12 ମାର୍ଚ 2020 ରାଶିଫଳ – ଏହି ସବୁ ରାଶି ଉପରେ ମାହା ଲକ୍ଷ୍ମୀ ହେଲେ ପ୍ରସନ୍ନ

rasi-phala

ମେଷ – ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ଆଜି ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି ଯୋଗୁ ମନ ମୁତାବକ କାମ କରିବାରେ ବିଫଳ ହେବେ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭ କରିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଆକସ୍ମିକ ଭାବରେ ଅଫିସ୍‌ରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମୟ ବିତିବ । କୋର୍ଟ କଚେରୀ ଧନ୍ଦା ମଧ୍ୟରେ ଅସ୍ୱସ୍ତି ବଢ଼ିବ ଓ ସମୟ ଗଡ଼ିଚାଲିବ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

ବୃଷ – ଦିନଟି ମିଶ୍ରଣ ଫଳ ପ୍ରଦାନ କରିବା । ଧନସ୍ଥ ରାହୁ ଓ ଧନାଧିପଙ୍କ ଦୁର୍ବଳତା କାରଣରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବ । ଆନୁଷ୍ଠାନିକ କାମ, ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ । ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରି ପାଇବେ । ରାଜନୀତି ଓ ସାଂଗଠନିକ ସ୍ତରରେ ଉଚ୍ଚ ପଦାଧିକାରୀଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ – ଆଜି ଭାଗ୍ୟସ୍ଥାନରେ ଚନ୍ଦ୍ର ଅଷ୍ଟମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚୟ ପାଇବେ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କବିତର୍କ ହେତୁକ ମନ ସାମୟିକ ଭଲ ରହି ନ ପାରେ । ବ୍ୟବସାୟର ପ୍ରଚାର ପ୍ରସାର କରିବା ପାଇଁ ଚିନ୍ତା କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ । କର୍ମର୍କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ । ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହାକି ହଠାତ୍‌ କୌଣସି ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ଜଣେ ବନ୍ଧୁଙ୍କ ମାର୍ଗ ଦର୍ଶନ ଫଳରେ ସମସ୍ୟା ସାମୟିକ ଭାବରେ ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ – ପାପଗ୍ରହଙ୍କ କୁପ୍ରଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । କିନ୍ତୁ ଅଶ୍ଳେଷା ନକ୍ଷତ୍ର ଯୋଗୁ କର୍ମବ୍ୟସ୍ତତା ବୃଦ୍ଧି ପାଇପାରେ । ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରନ୍ତି । ଉତ୍ତରାଷାଢା ନକ୍ଷତ୍ର ସକାଶେ ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହେବ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ବନ୍ଧୁଙ୍କ ସହ ନୂତନ ସମ୍ପର୍କ ସ୍ଥାପନ ହୋଇପାରେ । କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶିଯାଇ ପାରନ୍ତି । ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟା ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ସିଂହ – ସ୍ୱଭାବ ଉଚ୍ଚମାନର ରହିବ, ମନ ଖୁସି ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ । ରାଶିରେ ଷଷ୍ଠସ୍ଥ ଶନି ଓ ରବିଙ୍କ ସୁଦୃଷ୍ଟିରୁ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ । ବାଦବିବାଦ ସମାଧାନ କରିବାରେ ସଫଳତା ମିଳିବ । ବ୍ୟବସାୟୀମାନଙ୍କର ବକେୟା ଆର୍ଥ ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ ଏବଂ ନୂଆ ନେଣଦେଣ ହୋଇପାରେ । ସହଭାଗୀତାଙ୍କ ପ୍ରତି ସତର୍କ ରୁହନ୍ତୁ । ଶେୟାର ବଜାରରେ ପୁଞ୍ଜି ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭଦାୟକ ରହିବ । ଚାକିରୀଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ଯାଏଁ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ଯାତ୍ରା କାଳରେ କିମ୍ବା କର୍ମକ୍ଷେତ୍ରରେ ନିଜର ଅସାବଧାନତାବଶତଃ ଧନ ହାନି କିମ୍ବା ଆଘାତପ୍ରାପ୍ତ ହୋଇପାରନ୍ତି । ସଭାସମିତିରେ ଅନ୍ୟର ମନ୍ତବ୍ୟକୁ ସମାଲୋଚନା କରିପାରନ୍ତି, ଯାହା ପରବର୍ତ୍ତୀ ସମୟରେ ସମସ୍ୟାର ରୂପ ନେଇପାରେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ମାଲି ମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ମନ ଉଣାହେବ । ପରିବାର ଜୀବନରେ ଆନନ୍ଦ ଉଲ୍ଲାସ ଦେଖାଦେବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ତାରିଣୀ ।

କନ୍ୟା – ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସଂଚାର ହେବ । ଏକାଦଶାଧିପତି ଚନ୍ଦ୍ର ଧନସ୍ଥାନସ୍ଥ ଯୋଗୁଁ ଅର୍ଥଲାଭ, କାର୍ଯ୍ୟସିଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ଓ ସହେଯାଗରୁ ଉତ୍ସହିତ ହେବେ । ବ୍ୟବସାୟରେ କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । ଯଦି ଆପଣ ବ୍ୟବସାୟରେ ଏକ ସହଭାଗୀତା କରିବାକୁ ଯୋଜନା କରୁଛନ୍ତି, ତେବେ ସହଭାଗୀତ କରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ । ରାଜନୀତିରେ କୂଟନୀତିର ଶୀକାର ହେବେ । କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହେବେ । ଆଇନଗତ ମାମଲାରେ ଟଙ୍କା ଖର୍ଚ୍ଚ ହୋଇପାରେ । ଦୂର ସ୍ଥାନରେ ରହୁଥିବା ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହେବାର ସମ୍ଭାବନା ଅଛି । ବୈବାହିକ ଜୀବନରେ ସାମାନ୍ୟ ମତାନ୍ତର ଦେଖାଦେଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ତୁଳା – ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଗ୍ରହଙ୍କ ଅନକୂଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସଙ୍ଗେ ସଙ୍ଗେ ମାନସିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ଧ୍ୟାନ କେନ୍ଦ୍ରୀଭୂତ କରିବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଷ୍ପତ୍ତି ବା କୌଣସି ପଦକ୍ଷେପ ନେବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ପରାମର୍ଶ ନିଅନ୍ତୁ । କୌଣସି ଅପରିଚିତ ବ୍ୟକ୍ତିଙ୍କ ସହିତ ଅଯଥା ବିବାଦ ଉପୁଜିପରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଆକସ୍ମିକ ଭାବେ ଧାତୁ, ଅଳଙ୍କାର କିମ୍ବା ବସ୍ତ୍ରଭୂଷଣ ଲାଭ କରିପାରନ୍ତି । ପରିବାରରେ ସାହାଯ୍ୟର ଅଭାବ ରହିବ ନାହିଁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀଗଣେଶ ।

