ବିଶ୍ୱ ସ୍ୱାସ୍ତ୍ୟ ପରିଷଦ WHO ଦେଲେ ଚମକେଇଲା ଭଳି ତଥ୍ୟ । ଲୁଣ ଖାଉଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର

salt-use

ଆମ ନିତି ଦିନିଆ ଜୀବନରେ ଆମ ଖାଦ୍ୟ ଅଭ୍ୟସକୁ ଭିତ୍ତି କରି ଆମେ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ । ଆମ ମାନଙ୍କ ମଧ୍ୟରୁ କେତେକ ଶାକାହାରୀ ଆଉ ଅନ୍ୟ କେତେକ ମାଂସାହାରୀ ମଧ୍ୟ । ଆମେ ଆମ ନିତି ଦିନିଆ ଜୀବନରେ ଜାହା ଖାଇଲେ ମଧ୍ୟ ଆମେ ସମସ୍ତେ ସବୁଦିନ ଗୋଟିଏ ଜୀନଷ ସାଧାରଣ ରୁପେ ଖାଇଥାଉ । ଆଉ ସେ ହେଉଛି ଲୁଣ । ହେଲେ କମ ଆପଣ ଜାଣିଛନ୍ତି କି ଆମ ଖାଦ୍ୟରେ ସ୍ବାଦ ଭରୁ ଦେଉଥିବା ଏହି ଲୁଣ କୁ ଜଦି ଆମେ ଦରକାର ଠାରୁ ଅଧିକ ପରିମାଣରେ ବ୍ୟବହାର କରିବା , ତେବେ ଏହା ଆମ ସ୍ୱାସ୍ତ୍ୟ ପାଇଁ କେତେ ହାନୀ କାରକ ହୋଇଥାଏ । ନିକଟରେ ଅନ୍ତର୍ଜାତୀୟ ସଂସ୍ତା WHO ( WORLD HEALTH ORGANISATION ) ର ତଥ୍ୟ ଅନୁସାରେ ଦରକାରୀ ଠାରୁ ଅଥିକ ଲୁଣ ସେବନ କରିବା ଆମ ପାଇଁ ମୃତ୍ୟୁର କାରଣ ହୋଇ ପାରେ । ତେବେ ଆସନ୍ତୁ ସମ୍ପୁର୍ଣ୍ଣ ଖବର ପଢିନେବା ।

ପବ୍ଲିକ୍ ହେଲ୍ପ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ(PHFI) ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ବୟସ୍କ ଭାରତୀୟମାନେ ଅଧିକ ଲୁଣ ଖାଇବାର ଅଭ୍ୟାସ ରଖନ୍ତି ।ଏହା ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ନିର୍ଦ୍ଧାରିତ ପରିମାଣଠାରୁ ଅଧିକ । ଗବେଷଣାରୁ ଜଣାପଡିଛି ଯେ ଦିଲ୍ଲୀ , ହରିୟାଣାରେ ପ୍ରତିଦିନ୯.୫ ଓ ଆନ୍ଧ୍ରପ୍ରଦେଶରେ ୧୦.୪ ଗ୍ରାମ୍ ଲୁଣ ଖାଇବାରେ ବ୍ୟବହାର କରାଯାଏ ।ଚିକିତ୍ସକଙ୍କ କହିବା ଅନୁସାରେ ଖାଦ୍ୟରେ ଅଧିକ ଲୁଣ ବ୍ୟବହାରରେ ରକ୍ତଚାପ ଉପରେ କ୍ଷତିକାର ପ୍ରଭାବ ପକାଇଥାଏ ଏବଂ ସମୟ ଅନୁସାରେ କାଡିୟୋବସ୍କୁଲାର୍ ରୋଗର କାରଣ ହୋଇପାରେ । ଖାଦ୍ୟରେ ଲୁଣ କମାଇବାଦ୍ଵାରା ହୃଦରୋଗର ଆଶଙ୍କା ୨୫ ପ୍ରତିଶତ କମିବା ସହଜ ହୋଇଯାଇଥାଏ । ହୃଦୟ ଜଟିଳତା ଜନିତ ମୃତ୍ୟୁ ଆଶଙ୍କା ୨୦ ପ୍ରତିଶତ କମ ହୋଇଯାଏ ।

ଅଧିକ ଲୁଣ ରକ୍ତଚାପ ବଢାଏ । ଯାହାକୁ ହାଇପରଟେନ୍ସନ୍ କୁହାଯାଏ । ଉଚ୍ଚରକ୍ତଚାପ ଧମନୀ ଗୁଡିକୁ କଠିନ କରିଦିଏ ଯାହାଫଳରେ ରକ୍ତ ଓ ଅମ୍ଳଯାନର ପ୍ରବାହ କମ୍ ହୋଇଥାଏ । ଏହାଦ୍ଵାରା ଶରୀରର ଆବରଣରେ ଅମ୍ଳଯାନର ଅଭାବ ଯୋଗୁ ଚେହେରା ଶୁଖିଯାଏ ଓ ଭାଙ୍ଗପଡିଯାଏ । ଏହାଦ୍ଵାରା ବ୍ୟକ୍ତି ଅଧିକ ବୟସର ବୋଲି ଦେଖାଯାଇଥାଏ । ଏହାଦ୍ଵାରା ସ୍ଵାସ୍ଥ୍ୟ ଉପରେ ଆହୁରି ଅନେକ ନକରାତ୍ମକ ପ୍ରଭାବ ପକାଇଥାଏ ।

ବିଶ୍ଵସ୍ଵାସ୍ଥ୍ୟ ସଂଗଠନ (Who) ପରାମର୍ଶ ଅନୁସାରେ ଜଣେ ବୟସ୍କ ବ୍ୟକ୍ତି ଦିନକୁ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ସାରା ବିଶ୍ଵର ଗବେଷକ ଓ ନିତିନିର୍ମାତା ମାନେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ଲୁଣର ସେବନ କମ୍ କରିବାକୁ ଚାପ ପକାଇଛନ୍ତି ।ଭାରତର ପାରମ୍ପରିକ ଖାଦ୍ୟରୂପେ ବ୍ୟବହାର କରାଯାଉଥିବା ଆଚାର,ଚଟ୍ଟଣୀ, ଆଦିରେ ଲୁଣର ପରିମାଣ ଅଧିକ ଥାଏ । ଅଧିକାଂଶ ମାଂସରେ ବହୁତ ଅଧିକ ମାତ୍ରାରେ ଲୁଣଥାଏ ।ତିନିମାସ ପର୍ଯ୍ୟନ୍ତ କମ୍ ଲୁଣଯୁକ୍ତ ଖାଦ୍ୟ ଖାଇଲେ ଏହାର ପ୍ରଭାବ ଅଭ୍ୟାସରେ ପରିଣତ ହୋଇଥାଏ । ତେବେ ଏବେ ହିଁ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ଆମକୁ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *