16 ଅପ୍ରେଲ 2020 ରାଶିଫଳ – ଏହି 3 ଟି ରାଶିର ଲୋକଙ୍କ ପାଇଁ ରାଜ ଜୋଟକ

rasi-phala

ମେଷ – ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ । ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ, କୌଣସି କାମ ଅଟକି ରହିବନାହିଁ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସହ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ । ପାରିପାର୍ଶ୍ୱିକ ସ୍ଥିତି କେତେକାଂଶରେ ବଦଳିଯିବା କାରଣରୁ ସାମାନ୍ୟ ଚିନ୍ତିତ ରହିପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ – ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହୋଇଯିବ । ରାହୁଙ୍କ କୁପ୍ରଭାବରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିବ । ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ । କର୍ମକ୍ଷେତ୍ରରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିବେ ଓ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ପାଇବେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଘରୋଇ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବା ହେତୁ ସାମୟିକ ଶାନ୍ତି ଲାଭ କରିବେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ । ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କର ସମାଲୋଚିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମିଥୁନ – ମନରୁ ନକରାତ୍ମକ ବାହାର କରନ୍ତୁ, ମନକୁ ଶାନ୍ତି ମିଳିବ । ଦୁର୍ବଳ ଚତୁୁର୍ଥାଧିପ ଷଷ୍ଠଭାଗ୍ୟାଧିପଙ୍କ ସହ ଅବସ୍ଥାନ କରି ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରିବେ । ଅନ୍ୟକୁ କଅଁଳେଇ କହି କାମ ହାସଲ କରିବା ସକାଶେ ଚେଷ୍ଟାକଲେ ଉପକୃତ ହୋଇପାର । ସେବା ଓ ପରୋପକା କାମରୁ, ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ମାନିତ ହେବେ । ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । ଅଭାବ ବଶତଃ ଇଚ୍ଛା ଥିଲେ ମଧ୍ୟ କୌଣସି ମନସ୍ଥ ଜିନିଷକୁ କିଣି ନ ପାରି ପସ୍ତେଇବେ । ପରିବାରରେ ବୟୋଜ୍ୟେଷ୍ଟଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି । କଥାବାର୍ତ୍ତା ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ – ସାମାନ୍ୟ ଚିନ୍ତିତ ରହିବେ । ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁଁ ପରିସ୍ଥିତି ଆପଣଙ୍କ ଚିନ୍ତାଧାରାକୁ ବିଗାଡି ଦେବା ଫଳରେ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ଵାର୍ଥହାନୀ ଆଶଙ୍କାରେ ଦୂରେଇ ଯିବେ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ । ଆନୁଷ୍ଠାନିକ କାମ, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବାଦ-ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ସ୍ତ୍ରୀଙ୍କ ପରାମର୍ଶ ମାନି ଚଳିଲେ ଲେତେକାଂଶରେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ସିଂହ – ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ । କେତୁ ଧନ ସ୍ଥାନରେ ରହିଥିବା ଯୋଗୁଁ ଖର୍ଚ୍ଚଭାର ବଢିବ । ସବୁ କାମ ଠିକ୍‌ ଠିକ୍‌ ହେବ, କିନ୍ତୁ ସୁବିଧାରେ ନୁହେଁ । ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ ମନରେ କ୍ଷୋଭ ପ୍ରକାଶ କରିପାରନ୍ତି । ଆକସ୍ମିକ ଭାବେ ବନ୍ଧୁଙ୍କ ଠାରୁ କୌଣସି ଦୁଃଖଦ ଖବର ଶୁଣିବାକୁ ପାଇବେ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କନ୍ୟା – ଉନ୍ନତ ଚିନ୍ତା ଓ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ । ବୁଧଙ୍କ ଦୁର୍ବଳତାଜନିତ ବିଶୃଙ୍ଖଳିତ ଜୀବନଶୈଳୀ ହେତୁ ସ୍ଵାସ୍ଥ୍ୟହାନି ଘଟିପାରେ । ଅର୍ଥ ସମ୍ପର୍କକୁ ନେଇ ଆତ୍ମୀୟଙ୍କ ମଧ୍ୟରେ ବିବାଦ ଉପୁଜିବ । ପରିବାରରେ ଅଶାନ୍ତି ବାତାବରଣରୁ ଦୁଃଖୀ ହୋଇପାରନ୍ତି । ଅଫିସରେ ସାହାଯ୍ୟ, ସହଯୋଗ ଅଭାବରୁ କେତେକ କାମ ସ୍ଥଗିତ ରହିଯାଇପାରେ । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା ସହ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ବକେୟା ଅର୍ଥ ପ୍ରାପ୍ତି କରିବେ । ପରିବାରର ସୁସ୍ଥ ବାତାବରଣ ମନକୁ ଶାନ୍ତି ପ୍ରଦାନ କରିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀଗଣେଶ ।

ତୁଳା – ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । କର୍ମକ୍ଷେତ୍ରରେ ଚାରୋଟି ଗ୍ରହଙ୍କ ଦୃଷ୍ଟି ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ କାମଗୁଡିକ କରିବାକୁ ବାଧ୍ୟ ହେବେ କିନ୍ତୁ ମନକୁ ସନ୍ତୋଷଜନକ ଫଳ ମିଳିବ ନାହିଁ । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ସହକର୍ମୀମାନଙ୍କ ସହ ବାଦବିବାଦ ଫଳରେ ଅଫିସ ପରିସର ମଧ୍ୟରେ ଜଟିଳ ପରିସ୍ଥତି ସୃଷ୍ଟି ହୋଇପାରେ । ଅଯଥା ଯୁକ୍ତିତର୍କ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଗୌରୀ ।

ବିଛା – ଆଜି ଆପଣ ଦିନଟି ସକାରାତ୍ମକ ଊର୍ଜା ଅନୁଭବ କରିବେ । ବୃହସ୍ପତି ଧନ ଏକାଦଶାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ଆଜି ପ୍ରତ୍ୟୁଷ ଯାତ୍ରା ମଙ୍ଗଳଦୟାକ ହେବ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ମାନସିକ ଅବସାଦ ଯୋଗୁଁ କୌଣସି କାମରେ ମଧ୍ୟ ଆଗ୍ରହ ଆସିବ ନାହିଁ । ସରକାରୀ କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ । ପରୋକ୍ଷ ଶତ୍ରୁତା ସାମୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଅଯାଚିତ ନିଜ ତରଫରୁ କାହାକୁ ସାହାଯ୍ୟର ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ – ଆପଣଙ୍କର ଧୌର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ବିଳମ୍ବରେ ସଫଳତା ମିଳିବ । ରାଶିରେ କେତୁ ଦ୍ୱିତୀୟସ୍ଥ ପାପଗ୍ରହ ହେତୁ ଆପଣଙ୍କ ପାଇଁ ସମୟର ପ୍ରତିକୂଳ ବାତାବରଣ ଲାଗିରହିଛି । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ପ୍ରତିଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିବ । ପାରିବାରିକ କ୍ଷେତ୍ରରେ ନିଜକୁ ସୁଧାରିଲେ ନପାରିଲେ, ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ମକର – ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ଦିନଟି ଶୁଭମୟ ହେବ । ଶନିଙ୍କ ସହ ଅନ୍ୟଗ୍ରହମାନଙ୍କ ସ୍ଥିତି ଶାରୀରିକ ଓ ମାନସିକ ସ୍ଥିତିକୁ ସୁସ୍ଥ ରଖି ନ ପାରେ । ପ୍ରତିଟି କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କାର୍ୟ୍ୟଶୈଳୀରେ ପରିବର୍ତ୍ତନ ଆସିବ । ରାଜନୀତି କର୍ମୀମାନେ ସମାଜ ସେବା ନିଜକୁ ନିୟୋଜିତ କରାଇବେ । କର୍ମକ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ନାହିଁ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ମାନସିକ ସ୍ତରରେ ଚିନ୍ତାମଗ୍ନ ରହିବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ – ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ଅଷ୍ଟମସ୍ଥ ସ୍ଵଗୃହୀ ଶୁକ୍ର ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଜନିତ ଚିନ୍ତିତ ଲାଗିରହିବ । ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । କିଛି ଘରୋଇ ଜିନିଷ କ୍ରୟ କରିବାକୁ ଯିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ପରିବାରର ଛୋଟ ଛୋଟ କଥାକୁ ଧରି ବସନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମୀନ – ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । ଗ୍ରହ ପ୍ରଭାବରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ କର୍ମକ୍ଷେତ୍ର ପୂର୍ବରୁ ରହିଥିବା ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । କର୍ମକ୍ଷେତ୍ରରେ ଅଣନିଶ୍ଵାସ ଭାବରେ କାର୍ଯ୍ୟରତ ରହିବେ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ଆର୍ଥିକ କ୍ଷେତ୍ରରେ ସମ୍ୟକ ସୁଧାର ଆସିବ । କିନ୍ତୁ ଅଷ୍ଟମାଧିପତି ତୃତୀୟ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ସତ କଥା କହି ଭାଇ, ବନ୍ଧୁ କିମ୍ବା ପଡୋଶୀଙ୍କ ସହ କଳହ ଉପୁଜିପାରେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *