1 ଅପ୍ରେଲ 2020 ବୁଧୁବାର ରାଶିଫଳ – ଏହି ସବୁ ରାଶିଙ୍କ ପାଇଁ ଆଜିର ଦିନଟି ବହୁତ ଭଲ

rasi-phala

ମେଷ – ଉଚ୍ଚଆଶା ସଫଳ ହେବ । ଉତ୍ତରାଷାଢ଼ା ନକ୍ଷତ୍ରରେ ମଙ୍ଗଳ ଥିବାରୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଆଗଭର ହେବେ । ସ୍ଵାସ୍ଥ୍ୟ ଭଲ ରହିବା ସହ କାର୍ଯ୍ୟସିଦ୍ଧି ଘଟିବ । ଯାହା ଚାହୁଁଛନ୍ତି ସେହି ଅନୁସାରେ କାମ କରି ଚାଲିଲେ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଅଫିସ କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ଆଜି ଆପଣ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି । ସନ୍ତାନଙ୍କ ଅଶାନ୍ତ ମନଦେଖି ଚିନ୍ତିତ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ହନୁମାନ ।

ବୃଷ – ନିଜ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସଫଳ ହେବେ । ଶନି ଚତୁର୍ଥାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ପ୍ରତ୍ୟେକ ପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଯେଉଁ କାମରେ ହାତ ଦେବେ, ସେଥିରେ ଅବଶ୍ୟ ସଫଳତା ପାଇବେ । କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ । ଅବଶ୍ୟ ଆର୍ଥିକ ସ୍ଥିତିରେ ଆଂଶିକ ଉନ୍ନତି ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ମିଥୁନ – ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ବୃହସ୍ପତି ନକ୍ଷତ୍ରସ୍ଥ ବୁଧ ଯୋଗୁ ଆଜି ଆପଣ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ । କ୍ରୀଡ଼ା, କଳା ସାହିତ୍ୟ, ସଙ୍ଗୀତ, ନୃତ୍ୟାଦିରେ ସୃ୍‌ଷ୍ଟି ହୋଇଥିବା ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

କର୍କଟ – ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ବଳବାନ୍‌ ରାଶ୍ୟାଧିପତିଙ୍କ ପ୍ରଭାବରେ ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ଜୀବନଯାତ୍ରାକୁ ସ୍ଵାଭାବିକ କରାଇବାରେ ସାହାଯ୍ୟ କରିବ । ବ୍ୟୟଭାବ ପ୍ରତି ଗ୍ରହମାନଙ୍କ ଦୃଷ୍ଟି ଫଳରେ ପାରିବାରିକ ଖର୍ଚ୍ଚ ବଢିବା ଯୋଗୁଁ ମନ ବିଚଳିତ ହୋଇଉଠିବ । ବନ୍ଧୁ ବା ପାଖପୋଡଶୀଙ୍କ ସହ କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ ନଚେତ ଅଯଥାରେ ଶତ୍ରୁତା ସୃଷ୍ଟି ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟ ମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ସିଂହ – ଦ୍ୱାଦଶସ୍ଥ ରାହୁ ଯୋଗୁ କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ପାଇ ମନବଳ ଦୃଢ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

କନ୍ୟା – ଦିନଟି ମଶ୍ରଣ ଫଳ ପ୍ରଦାନ କରିବ । ଅଷ୍ଟମାଧିପତି ଧନସ୍ଥାନସ୍ଥ ଯୋଗୁଁ ଆର୍ଥିକ ଅଭାବ ସଙ୍ଗକୁ ପ୍ରତ୍ୟେକ କାମ ବହୁତ ବିଳମ୍ବରେ ହେଉଥିବାରୁ ମନରେ ବ୍ୟସ୍ତତା ବଢିଯିବ । ଯେ କୌଣସି କାର୍ଯ୍ୟରେ କରିଲେ ମଧ୍ୟ ମନ ସ୍ଥିରତା ନ ରହିବା ହେତୁ କାର୍ଯ୍ୟଗୁଡିକ ଅସମ୍ପୂର୍ଣ୍ଣ ରହିଯିବ । କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡ଼ିବ । କୌଣସି ଖଳ ଲୋକଙ୍କ କଥାରେ ପଡ଼ି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବାକୁ ପଡ଼ିପାରେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ତୁଳା – ସାରାଦିନ ଅଶାନ୍ତି ମୁକ୍ତ ରହିବେ କିନ୍ତୁ ବୁଧଙ୍କ ସ୍ଥିତି ପ୍ରଭାବରେ ଜିନିଷପତ୍ର ସଙ୍ଗେ ଆର୍ଥିକ ହାନୀର ସମ୍ମୁଖୀନ ହେବାକୁ ପଡିପାରେ । ତଥାପି ବୃହସ୍ପତି ପ୍ରଭାବରୁ ପାରିବାରିକ କ୍ଷେତ୍ରରେ ଉନ୍ନତ ମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଏବଂ ପାରିବାରିକ ବ୍ୟୟ ଅଧିକ ହେବ । କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ । ପରିବାରରେ ମନାମାଳିନ୍ୟ ଦେଖା ଦେଇପାରେ । କୌଣସି ପ୍ରକାରର ଅଭାବ ନ ଥିଲେ ମଧ୍ୟ ଆଜି ବନ୍ଧୁଙ୍କ ସଦ୍ଭାବ କିମ୍ବା ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା – ଦିନଟି ମଧ୍ୟମ ଫଳ ପ୍ରଦାନ କରିବା । ରାଶ୍ୟାଧିପ ଉଚ୍ଚ ସ୍ଥାନରେ ରହିଲେ ମଧ୍ୟ ଅନ୍ୟ ଦୁଇଟି ଗ୍ରହ ଉଦ୍ୟମ ଓ ଚିନ୍ତାଧାରାରେ ବ୍ୟତିକ୍ରମ ସୃଷ୍ଟି କରିବେ । ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । ଦଶମାଧିପ ଶୁକ୍ର କୋଣଭାବରେ ଅବସ୍ଥାନ କରି ବିଳାସବ୍ୟସନ ଦିଗକୁ ଟାଣି ନେଲେ ମଧ୍ୟ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ବଢିପାରେ, ଯାହାଫଳରେ ମନ ବିଚଳିତ ହୋଇଉଠିବା । ଆର୍ଥିକ ସ୍ଥିତି ଶୋଚନୀୟ ହୋଇପାରେ । ଘରେ ଚାଲିଥିବା ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ଧନୁ – ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ରାଶିରେ ପାପଗ୍ରହମାନେ ଅବସ୍ଥାନ କରିଥିବା ଯୋଗୁଁ କୌଣସି ବ୍ୟକ୍ତିକୁ ବିଶ୍ଵାସ କରି ଯେକୌଣସି କାର୍ଯ୍ୟ କରିବେ ହଇରାଣରେ ପଡ଼ିପାରନ୍ତି । ମାନସିକ ଏକାଗ୍ରତାର ଅଭାବ ରହିପାରେ । ଅଶ୍ଳେଷା ନକ୍ଷତ୍ର ସକାଶେ ସାମୟିକ ଭାବରେ ପ୍ରିୟଜନଙ୍କ ଅନୁପସ୍ଥିତି କିମ୍ବା ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ । ପାଖ ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନବଳ ଖୁବ୍‌ ଟାଣ କରିବ । ଶାରୀରିକ ସୁସ୍ଥତା ସହ ରୋଗପୀଡ଼ାରୁ ଉପଶମ ପାଇବେ । ଲେଖାପଢ଼ା ତଥା ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମକର – କୌଣସି ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତା ବୃଦ୍ଧି ପାଇପାରେ । ଏକାଧିକ ଗ୍ରହ ରାଶିରେ ଅବସ୍ଥାନ ଯୋଗୁଁ ଆର୍ଥିକ ଅଭିବୃଦ୍ଧି କରିବା ସହ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିବ । ପ୍ରଶାସନ, କଳା ,ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇ ପାରନ୍ତି । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ନିଜସ୍ଵ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହେବ ସହ ଉନ୍ନତି ମୂଳକ ପଦକ୍ଷେପ ନେବେ । କିନ୍ତୁ ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

କୁମ୍ଭ – ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ନିଜର ବ୍ୟବହାର ପ୍ରତି ଟିକେ ସତର୍କ ରହନ୍ତୁ । ଦେବଗୁରୁ ବୃହସ୍ପତିଙ୍କ ଅନୁକମ୍ପାରୁ କୌଣସି ନୂତନ ଯୋଜନା ବିଷୟରେ ପରିକଳ୍ପନା କରିବେ, ଯାହା ଭବିଷ୍ୟତରେ ବିଶେଷ ଫଳପ୍ରଦ ସାବ୍ୟସ୍ଥ ହେବ । କର୍ମକ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନଥିଲେ ମଧ୍ୟ ମନରେ ଶାନ୍ତି ଅନୁଭବ କରିପାରିବେ ନାହିଁ । ଦାମ୍ପତ୍ୟ ଜୀବନରେ ପ୍ରେମ ସଂପର୍କ ନିବିଡ଼ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମୀନ – ପୁରାତନ ରୋଗର ଉପଶମ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ । ଉଚ୍ଚାରୋହୀ ରବି ଓ ମଙ୍ଗଳ ପ୍ରଭାବରେ ସରକାରୀ ସ୍ତରରୁ ଆର୍ଥିକ ସାହଯ୍ୟ ଲାଭକରି କେତେକାଂଶରେ ଖୁସି ରହିବେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଅଶ୍ୱିନୀ ନକ୍ଷତ୍ର ଅତୀତ ଘଟଣାକୁ ନେଇ ଅସ୍ଥିରତା ପ୍ରକାଶ କରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ରାଜନୀତିରେ ସମାଲୋଚିତ ହୋଇ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ । ଗୁରୁତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

Leave a Reply

Your email address will not be published. Required fields are marked *