କଏନ ଉପରେ ଏମିତି ଅଲଗା ଅଲଗା ଚିହ୍ନ ରହିବାର କାରଣ କଣ – ଆସନ୍ତୁ ଜାଣିବା ସେ ବିଷୟରେ

coni-coin

ଦୁନିଆ ରେ ଏମିତି ବହୁତ ଜିନିଷ ଅଛି ଯାହାକୁ କି ଆମେ ବହୁତ ସମୟ ଆଉ ବହୁତ ଥର ବ୍ୟବହାର କରୁଛୁ ମାତ୍ର ଆମେ ଜାଣିନାହୁଁ କି ତାହାର ଅଭୂତଥାନ କେଉଁଠୁ ହେଇଥିଲା। ଉଦାହରଣ ସ୍ୱରୂପ ଆମ ଦୈନନ୍ଦିନ ଜୀବନ ରେ ବ୍ୟବହାର ହେଉଥିବା କଏନ। ଏହାକୁ ଆମେ ବହୁତ ଥର ଆଉ ବହୁତ ଆଡେ ବ୍ୟବହାର କରୁଛୁ। ମାତ୍ର କଣ ଆମେ ଜାଣିଛୁ କି ଏହି କଏନ ଗୁଡିକ କେଉଁଠି ତିଆରି ହେଉ ଅଛି।

ସିକ୍ୟୁରୀଟି ପ୍ରିଣ୍ଟିଂଗ ଏଣ୍ଡ ମିଣ୍ଟିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଆଜି ଯାଏ କଏନ ର ପ୍ରିଣ୍ଟିଂଗ ତଥା ମିଣ୍ଟିଙ୍ଗ ର ସବୁ ଦାୟିତ୍ୱ ଏଯାବତ ନେଉଛି। ଆଉ ଏହା ମାତ୍ର ୪ଟି ଜାଗା ରେ ପ୍ରିଣ୍ଟ କରା ଯାଇଥାଏ। ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଆଉ ନୋଏଡା। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ବାସ କଏନ କୁ ଦେଖିବା ଦ୍ୱାରା ହି ଆମେ ତାହାର ମିଣ୍ଟିଙ୍ଗ ପ୍ଲେସ କୁ ଜାଣି ପାରିବା । ଅଧିକ ଜାଣିବା ପାଇଁ ତଳେ ଲିଖିତ ସମସ୍ତ ଜିନିଷ ପଢନ୍ତୁ।

୧: ମୁମ୍ବାଇ: ଭାରତୀୟ ସରକାର ଙ୍କର ମୁମ୍ବାଇ ମିଣ୍ଟ କମ୍ପାନୀ ୧୮୨୯ ମସିହା ରେ ତତ୍କାଳ ର ଭାରତୀୟ ଗଭର୍ଣ୍ଣର ଙ୍କ ଦ୍ୱାରା ସ୍ଥାପନା କରା ଯାଇଥିଲା। ପରେ ୧୮୭୬ ମସିହା ରେ ଏହାକୁ ଭାରତୀୟ ସରକାର ଙ୍କୁ ହସ୍ତାନ୍ତର କରି ଦିଆ ଗଲା। ଏଠାରେ ପ୍ରିଣ୍ଟ କରା ଯାଇଥିବା ପ୍ରତ୍ୟେକ କଏନ ରେ ଏକ ହୀରା ର ଚିତ୍ର ଥାଏ। କିଛି କିଛି ରେ ଏମ. ଅଥବା ବି ମଧ୍ୟ ଲେଖା ହେଇଥାଏ।

୨: କୋଲକାତା: କୋଲକାତା ରେ ମିଣ୍ଟିଙ୍ଗ ହେଇଥିବା କଏନ ତଳେ କିଛି ବି ଚିହ୍ନ ନଥାଏ। ଏହି ମିଣ୍ଟିଙ୍ଗ କମ୍ପାନୀ କୁ ୧୭୫୭ ମସିହା ରେ ସ୍ଥାପନା କରା ଯାଇଥିଲା। ବେଳେବେଳେ ଏଠାରେ କିଛି କଏନ ରେ ” “ସି” ମାର୍କ କରା ଯାଇ ଥାଏ।

୩: ନୋଏଡା: ନୋଏଡା ମିଣ୍ଟ ହଉଛି ଏକମାତ୍ର ମିଣ୍ଟିଙ୍ଗ କମ୍ପାନୀ ଯାହାକୁ କି ଭାରତ ରେ ସ୍ୱାଧୀନତା ପରେ ସ୍ଥାପନ କରା ଯାଇ ଥିଲା। ଭାରତୀୟ ସରକାର ଏହି କମ୍ପାନୀ କୁ ୧୯୮୮ ରେ କାର୍ଯ୍ୟକାରୀ କରି ଥିଲେ। ଏଠାରେ ମିଣ୍ଟେଡ଼ କଏନ ମାନଙ୍କ ରେ ଏକ ବିନ୍ଦୁ ର ଚିହ୍ନ ରହିଥାଏ।

୪: ହାଇଦ୍ରାବାଦ: ପ୍ରଥମେ ପ୍ରଥମେ ହାଇଦ୍ରାବାଦ ମିଣ୍ଟ ଏକ ରାଜକୀୟ ମିଣ୍ଟ ଭାବେ ପରିଚିତ ଥିଲା କାରଣ ଏହାକୁ ସେତେବେଳେ ହାଇଦ୍ରାବାଦ ର ନବାଵ ବ୍ୟବହାର କରୁ ଥିଲେ। ଏହାକୁ ୧୮୦୩ ମସିହା ରେ କାର୍ଯ୍ୟକାରୀ କରା ଯାଇଥିଲା। ଭାରତୀୟ ସରକାର ଏହି ମିଣ୍ଟ କୁ ୧୯୫୦ ମସିହା ରେ ନିଜ ଅଧିନ କୁ ଆଣିଲେ। ଏଠାରେ ମିଣ୍ଟ କରା ଯାଇଥିବା କଏନ ମାନଙ୍କରେ ତଳେ ଏକ ଷ୍ଟାର ଚିହ୍ନ ଥାଏ।

Leave a Reply

Your email address will not be published. Required fields are marked *