11 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଏହି ସବୁ ରାଶିଙ୍କ ଭାଗ୍ୟ

rasi-phala

ମେଷ – ଆପଣଙ୍କୁ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ପାଇଁ ଚେଷ୍ଟା କରନ୍ତୁ । ଚନ୍ଦ୍ର ସମେତ ଶୁକ୍ର ଓ ଶନି ଅନୁକୂଳ ପରିବେଶରେ ଥିବାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇବେ । କର୍ମକ୍ଷେତ୍ର ବିଭିନ୍ନ ପ୍ରକାର ଘାତ ପ୍ରତିଘାତ ମଧ୍ୟ ଦେଇ ଗତି କରିବାକୁ ପଡିବ । ସହକର୍ମୀଙ୍କ ସହାନୁଭୂତି ଯୋଗୁଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାଗୁଡିକୁ ସମ୍ମୁଖୀନ କରିପାରିବେ ନାହିଁ, ଯାହାଫଳରେ ମନ ବିଭ୍ରାନ୍ତ ସୃଷ୍ଟି ହେବ । ପାରଷ୍ପରିକ ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବୃଷ – ଆଜି ନକରାତ୍ମକ ଚିନ୍ତଧାର ଠାରୁ ଦୂରେଇ ରୁହନ୍ତୁ । ଚନ୍ଦ୍ରଙ୍କ ସ୍ଥିତି ଭାଇ, ଭଉଣୀ, ପାଖ, ପଡୋଶୀ କିମ୍ବା ସହକର୍ମୀଙ୍କ ପ୍ରତି ସୁସମ୍ପର୍କ ହ୍ରାସ କରିପାରେ । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରି ପ୍ରଶଂସିତ ହେବେ କିନ୍ତୁ ଆଜି ପାଖ ପଡୋଶୀ କିିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଅର୍ଥକ ଅନଟନ ସମସ୍ତ ସମସ୍ୟାର କାରଣ ସାଜିପରେ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମଧ୍ୟାହ୍ନରେ ସମ୍ୟକ ମୁଣ୍ଡବ୍ୟଥା, ପେଟ ଜନିତ କିଛି ସମସ୍ୟା ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ – ଅତୀତର ଘଟଣାକୁ ଭୁଲି, ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଶନିଙ୍କ ଦୃଷ୍ଟିଜନିତ ଆପଣ କୌଣସି ବନ୍ଧୁଙ୍କ ସହ ମତାନ୍ତର ହେତୁକ ଅଶାନ୍ତ ରହିପାରନ୍ତି । ଆର୍ଥିକ ପରିସ୍ଥିତିରେ କୌଣସି ସୁଧାର ଆସିବର ନାହିଁ । ଚାକିରୀ କରୁଥିବା କର୍ମଜୀବିମାନେ ନିଷ୍ଠାର ସହିତ ନିଜ କାର୍ଯ୍ୟ ସମ୍ପାଦନ କରିବେ । ଆପଣଙ୍କ କାର୍ଯ୍ୟରେ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସିତ ହେବେ । ପରିବାରରେ ସ୍ତ୍ରୀ କିମ୍ବା ସ୍ଵାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

କର୍କଟ ରାଶି : ଆଜିର ଦିନ ଆପଣଙ୍କ ପାଇଁ ଘଟଣାପ୍ରଧାନ ରହିପାରେ , ଆୟରେ ଅନିୟମିତତା କାରଣରୁ କିଛି ଚିନ୍ତା ବଢିପାରେ , ଜୀବନରେ ଦ୍ରୁତ ଗତିରେ ଆପଣଙ୍କୁ ନିଜ ପରିବାର ଓ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡିପାରେ , କେଉଁ ପ୍ରକାରର ବଡ ଫଇସଲା ନିଅନ୍ତୁ ନାହିଁ , ସୁଚାରୁ ରୁପରେ ଚାଲିଥିବା କାର୍ଯ୍ୟରେ ବାଧା ଆସିବ , ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ , ନିଜ ତରଫରୁ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ ରାଶି : ଚାକିରି ଓ ବିଜନେସ୍ କ୍ଷେତ୍ରରେ ଚିନ୍ତା ବଢିପାରେ , ପାରିବାରିକ ସଂବନ୍ଧରେ ସୌହାର୍ଦପୁର୍ଣ୍ନ ରହିବ , ସ୍ୱାସ୍ଥ୍ୟ ଠିକ୍ ରହ୍ବ,  କିନ୍ତୁ ନିଜ ଆହାର ଓ ଦିନଚର୍ଚ୍ଚାରେ ଧ୍ୟାନ ଦିଅନ୍ତୁ , ଅବିବାହିତ ଲୋକଙ୍କ ପାଇଁ ରୋମାନ୍ସ୍ କରିବାର ଅବସର ମିଳିବ,  ଶାରରୀକ ରୁପରେ ଶିଥିଳତା ଓ ଆଳସ୍ୟ ରହିବ , ଆପଣ ନିଜ କାର୍ଯ୍ୟକୁ ନେଇକରି ଚିନ୍ତିତ ରହିବେ , ଜୀବନସାଥୀଙ୍କ ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଆପଣଙ୍କ ଇମାନଦାରି ଓ ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କୁ ସଫଳତା ଦେବାକୁ ପ୍ରମାଣିତ ହୋଇପାରେ ।

କନ୍ୟା ରାଶି : ଆଜି ଆପଣଙ୍କୁ ଶାରରୀକ କଠିନତା ଦେଖିବାକୁ ମିଲିପାରେ , ସାମାଜିକ କାର୍ଯ୍ୟ କିମ୍ବା ରାଜନୀତି ସହ ଯୋଡି ହୋଇଥିବା ଲୋକ କିଛି ମହତ୍ତ୍ୱପୁର୍ଣ୍ଣ ଉପଲ୍ଲବ୍ଧି ହାସିଲ୍ କରିବେ , ଲମ୍ବା ସମୟରୁ ପରିବାର ଲୋକଙ୍କ୍ ସହ ସୁଖଦ ସମୟ ବ୍ୟତିତ ହେବ , ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ , ଆପଣଙ୍କ ସାଥିରେ ବିନା କେଉଁ ଅପେକ୍ଷା ସଂମ୍ପର୍କରେ ଯୋଗଦାନ କରିବାର ଦିନ ଅଛି , କଠିନ ପରିସ୍ଥିତିରେ ସଠିକ୍ ନିର୍ଣ୍ଣୟ ନେଇପାରନ୍ତି , ମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ତୁଳା – ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ । କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ। ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ ରହିବେ|ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। କଫ, ଶ୍ୱାସ କିମ୍ବା ପେଟର ଯନ୍ତ୍ରଣାରେ ଅସୁବିଧା ହୋଇପାରେ। ଆଜି ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥ ରହିପାରନ୍ତି,ପ୍ରତିକାର– ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ବିଛା – ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ,ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ – ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ |  ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ମକର – ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । କୋଣଭାବସ୍ଥ ତିନୋଟିଗ୍ରହ ପ୍ରଭାବରେ ଆଜି ଭାଇ, ବନ୍ଧୁ ଓ ନିଜର ଲୋକମାନଙ୍କୁ ମନେଇବାରେ ସଫଳ ହେବେ ଯାହାକି ଆଗାମୀ ସମୟ ପାଇଁ କାମରେ ଆସିପାରେ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । ଦୀର୍ଘ ଦନର ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବିବାହିତ ଲୋକ ବାହାରକୁ ବୁଲି ଯାଇପାରନ୍ତି । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ – ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ସମ୍ପର୍ଣ୍ଣ ରହିବ । ଚତୁର୍ଥାଧିପ ଏକାଦଶରେ ଧନାଧିପ ସଂଯୋଗରୁ ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି । ମୁଖ ଭାବରେ ମଙ୍ଗଳ ଓ ବୁଧ ଆପଣଙ୍କ ମନର ଭାବ ଓ ଭାଷାକୁ କଠୋର କରି ସମସ୍ୟା ସୃଷ୍ଟି କରି ପାରନ୍ତି । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ । ବନ୍ଧୁମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଜମିଜମା, କଳକାରଖାନା, ପ୍ଲଟିଂ ବ୍ୟବସାୟରୁ ସୁଫଳ ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ମୀନ – ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ମନ ଭିତରେ ଦୁଃଖ ରହିଥିଲେ ମଧ୍ୟ ହସି ହସି କହିବା କାରଣରୁ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । ଗତକାଲି ଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *