10 ମାର୍ଚ 2020 ରାଶିଫଳ , ଏହି ସବୁ ରାଶିରେ ପଡିଲା ମଙ୍ଗଳ ରାଶିର କୃପା

rasi-phala

ମେଷ – ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।  ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ।ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହବା ପାଇଁ ଉପଦେଶ |ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ ,ପ୍ରତିକାର:- ପିତାମାତାଙ୍କର ସେବାକରିବା ଆବଶ୍ୟକ

ବୃଷ : ଆଜି ଆପଣଙ୍କୁ ଲାଗିବ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ । ଆପଣଙ୍କ ସ୍ଵଭାବରେ ଆଜି କିଛି ଅଧିକ ସମ୍ବେଦନଶୀଳତା ରହିବ। କାର୍ଯ୍ୟ ସଫଳତାରେ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ରହିବେ। ଯଶ ଏବଂ କୀର୍ତ୍ତିରେ ମଧ୍ୟ ବୃଦ୍ଧି ହେବ। ମା’ ଘର ପଟରୁ ଭଲ ସମାଚାର ପ୍ରାପ୍ତ ହେବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପ୍ରସନ୍ନତା ଅନୁଭବ କରିବେ। ପାରିବାରିକ ସୁଖ-ଶାନ୍ତି ରହିବ। ଯାତ୍ରା ଏବଂ ପର୍ଯ୍ୟଟନର ସମ୍ଭାବନା ଅଧିକ ଅଛି।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମିଥୁନ : ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ । ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର୍ଯ୍ୟ ଏବଂ ସୃଜନାତ୍ମକ କାର୍ଯ୍ୟ କରିବାରେ ଆଗକୁ ବଢ଼ିବେ। ଆକସ୍ମିକ ଖର୍ଚ୍ଚର ଯୋଗ ଅଛି। ମଧ୍ୟାହ୍ନ ପରେ କାର୍ଯ୍ୟରେ ସଫଳତା ମିଳିବାରୁ ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଆଜି ଯଶ ଏବଂ କୀର୍ତ୍ତି ମଧ୍ୟ ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆଜି ସହକର୍ମିମାନଙ୍କର ଭଲ ସହଯୋଗ ପ୍ରାପ୍ତ କରିବେ। ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

କର୍କଟ – ଆଜି ଆପଣଙ୍କ କାହାସହ ନୂଆ ସମ୍ପର୍କର ସ୍ଥାପନା ହୋଇପାରେ । ଦେଖନ୍ତୁ ଏ ସମ୍ପର୍କ ଆପଣଙ୍କୁ କେଉଁଠି ନେଇଯାଇଛି । ଏହା ସହ ସେ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାନ୍ତୁ ଯେ ଆପଣଙ୍କୁ ମାର୍ଗ ଦେଖାଇଛନ୍ତି ।  ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି । ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ। ମାତାଙ୍କ ତରଫରୁ ଲାଭ ହେବ। ଯାତ୍ରାର ଯୋଗ ଅଛି।ପ୍ରତିକାର– ଆରାଧ୍ୟା ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ସିଂହ ରାଶି  : ଆଜି ନୁଆ ଜବ୍ କିମ୍ବା ବିଜନେସ୍ କରିପାରନ୍ତି , ପ୍ରେମ ସଂବନ୍ଧ ପାଇଁ ଦିନ ଭଲ ଅଛି , ପରିବାରକୁ ନେଇ ଭାବୁକ ହୋଇପାରନ୍ତି , ଆଜି ସଫଳତାକୁ ଦେଖି ନୁଆ ସଫଳତାର ରାସ୍ତା ତିଆରି କରିବେ , ପାର୍ଟି ଓ ପିକନିକ୍ ରେ ଆନନ୍ଦ ପ୍ରାପ୍ତ ହେବ , ବୌଦ୍ଧିକ କାର୍ଯ୍ୟ ସଫଳ ହେବ , ସଂଙ୍ଗୀତ ଇତ୍ୟାଦି ରୁଚି ବଢିବ ।

କନ୍ୟା ରାଶି : ଆଜି ଲାହ କମାଇବାରେ ଅବସର ପାଇବେ , ଆପଣଙ୍କ ପ୍ରତିଧ୍ୱନ୍ଧୀଙ୍କର ନଜର ରଖିବା ଉଚିତ୍ ହେବ ଯେଉଁ ମନୋରଞ୍ଜକ ହେବ ତାହା ଆନନ୍ଦ ପ୍ରଦାନ କରିବ , ଏକ ଶାନ୍ତ ମନରେ ଆପଣଙ୍କ  ଅଧିକାଂଶ କାର୍ଯ୍ୟ ପୁରା କରିବାରେ ସାହାଯ୍ୟ ମିଳିପାରେ , ପରିଶ୍ରମରୁ ଅଧିକା ଲାଭ କମ୍ ହେବ । କଟୁ ଲୋକଙ୍କର ହାନି ହୋଇପାରେ ,

ତୁଳା ରାଶି : ପରିବାର ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ , ବ୍ୟବସାୟ ବିସ୍ତାର କରିବାପାଇଁ ଏହି ସମୟ ଭଲ ଅଛି , ବିର୍ତ୍ତିୟ ସ୍ଥିତିରେ ସୁଧାର ଆସିବ , ଅନାବଶ୍ୟକ ଖର୍ଚ୍ଚରୁ ଦୁରେଇ ରୁହନ୍ତୁ , ପରିବାରର ସାହାଯ୍ୟରୁ ଆପଣଙ୍କ ଆର୍ଥିକ  ଅବସ୍ଥା ଖରାପ ହୋଇପାରେ,  ବେପାରରେ ପ୍ରଗତି ହେବ , ସ୍ୱାୟୀ ସଂମ୍ପତ୍ତି କାର୍ଯ୍ୟ ବଡ ଲାଭ ଦେଇପାରେ , ରୋଜଗାର ପ୍ରତି ପ୍ରୟାସ ସଫଳ ହେବ ।

ବିଛା ରାଶି : ବିଦ୍ୟାର୍ଥି ବର୍ଗ ପରିକ୍ଷା ଓ ସାକ୍ଷାତକାର ପରୀକ୍ଷାରେ ଆଦି ସଫଳତା ପାଇବେ , ବେପାରିକ ଓ ବ୍ୟବସାୟିକ ସଂନ୍ଧର୍ଭରୁ ପରିଶ୍ରମ ଓ ପ୍ରଭାବଶାଳି ବ୍ୟକ୍ତିଙ୍କର ସହାୟତାରେ ନିଜ ସ୍ଥିତିକୁ ସୁଧାର ଆଣିବେ , ନିଦ୍ଧାରିତ କାମରେ ସଫଳତା ପାଇବେ , କାମ ଧନ୍ଦାରେ ନିଜ ମାମଲାରେ ଅଧିକା କ୍ରୋଧି ହୋଇପାରନ୍ତି , ପ୍ରତିସ୍ପଦୀ ଉପରେ ବିଜୟ ହାସିଲ୍ କରିବେ , ଚାକିରିରେ ଉଚ୍ଚଅଧିକାରୀନକ୍ ଦ୍ୱାରା ପ୍ରସନ୍ନତା ପାଇବେ

ଧନୁ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ । ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ- ଶାନ୍ତିରେ ଦିନ କଟିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। କାର୍ଯ୍ୟରେ ଯଶ ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ମିଳିବ। ନିଜର ଅଧୀନସ୍ଥ ବ୍ୟକ୍ତିମାନଙ୍କ ଏବଂ ସହକର୍ମିମାନଙ୍କର ସହଯୋଗ ପ୍ରାପ୍ତ କରି ପାରିବେ। ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ମକର : ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ । ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାପାଇଁ ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ରାଶି ପ୍ରାପ୍ତ ହେବ। ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ। ଆୟର ମାତ୍ରା ବଢ଼ିବ। କୌଟୁମ୍ବିକ ମାହୌଲ ଆନନ୍ଦମୟ ରହିବ। ମାନ ସମ୍ମାନ କିମ୍ବା ଉଚ୍ଚ ପଦର ପ୍ରାପ୍ତି ହେବ।ପ୍ରତିକାର :- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ।

କୁମ୍ଭ : ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ ନାହିଁ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା କରିପାରନ୍ତି। ଚାକିରି କିମ୍ବା ବ୍ୟବସାୟ ସ୍ଥଳରେ ପରିବାର ମଧ୍ୟରେ ମନମାଳିନ୍ୟ ହେବ।ପ୍ରତିକାର : ଅସହାୟ ଓ ବିଧବାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

ମୀନ : ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ । ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ। ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ପରୋପକାର କାର୍ଯ୍ୟ କରି ଧନ୍ୟ ଅନୁଭବ କରିବେ।ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *