୍ଭାଳିବାକୁ ପଡ଼ିବ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ । କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ଅଫିସରେ ଅଧିକାରୀ କାମରେ ପ୍ରସନ୍ନ ରହିବେ । କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ । ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଓ ଗୌରବାର୍ଜନ ନିଶ୍ଚିତ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରାତାରିଣୀ ।

Leave a Reply

Your email address will not be published. Required fields are marked *