ଲେଖକ : – ଅମିତାଭ ପଟ୍ଟନାୟକ
ବଳାତ୍କାରୀ ଜେଲ ଯିବ। ସେଇଠି ଖାଇବ ପିଇବ। ପୁଣି ବେଲ ପାଇଯିବ। ପୀଡିତାକୁ ବଳାତ୍କାର କରି ତା ପେଟରୁ ଅନ୍ତବୁଜୁଳା କାଢ଼ି ଆଣିଥିବା ଦୁର୍ଦ୍ଦାନ୍ତ ନାବାଳକ ପ୍ରତି କୋର୍ଟର ଦୟା ବି ଆସିଯିବ। ତାକୁ ଛାଡି ଦିଆଯିବ। ଶେଷ ଥର ପାଇଁ ଜଣେ ସ୍କୁଲ ଛାତ୍ରୀକୁ ବଳାତ୍କାର କରି ହତ୍ୟା କରିଥିବା ବଳାତ୍କାରୀ ୧୫ ବର୍ଷ ତଳେ ଫାଶୀ ଖୁଣ୍ଟରେ ଝୁଲିଥିଲା। ଏହା ପରଠାରୁ ଅନେକ ଲୋମଟାଙ୍କୁର ଘଟଣା ଘଟିଛି। ବଳାତ୍କାରୀ ଗୋଟିଏ ପରେ ଗୋଟିଏ ଝିଅଙ୍କୁ ଜାଳି ଦେଇଛନ୍ତି, ପଥରରେ ଛେଚି, ତଣ୍ଟି ଚିପି ମାରି ଦେଇଛନ୍ତି। ହେଲେ, ଏଭଳି ନମ୍ପୁସକଙ୍କୁ ଆଉ ଫାଶୀ ମିଳି ପାରିନି।
ଯିଏ ବଳାତ୍କାର କରି ନିରୀହ ଝିଅଙ୍କୁ ଜାଳି ଦେଉଛନ୍ତି, ପଥରରେ ଛେଚି ମାରି ଦେଉଛନ୍ତି ସେମାନଙ୍କୁ ତୁରନ୍ତ ଗୁଳି ମାରି ଦିଆଯାଉ। ଏହା ହିଁ ପୀଡିତା ପ୍ରତି ପ୍ରକୃତ ନ୍ୟାୟ ହେବ। ଏଭଳି ଘଟଣାରେ ତ୍ୱରିତ ନ୍ୟାୟ ନିହାତି ଜରୁରୀ। ହାଇଦ୍ରାବାଦ ପୁଲିସର ଏଭଳି ପଦକ୍ଷେପ ପ୍ରଶଂସନୀୟ। ଆଗକୁ ପୁଲିସର ଏଭଳି ଅଭିଯାନ ଜାରି ରହୁ। ବିଚ ରାସ୍ତାରେ ବଳାତ୍କାରୀଙ୍କୁ ଗୁଳି କରି ମାରି ଦିଆଯାଉ। ଗୁଳି ମାଡ଼ରେ ଆଉ କେତେଟା ମଲା ପରେ ଏହି ନମ୍ପୁସକଙ୍କ ଦେହରୁ ତାତି ଆପେ ଉତୁରି ଯିବ। ଏଯାଏ ସରକାରୀ ଖାଦ୍ୟ ନଷ୍ଟ କରି ବଞ୍ଚି ଥିବା ନିର୍ଭୟାଙ୍କ ବଳାତ୍କାରୀଙ୍କୁ ବି ତୁରନ୍ତ ଗୁଳି ମାରି ଦିଆଯାଉ। ଏହା ଥିଲା ମୋର ନିଜସ୍ୱ ମନ୍ତବ୍ୟ ।
ଜଦି ଆପଣବି ମୋ କଥାରେ ସହମତ ତେବେ , ଏହି ପୋଷ୍ଟକୁ ଗୋଟିଏ ସେୟାର କରି ସହମତି ପ୍ରକାଶ କରନ୍ତୁ । ଓଡିଶାର ପ୍ରତିଟି ଲୋକଙ୍କ ପାଖରେ ଏହି କଥା ପହଞ୍ଚାଇବାରେ ଆମକୁ ସାହାଯ୍ୟ କରନ୍ତୁ । ଏବେ ହିଁ ସେୟାର କରି ଜଣେ ନାରୀକୁ ସମ୍ମାନ ଦିଅନ୍ତୁ । ଏ ସମ୍ପର୍କରେ ଆପଣଙ୍କ ମତା ମତ କଣ , ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ । ଜଣେ ସାଧାରଣ ଲୋକର ମନର କଥା । ଜୟ ହିନ୍ଦ , ଜୟ ଭାରତ ।