ବିଛା – ଭଗବାନଙ୍କୁ ପୂଜାର୍ଚ୍ଚନା କରନ୍ତୁ, ମନକୁ ଶାନ୍ତି ମିଳିବ । ବିଶାଖ ନକ୍ଷେତ୍ର ଯୋଗୁଁ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ । ଯାହାଫଳରେ କର୍ମକ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାର ଗତି ମନ୍ଥର ହୋଇଯିବ । ତଥାପି ଆର୍ଥିକ ସ୍ଵଚ୍ଛଳତା କ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ । ବ୍ୟବସାୟରେ ଆର୍ଥିକ ରୋଜଗାର ନିମନ୍ତେ ଅନେକ ସୁବିଧା ସୁଯୋଗ ମିଳିବ । ସରକାରୀ କର୍ମଚାରୀମାନେ ଯେତେ ପରିଶ୍ରମ କରିଲେ ମଧ୍ୟ ପ୍ରଶଂସା ବଦଳରେ ସମାଲୋଚନର ପାତ୍ର ହେବେ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ପାରସ୍ପରିକ ଆଲୋଚନା ଓ ବୁଝାମଣା ମାଧ୍ୟମରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ । ସନ୍ତାନଙ୍କ ଠାରୁ ଭଲ ଖବର କିମ୍ବା ସୂଚନା ପାଇପାରିବେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ – ଗ୍ରହସ୍ଥିତିର ସାମ୍ୟତା ଆପଣଙ୍କ ଦିନଚର୍ଯ୍ୟା ସକାଶେ ଶୁଭଙ୍କରୀ ହେବ । ଗ୍ରହରେ ଶୁକ୍ରଙ୍କ ସୁପ୍ରଭାବ ଯୋଗୁଁ ବନ୍ଧୁଙ୍କ କଥାରେ ପଡି ମନୋରଞ୍ଜନ କାର୍ଯ୍ୟରେ ରୁଚି ବଢିବ । ଯାହା ଚାହୁଁଛନ୍ତି ସେହି ଅନୁସାରେ କାମ କରି ଚାଲିଲେ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଆର୍ଥିକ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ମଧ୍ୟ ଲାଭ ପାଇପାରିବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଅଫିସ କାମ ତରବରିଆ ଭାବେ କରନ୍ତୁ ନାହିଁ । ଗୃହସୀମା ଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ସମ୍ପର୍କୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କାମରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟିର ସୂଚନା ମଧ୍ୟ ରହିଛି । ପ୍ରତିବେଶୀଙ୍କ ସହ ଭଲ ସମ୍ପର୍କ ସାହାଯ୍ୟକାରୀ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ବାବା କପିଳାସ ।

ମକର – ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ରାଶିସ୍ଥ ଶନି ହେତୁ ବିଶେଷ ଅସୁବିଧା ନହେଲେ ମଧ୍ୟ ଥଣ୍ଡାକାଶ ଜନିତ ଅସୁସ୍ଥତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମ ସକାଶେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ବନ୍ଧୁ ମାଧ୍ୟମରେ ଅର୍ଥ, ଗୃହୋପଯୋଗୀ ଜମିଜମା କାରବାର ସହ ସରକାରୀ ସ୍ତରରେ ସ୍ଥଗିତ କାଗଜପତ୍ରକୁ ତ୍ୱରାନ୍ୱିତ କରିପାରିବେ । ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ । ରାଜନୀତି, ଆଇନ ଅଦାଲତ, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ – ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ ।ଆଜି ଚନ୍ଦ୍ରଙ୍କ ଦ୍ୱାରା ବିପରୀତ ରାଜଯୋଗ ସୃଷ୍ଟି ହେଉଥିବାରୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ଅବଶ୍ୟ ସଫଳତା ପାଇବେ । ମନେ ମନେ ଯାହା ଭାବୁଛନ୍ତି ତାହା କେତେକାଂଶରେ ପ୍ରାପ୍ତିର ସମ୍ଭାବନା ରହିଛି । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ପରିବାରଜନଙ୍କ ସହଯୋଗ ମିଳିବ । କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବଂ ତହିିଁରେ ଲାଭ ପାଇବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମୀନ – ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବା । ଆଜି ଚନ୍ଦ୍ର ସମେତ ଅନ୍ୟ ଗ୍ରହଙ୍କ ଶୁଭତ୍ୱ କାରଣରୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଏବଂ ବୁଝାମଣା ମାଧ୍ୟମରେ ପାରିବାରିକ ଶାନ୍ତି ଫେରି ଆସିବ । ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ଭଲ । ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଖବର ମିଳିବ । ଯୌଥ ବ୍ୟବସାୟରେ ଲାଭାନିତ୍ଵ ହେବେ । ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାକୁ ସମ୍ମୁଖୀନ କରିବେ, ଯାହାଫଳରେ ଆପଣଙ୍କ ମନ ବିଭ୍ରାନ୍ତ ହୋଇପାରେ । ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *