06 ଡିସେମ୍ବର 2019 : ଶୁକ୍ରବାର ରାଶିଫଳ – ଏହି ସବୁ ରାଶି ଉପରେ ଆଜିଠୁ ସୁର୍ଯ୍ୟ ଦେବଙ୍କର କୃପା ଦୃଷ୍ଟି ରହିବ

rasi-phala

ମେଷ : ଆଜି ଆପଣ ପରିବାରର ଲୋକଙ୍କ ଜୀବନରେ ସ୍ନେହ ଭରିଦିଅନ୍ତୁ । ଆଜିର ଦିନ ପରିବାର ଲୋକଙ୍କ ସହ କଟାଇବାର ଦିନ ଅଟେ । ଆପଣଙ୍କ ସ୍ନେହକୁ ଆପଣଙ୍କ ପରିବାର ଲୋକ ବୁଝିବେ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । କୌଣସି କାର୍ଯ୍ୟ ବିନା ବୁଝି ବିଚାରି କରନ୍ତୁ ନାହିଁ। ଆପଣଙ୍କୁ ସ୍ଵଜନମାନଙ୍କ ସହିତ ହୋଇଥିବା ସାକ୍ଷାତର ଆନନ୍ଦ ମିଳିବ। ତାଙ୍କଠାରୁ ପ୍ରେମପୂର୍ଣ୍ଣ ସମ୍ବନ୍ଧରେ ଆପଣଙ୍କ ଆନନ୍ଦରେ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ମନୋବଳ ବଢ଼ାନ୍ତୁ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ।

ବୃଷ : ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ । କ୍ରୋଧକୁ ନିୟନ୍ତ୍ରଣରେ ରଖିକରି ସ୍ଵଭାବକୁ ମୃଦୁ ବନାଇ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାଯୋଗୁଁ ବାତାବରଣକୁ ଶାନ୍ତ ରଖିବାରେ ଆପଣ ସଫଳ ହୋଇପାରନ୍ତି। ଖର୍ଚ୍ଚର ମାତ୍ରା ଅଧିକ ରହିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ବିଗିଡ଼ି ପାରେ। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ହେବ।ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ : ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ଆଜି ଆପଣଙ୍କ କାର୍ଯ୍ୟର ଯୋଜନା ଭଲ ଭାବରେ ସଂପନ୍ନ ହେବ। ବ୍ୟବସାୟ ରୂପରେ ମଧ୍ୟ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ। ପରିବାରରେ ମଧ୍ୟ ଆନନ୍ଦ-ଉଲ୍ଲାସ ରହିବ। ମିତ୍ରମାନଙ୍କ ସହିତ ହୋଇଥିବା ସାକ୍ଷାତଯୋଗୁଁ ମନ ପ୍ରଫୁଲ୍ଲିତ ରହିବ।ପ୍ରତିକାର- ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କର୍କଟ : ପରିକ୍ଷାର୍ଥି ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବେ । ଆପଣଙ୍କ ମାନସିକ ବିଚଳିତ ହୋଇପାରେ କିନ୍ତୁ ପାଠପଢାରେ ମନଦିଅନ୍ତୁ । ଅଧିକ ଚିନ୍ତା ଗ୍ରସ୍ତ ନହୋଇ ପରୀକ୍ଷାରେ ଭଲ କରିବାକୁ ଚେଷ୍ଟା କରନ୍ତୁ । ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଯଦି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଆପଣ କାହା ସହିତ ଉଗ୍ର ଚର୍ଚ୍ଚା ମନମାଳିନ୍ୟକୁ ଟାଳିବାରେ ସଫଳ ହୋ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

ସିଂହ : ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି । ଆଜି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ବିଦ୍ୟାର୍ଥିମାନଙ୍କପାଇଁ ସମୟ କଠିନ ଅଟେ। ପେଟ ସମ୍ବନ୍ଧିତ ରୋଗରେ ମଧ୍ୟ ମନ ଚିନ୍ତିତ ହୋଇପାରେ, ପରନ୍ତୁ ମଧ୍ୟାହ୍ନ ପରେ ରୋଗରେ ଆପଣଙ୍କୁ ଆସ୍ୱସ୍ତି ଅନୁଭବ ହେବ। ମାନସିକ ରୂପରେ ମଧ୍ୟ ଆପଣଙ୍କୁ ଭଲ ଲାଗିବ।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

କନ୍ୟା : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ । ବ୍ୟାପାରରେ ଭାଗିଦାରୀରେ ଆପଣଙ୍କୁ ଲାଭ ହେବ। କୌଣସି ମନୋରଞ୍ଜନ ସ୍ଥଳକୁ ସ୍ନେହୀଜନମାନଙ୍କ ସହିତ ଯାତ୍ରା କରିବେ, ମନ ପ୍ରଫୁଲ୍ଲିତ ହୋଇଯିବ। ପରନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଅନୁଭବ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ତୁଳା : ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । ଆଜି ଆପଣଙ୍କୁ ଫୂର୍ତ୍ତିର ଅଭାବ ରହିବ। ପାରିବାରିକ ସଦସ୍ୟମାନଙ୍କ ମଧ୍ୟରେ କଳହ ହେବାର ମଧ୍ୟ ଆଶଂକା ଅଛି। ସ୍ଥାବର ସଂପତ୍ତିର କାଗଜପତ୍ର ବିଷୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ରହିବ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା : ଆଜି କିଛି ଭୁଲବୁଝାବଣା ହୋଇ ପାରେ ଏଥି ପାଇଁ ସାବଧାନ ରହିବେ । ନିଜ ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ ଏବଂ ତା ସହିତ ଅନ୍ୟ ବ୍ୟକ୍ତିର କଥାବାର୍ତ୍ତାକୁ ମଧ୍ୟ ମନଦେଇ ଶୁଣି ବୁଝିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ପରିବାରର ଲୋକଙ୍କ ଜୀବନରେ ସ୍ନେହ ଭରିଦିଅନ୍ତୁ । ଆଜିର ଦିନ ପରିବାର ଲୋକଙ୍କ ସହ କଟାଇବାର ଦିନ ଅଟେ । ଆପଣଙ୍କ ସ୍ନେହକୁ ଆପଣଙ୍କ ପରିବାର ଲୋକ ବୁଝିବେ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ ଅନ୍ୟଜନମାନଙ୍କୁ ପ୍ରଭାବିତ କରି ପାରିବେ। ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ,ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

ଧନୁ

ଆଜି ଆପଣ ସାରାଦିନ ସାଙ୍ଗମାନଙ୍କ ସହିତ କଟାଇବେ ଓ ବହୁତ ମଜା କରିବେ । ଏହି ସମୟରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବା ସହିତ ଆପଣଙ୍କର ନିକଟତର ଲୋକ ଆପଣଙ୍କ ଖୁସିର କାରଣ ହେବେ । ଆଜିର ଦିନ ଆପଣ ବହୁତ ମଜା କରନ୍ତୁ । ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ। ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ,ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

ମକର

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ। ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ। ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ। ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି,ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

କୁମ୍ଭ

ପରିଶେଷରେ ଆଜି ଆପଣଙ୍କ ବିଚ଼ାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚ଼ିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ,ପ୍ରତିକାର:- ଗୋମାତାକୁ ଖାଇବାକୁଦେବା ଆବଶ୍ୟକ।

ମୀନ

ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ । ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।ଆଜିର ଦିନ ଆନନ୍ଦପୂର୍ବକ ବିତିବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ଧନ ବୃଦ୍ଧି ହେବ। ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି। ସନ୍ତାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ। ଉଚ୍ଚ ଅଧିକାରୀମାନଙ୍କ ଉପରେ ଆପଣଙ୍କ କାର୍ଯ୍ୟର ସକାରାତ୍ମକ ଅସର ହେବାରୁ ଆପଣଙ୍କ ଉପରେ ପ୍ରସନ୍ନ ରହିବେ,ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *