13 ମାର୍ଚ 2020 ଶୁକ୍ରବାର ରାଶିଫଳ – କେମିତି କଟିବ ଏହି ସବୁ ରାଶିଙ୍କ ଭାଗ୍ୟ

rasi-phala

ମେଷ – ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ ଓ ଆତ୍ମ ବିଶ୍ୱାସ ଅତୁଟ ରହିବ । ଆଜି ବୃହସ୍ପତି ରବିଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚେଷ୍ଟା ନିଶ୍ଚିତ ଫଳବତୀ ହୋଇପାରିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନଙ୍କର ପଦୋନ୍ନତି ହେବ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ଆଜି ଆପଣଙ୍କ ଅତି ପ୍ରିୟ ବନ୍ଧୁ ଆପଣଙ୍କ ଘରକୁ ଆସି ଭେଟି ପାରନ୍ତି । ବକ୍ତବ୍ୟ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ, ନଚେତ୍ କ୍ଷତିରେ ପଡ଼ିପାରନ୍ତି । କେତେକ କ୍ଷେତ୍ରରେ ନୀରବତା ରହିବା ଶ୍ରେୟସ୍କର ହେବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ନାରାୟଣ ।

ବୃଷ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଭାଗ୍ୟକର୍ମାଧିପ ଚତୁର୍ଥାଧିପଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆପଣଙ୍କ ଉଦ୍ୟମରେ ସିଦ୍ଧିଲାଭ ହୋଇପାରେ । ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଲେ ମଧ୍ୟ ଦୃଢ ମନୋବଳ ଉଚ୍ଚତର ଚରମ ଶିଖରକୁ ନେଇଯିବ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ ଏବଂ ଅଧିକାରୀଙ୍କ ଅନୁକମ୍ପାରୁ ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ ରହିଛି । ବେରୋଜଗାର ଯୁବକମାନଙ୍କୁ ଘରୋଇ କମ୍ପାନୀରେ ଚାକିରି ପାଇବାର ସୂଚନା ମିଳିବ । କୌଣସି ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଉପହାର ପାଇବା ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ନିଜ ପିଲାମାନଙ୍କ ସହିତ ଖୁସିରେ ଦିନଟି ଅତିବାହିତ କରିବେ ଏବଂ ଜୀବନ ସାଥୀଙ୍କ ସହିତ ଏକ ସନ୍ତୋଷଜନକ ଜୀବନ ଉପଭୋଗ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ

ମିଥୁନ – ଆପଣଙ୍କ ପାଇଁ ଦିନଟି କୌତୂହଳପୂର୍ଣ୍ଣ ରହିବ ଓ ଲୋକପ୍ରିୟତା ବୃଦ୍ଧି ପାଇବ । ଧନାଧିପ ଚନ୍ଦ୍ର କେନ୍ଦ୍ରସ୍ଥାନରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରତିକୂଳ ନ ହେଲେ ମଧ୍ୟ ବ୍ୟୟବୃଦ୍ଧି ନିମନ୍ତେ ମନରେ ବିରକ୍ତି ଭାବନା ଜାତ ହୋଇପାରେ । ବ୍ୟବସାୟ ହେବା କାରଣରୁ ମନ ଖୁସି ରହିବେ । ସରକାରୀ କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ସମସ୍ତଙ୍କ ସହ ମିଳିମିଶି କାମ କରିବେ ଓ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଅଧିକ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

hgdgsjf

କର୍କଟ : ପରିକ୍ଷାର୍ଥି ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବେ । ଆପଣଙ୍କ ମାନସିକ ବିଚଳିତ ହୋଇପାରେ କିନ୍ତୁ ପାଠପଢାରେ ମନଦିଅନ୍ତୁ । ଅଧିକ ଚିନ୍ତା ଗ୍ରସ୍ତ ନହୋଇ ପରୀକ୍ଷାରେ ଭଲ କରିବାକୁ ଚେଷ୍ଟା କରନ୍ତୁ । ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଯଦି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଆପଣ କାହା ସହିତ ଉଗ୍ର ଚର୍ଚ୍ଚା ମନମାଳିନ୍ୟକୁ ଟାଳିବାରେ ସଫଳ ହୋ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

ସିଂହ:– ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ। ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ବିଦ୍ୟାରେ ଉନ୍ନତି ହେବ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

କନ୍ୟା:– ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। ଚାକିରୀ ଜୀବିମାନେ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନେ ନୂତନବନ୍ଧୁଙ୍କୁପାଇ ଖୁସୀଅନୁଭବ କରିବେ। ପ୍ରତିଯୋଗିତା ପରିକ୍ଷାରେ ଉତ୍ତିର୍ଣ୍ଣହେବେ। ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ଗ୍ରହଣ କରନ୍ତୁ ନାହିଁ।

ତୁଳା – ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । କର୍ମାଧିପତି ଚନ୍ଦ୍ର ଅଷ୍ଟମ ଭାବରେ ଅବସ୍ଥାନ କରିଥିବାରୁ କାର୍ଯ୍ୟକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ, ତଥାପି କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କୌଣସି ବ୍ୟକ୍ତିଙ୍କ ସହ ମନାନ୍ତର ହୋଇପାରେ । କର୍ମକ୍ଷେତ୍ରରେ ସମସ୍ୟା ଦୂରେଇ ଯିବ ଏବଂ ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ମଧ୍ୟ ସମାଧାନ ହୋଇଯିବ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ । କୋର୍ଟ କଚେରୀ ମାମଲାରୁ ଦୁରେଇ ରୁହନ୍ତୁ ଓ ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ପ୍ରେମ ସାଗରରେ ବୁଡ଼ ପକାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଙ୍ଗଳା ।

ବିଛା – ଦିନଟି ଆପଣଙ୍କ ଲାଗି ଅନୁକୂଳ । ବୁଧ ଷଷ୍ଠଭାବସ୍ଥ ଯୋଗୁ ଯେକୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ଭଲ । ଅଫିସରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ସମ୍ଭାବନା । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ । ବନ୍ଧୁବର୍ଗଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅପଚେଷ୍ଟା କରି ଧରାପଡ଼ି ଯାଇପାରନ୍ତି । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ଧନୁ – ମନରୁ ନକରାତ୍ମକ ଚିନ୍ତାଧାରା ଦୂର କରନ୍ତୁ; ଭଗବାନଙ୍କ ଉପରେ ଭରସା ରଖନ୍ତୁ । କେନ୍ଦ୍ରସ୍ଥ ଚନ୍ଦ୍ର ଲୋକସମ୍ପର୍କ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଅର୍ଥର ଅଭାବ ଅନୁଭବ କରିବେ ଏହା ସଙ୍ଗକୁ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବେ । ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକ କେହି ଜଣେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର କରିବା ଲାଗି ଚେଷ୍ଟା କରିବେ । ଶେୟାର ବଜାର, ପ୍ଲଟିଙ୍ଗ୍‌ କାରବାର କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବାର ଆଶା ରହିଛି । ଘରୋଇ କମ୍ପାନୀରେ କାମ କରୁଥିବା କର୍ମଜୀବିମାନେ ସ୍ଥାନ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ । ପରିବାରରେ ଭାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର ରାଶି : ଆଜି ଆପଣଙ୍କୁ ଚାକିରିପେଶାରେ ନିଜ କ୍ଷେତ୍ରରେ ମାଧ୍ୟମରୁ ବଡ ପଦ ମିଳିବାର ସ୍ଂମ୍ଭାବନା ଅଛି , ଆପଣଙ୍କ ପଇସାର ସ୍ଥିତି, ଘରୋଇ ସୁଖସୁବିଧା ଆଦିରେ ସୁଧାର ଆସିବାରପ୍ରୟାସ କରନ୍ତୁ , ମିଳାମିଶା ପ୍ରତିକ୍ରିୟାଗୁଡିକରୁ ଲକ୍ଷ୍ୟ ପ୍ରଭାବିତହେବ , ବ୍ୟବସାୟରେ ଲାଭରେ ନିଜକୁ ଅନୁକୁଳ ପ୍ରତିସ୍ଥିତି ରେ ପାଇବେ , ଅଫିସ୍ ରେ କଥା ରଖିବାର ପୁରା ମଉକା ମିଳିବ , ମାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ସନ୍ତାନର ଦାୟିତ୍ୱ ପୁର୍ତ୍ତି ହେବ ।

କୁମ୍ଭ ରାଶି : ଆଜି ଆପଣ ବ୍ୟସ୍ତତା କିମ୍ବା ଜୋସ୍ ରେ ଆସିକରି ଏମିତି ବାଦା କରିପାରନ୍ତି ଯାହା ନିଭାଇବା ଆପଣଙ୍କ ପାଇଁ କଠିନ ହୋଇପାରେ , କେଉଁ ପ୍ରକାରର ଶାରରୀକ ମାନସିକ ବୋଝ ଆଣିବା ଦ୍ୱାରା ଆଜିର ଦିନ ଠିକ୍ ନାହିଁ , ଅଧ୍ୟୟନରେ ରୁଚି ବଢିବ , ନିଜ କାମରେ ବହୁତ ବାଧା କୁ ପାର୍ କରିବାକୁ ହେବ , ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଆଶାତିତ ସଫଳତା ମିଳିପାରିବ , ସ୍ଂମ୍ପର୍କରେ ନିକଟତା ଆସିବ , ଯୁକ୍ତି କିମ୍ବା ଚର୍ଚ୍ଚାରୁ ଦୁରେଇ ରୁହନ୍ତୁ , ଉଧାର ଦେଇଥିବା ପଇସା ଫେରିପାଇବେ ।

ମୀନ ରାଶି : ଆଜି ଆପଣଙ୍କ ମନରେ ଟିକିଏ ଅନିଶ୍ଚିତତା ଭାବନା ରହିବ , ଆପଣ ସେହି ପୁର୍ତ୍ତିକୁ ଆକ୍ରମତତାରେ କରନ୍ତୁ ନାହିଁ , ଜୀବନସାଥୀ ସହ ଆପଣ କେଉଁ ଆଡେ ବୁଲିବାକୁ ଯାଈପାରନ୍ତି , ଏଥିରେ ମନ ପ୍ରସନ୍ନ ରହିବ , ବିଜେନେସ୍ କରୁଥିବା ଲୋକଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡିପାରେ , ମୋଦ୍ରିକ ଲାଭରୁ ପରିସ୍ଥିତି ଅନୁକୁଲତା ରହିବ , ପାରିବାରିକ ଜୀବନରେ ସୁଖମୟ ରହିବ , କିନ୍ତୁ ବ୍ୟବସାୟରେ ଚିନ୍ତା ରହିବ , ଆପଣଙ୍କ ଯୋଜନା ବଡ୍ ପରିବର୍ତ୍ତନ ହେବାର ସଂମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *